ବାହାଘର 6 ମାସ ନ ପୁରୁଣୁ ଏମିତି କାଣ୍ଡ କରିଦେଲା ସ୍ତ୍ରୀ, ଏବେ ବାହୁନି କାନ୍ଦୁଛି ସ୍ଵାମୀ, ଦେଖିଲେ ଆପଣଙ୍କ ହୃଦୟ ବି ଫାଟିଯିବ 

“ମୋ ଭଲପାଇବା ଆଉ ବିଶ୍ବାସ ଅଛି ସେ ମୋ କତିକି ଫେରି ଆସିବ, ସେ ଫେରିଆସୁ ମୁଁ ତାକୁ ସ୍ଵୀକାର କରିବି” । ସ୍ତ୍ରୀ ଅନ୍ୟଜଣେ ପ୍ରେମିକ ସହ ଫେରାର ହେବା ପରେ ବି କାନ୍ଦି କାନ୍ଦି ଏପରି କହୁଛନ୍ତି ସ୍ଵାମୀ । ଧନଲୋ ତୁ କୋଉଠି ଅଛୁ ଫେରିଆ କହି ବିଛଣାରେ ପଡିରହି ପତ୍ନୀର ଫଟୋ ଦେଖି ବାହୁନି ବାହୁନି କାନ୍ଦୁଛି ସ୍ଵାମୀ । ପୁଅକୁ କେମିତି ବୁଝାଇବେ ବାପାମା’ଙ୍କ ମୁଣ୍ଡରେ ବି ବୁଦ୍ଧି ପଶୁନି । ସେମାନେ ପୁଅର ଏମିତି ଅବସ୍ଥା ଦେଖି ପାରୁନାହାନ୍ତି । କେନ୍ଦ୍ରପଡା ଧୂଷୁରି ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା ।

ଯୁବକ ରାହୁଲ ଗୋଛାୟତ ବ୍ରାହ୍ମଣୀପାଳ ଡକାସାହିର ହରପ୍ରିୟା ପଣ୍ଡାଙ୍କ ସହ ଗତ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ । ଏହାପରେ ସେମାନେ ଘରୁ ଫେରାର ହୋଇଯାଇ ଭୁବନେଶର କିଟ୍ ଅଞ୍ଚଳରେ ଘର ନେଇ ରହୁଥିଲେ । ସେଠାରୁ ସେମାନେ ମନ୍ଦିରରେ ବିବାହ କରି ଚାରିମାସ ଧରି ଏକାଠି ରହୁଥିଲେ । ଏହାପରେ ସେମାନେ ଘରକୁ ଫେରିବାକୁ ଚାହୁଁଛନ୍ତି କହି ଘରକୁ ଫେରିବାକୁ ସ୍ବୀକୃତି ମାଗିଥିଲେ ଓ ତା’ପରେ ଘରକୁ ଫେରିଥିଲେ । ସାବାଳକ ହେଲେ ହେଁ ବିବାହ ପାଇଁ ଉଭୟଙ୍କ ବୟସ ଖୁବ କମ୍ ହେବ ।

ରାହୁଲ ହରପ୍ରିୟାଙ୍କୁ ଖୁବ ଭଲ ପାଉଥିବାରୁ ତାଙ୍କର ସବୁ କଥା ରଖୁଥିଲେ ଓ ଯଥାସମ୍ଭବ ତାଙ୍କୁ ଖୁସିରେ ରଖିବାକୁ ପ୍ରୟାସ କରୁଥିଲେ । ରାହୁଲଙ୍କ ପରିବାର ମଧ୍ୟ ବୋହୂକୁ ଆପଣେଇ ନେଇଥିଲେ । ଘରକୁ ଫେରିବା ପରେ ହରପ୍ରିୟା ପାଠ ପଢିବାକୁ ଚାହୁଁଛନ୍ତି ବୋଲି କହିବାରୁ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ରାହୁଲ ତାଙ୍କର ଆଡମିଶନ କରେଇ ଦେଇଥିଲେ ।

ସେ ହରପ୍ରିୟାଙ୍କୁ କଲେଜ ନେବା ଆଣିବା ମଧ୍ୟ କରୁଥିଲେ । ତେବେ ଗତ ମଙ୍ଗଳବାର ଦିନ ହରପ୍ରିୟାଙ୍କର ଶେଷ ପରୀକ୍ଷା ଥିଲା, ଆଉ ରାହୁଲ ତାଙ୍କୁ ପରୀକ୍ଷା ଦେବା ପାଇଁ ସ୍କୁଟିରେ କଲେଜ ନେଇ ଯାଇଥିଲେ । କିନ୍ତୁ ପରୀକ୍ଷା ଶେଷ ହେବା ପରେ ତାଙ୍କୁ ଆଣିବାକୁ ଯିବାବେଳେ ହରପ୍ରିୟା ଏକ କାର୍ ରେ ବସି ପଳେଇଥିବା ଶୁଣିବାକୁ ପାଇଲେ । ସେ ମଧ୍ୟ ସେହି ବାଟେ ଯାଇ ଦେଖିଥିଲେ କି ହରପ୍ରିୟା ଗୋଟିଏ କାର୍ ରେ ଯାଉଛନ୍ତି, କିନ୍ତୁ କାର୍ ଟି ଦ୍ରୁତଗତିରେ ପଳେଇ ଯିବାରୁ ରାହୁଲ ଅଧିକ ବାଟ ତା’ର ପିଛା କରିପାରିଲେ ନାହିଁ ।

ତେବେ ସ୍ତ୍ରୀ ସବୁବେଳେ ତାଙ୍କ ମାଆଙ୍କ ସହ କଥା ହୁଅନ୍ତି ଓ କେଉଁ ପୁଅ ସହ ତାଙ୍କର କିଛି ଲିଙ୍କ ନଥିଲା । ତେଣୁ କଣ ପ୍ରକୃତରେ କଣ ହୋଇଛି ସେ କୌଣସି ସୁରାକ ପାଇ ନଥିବା କହିଛନ୍ତି । ଏବେବି ଦୁଇଦିନ ହେବ ଫେରାର ପତ୍ନୀଙ୍କ ବାଟ ଚାହିଁ ବସିଛନ୍ତି ରାହୁଲ । ହରପ୍ରିୟା ମାସେ ଆଠ ଦିନର ଗର୍ଭବତୀ ଥିବା ମଧ୍ୟ କହିଛନ୍ତି ରାହୁଲ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।