ଚାଷୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ଉପହାର, ମିଳିବ କାଳିଆ ଟଙ୍କା, ଜାଣନ୍ତୁ କେବେ ଓ କେମିତି ?

ଆଜି ନୂଆ ଖାଇ ଅବସରରେ ରାଜ୍ୟର ଚାଷୀ ମାନଙ୍କୁ ମିଳିବ ‘କାଳିଆ ଯୋଜନା’ ଟଙ୍କା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ । ଏହି ଯୋଜନା ଅନୁସାରେ ରାଜ୍ୟର ୩୭ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୪୨/- କୋଟି ଟଙ୍କା ପ୍ରଦାନ କରାଯିବ । ସେହି ଅନୁସାରେ ପ୍ରତ୍ଯେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଛଡା ଯିବ । ସୂଚନା ଅନୁସାରେ ଗତ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ଅବସରରେ ଚାଷୀ ମାନଙ୍କୁ କାଳିଆ ଯୋଜନାର ଗୋଟିଏ ଲେଖାଏଁ କିସ୍ତି ମିଳିଥିଲା ।

ଏହି କାଳିଆ ଯୋଜନାରେ ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ପ୍ରାୟ ୬୯୩.୯୪ କୋଟି ଟଙ୍କା ପଠା ଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ କି, ଚାଷୀଙ୍କ ତ୍ୟାଗ ଓ ସ୍ଵାଭିମାନ ହିଁ ଆଜି ଓଡିଶାର ସ୍ଵାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ନିଜ ରାଜ୍ୟ ସହ ଅନ୍ୟ ରାଜ୍ୟ ମାନଙ୍କୁ ମଧ୍ୟ ଖାଦ୍ଯ ଯୋଗାଉଛି ଏବଂ କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । ମୁଁ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ରହିଛି ଓ ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି ବୋଲି କହିଥିଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

ଚାଷୀଙ୍କୁ ତାଙ୍କ ଅଧିକାର ଦେବା ପାଇଁ ଲ-ଢେ-ଇ ଜାରି ରହିବ ବୋଲି ମଧ୍ୟ ସେ କହିଥିଲେ । ତେବେ ଏପର୍ଯ୍ୟନ୍ତ କାଳିଆ ଯୋଜନା ଅନୁସାରେ ୩୬ ଲକ୍ଷ ୯୮ ହଜାର ୧୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭ ଲକ୍ଷ ୮୯ ହଜାର ୧୦୩ ଜଣ ଭୂମିହୀନ କୃଶକ ପରିବାରକୁ କାଳିଆ ଯୋଜନାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଚାଷୀ ଉପଭୋକ୍ତାଙ୍କ ମଧ୍ୟରୁ ମୋଟ ୫୭,୬୧୪ ଜଣ ହେଉଛନ୍ତି ଭାଗଚାଷୀ ପରିବାର । ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୪,୫୩୧ ଓ ଦେବଗଡରେ ସର୍ବନିମ୍ନ ୫୦ ଜଣ ଭାଗଚାଷୀ ପରିବାରଙ୍କୁ ସହାୟତା କରାଯାଇଛି ।

କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ବିଧାନସଭାର ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନରେ ଏହିନ ସୂଚନା ଦେଇଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।