Vastu Tips- ଏହି 4 ଟି ମୂର୍ତ୍ତି ର ପୂଜା ଭୁଲରେ ବି ଘରେ କରନ୍ତୁ ନାହିଁ, ପୁରା ପରିବାର ହେଇଯାଏ ବର୍ବାଦ

ବାସ୍ତୁଶାସ୍ତ୍ର ଆମ ଘରରେ ଥିବା ସମସ୍ତ ବାସ୍ତୁ ଦୋଷ ଦୂର କରିବାରେ ସାହାଯ୍ୟ କରେ । ସେଥିପାଇଁ କେବଳ ଭାରତ ନୁହେଁ ବରଂ ସମସ୍ତ ଦୁନିଆ ବାସ୍ତୁଶାସ୍ତ୍ରର ନିୟମକୁ ଆପଣାଉଛି । ବାସ୍ତୁଶାସ୍ତ୍ର ସାହାଯ୍ୟ ଅନୁସାରେ ଆପଣ ଆପଣଙ୍କ ଘରର ନକରାତ୍ମକ ଉର୍ଜାକୁ ବାହାର କରି ପାରିବେ ଏବଂ ସକରାତ୍ମକ ଉର୍ଜାକୁ ଅନେକ ଗୁଣା ବଢାଇ ପାରିବେ । ଘରେ ଯେଉଁ ପରିମାଣରେ ସକରାତ୍ମକ ଉର୍ଜା ରହିବ ସେହି ଅନୁସାରେ ଆମର ଫାଇଦା ହେବ । ଏମିତିରେ ବ୍ୟକ୍ତି ପାଇଁ ତା ଘର ବହୁତ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ

କିନ୍ତୁ ଘରର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ହୋଇଥାଏ ପୂଜା ଘର । ଯେଉଁଠି ଆମେ ଆମ ଭଗବାନଙ୍କୁ ସ୍ଥାନ ଦେଇଥାଉ, ତାଙ୍କର ପ୍ରତ୍ୟେକ ଦିନ ପୂଜା କରିଥାଉ ଏବଂ ତାଙ୍କର ସେବା କରିଥାଉ ।

କଣ ଆପଣ କେବେ ଭାବି ଛନ୍ତି କି ଆପଣଙ୍କ ଘରେ ମଧ୍ୟ ବାସ୍ତୁ ଦୋଷ ଥାଇପାରେ ଯେମିତି ଆପଣଙ୍କ ଜୀବନରେ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ । ବେଳେ ବେଳେ ଏମିତି ମୂର୍ତ୍ତି ରଖିଥାଉ ଯାହାଦ୍ଵାରା ଆପଣଙ୍କ ଘରର ବାତାବରଣ ବଦଳି ଯାଇ ଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଆମ ମନ୍ଦିରରେ କିଛି ମୂର୍ତ୍ତି ରଖିବାକୁ ମନା କରା ଯାଇଛି, ଯାହାର ପ୍ରଭାବ ଆମ ପରିବାର ଉପରେ ପଡ଼ିଥାଏ ଏବଂ ଘରେ କଳି, ନକରାତ୍ମକ ତା ଓ ଦରିଦ୍ରତା ବଢ଼ିଥାଏ । ତେବେ ଆସନ୍ତୁ ଆମେ ଜାଣିବା ଯାହାକୁ ଭୁଲରେ ମଧ୍ୟ ପୂଜା ଘରେ ରଖିବା କଥା ନୁହେଁ ।

୧- ସର୍ବପ୍ରଥମେ ଭୈରବ ଦେବଙ୍କ ମୂର୍ତ୍ତି ଯିଏ ମହାକାଳଙ୍କ ଏକ ରୂପ ଅଟେ । ଆପଣଙ୍କୁ କହିଦବୁ ଭୈରବ ଦେବ ତନ୍ତ୍ର ସାଧନା ଏବଂ ମା କାଳୀ ଶକ୍ତି ଏବଂ ଅଘୋରି ମାନଙ୍କ ଆରାଧ୍ୟ ଦେବତା ରୁପେ ପୁଜା ପାଆନ୍ତି । ଏହାଙ୍କୁ ଘରେ ସ୍ଥାନ ଦେବାରୁ ପାରିବାରିକ ସମସ୍ୟା ସୃଷ୍ଟି ହୋଇଥାଏ । ଆପଣଙ୍କ ଘରେ ମଧ୍ୟ ହୋଇପାରେ କିଛି ଏମିତି ଶକ୍ତି ଯାହା ବହୁତ ଅଶୁଭ ଅଟେ । ଭୈରବ ଦେବଙ୍କ ମନ୍ଦିରକୁ ଯାଇ ତାଙ୍କର ପୂଜା କରନ୍ତୁ କିନ୍ତୁ ତାଙ୍କ ମୂର୍ତ୍ତି ଭୁଲରେ ବି ଘରେ ରଖନ୍ତୁ ନାହିଁ, ନଚେତ ଦାମ୍ପତ୍ୟ ଜୀବନରେ ଖରାପ ପ୍ରଭାବ ପଡ଼ିପାରେ ।

୨- ନଟରାଜ ମୂର୍ତ୍ତି : ଆମେ ସମସ୍ତେ ଜାଣନ୍ତି ଯେ ନଟରାଜ ଭଗବାନ ଶିବଙ୍କ ରୂପ ଅଟନ୍ତି । ଭଗବାନ ଶିବ ରୁଦ୍ର ରୂପ ଧାରଣ କରି ତାଣ୍ଡବ କରିଥିଲେ ସେଥିପାଇଁ ନଟରାଜନ କୁହାଯାଇଥିଲା । ଆମେ ମନୁଷ୍ୟ ମାନେ ଶିବଙ୍କର ରୁଦ୍ର ରୂପ ସହିବାକୁ ଏବଂ ତାଙ୍କ ଉର୍ଜା ଘରେ ସହି ପାରିବା ନାହିଁ ।

୩- ରାହୁ ଏବଂ କେତୁ : ଅନେକଥର ଲୋକମାନେ ରାହୁ କେତୁ ଦୃଷ୍ଟ ସ୍ବଭାବରୁ ବଞ୍ଚିବା ପାଇଁ ତାଙ୍କର ମୂର୍ତ୍ତି ରଖନ୍ତି ଏବଂ ତା’ର ପୂଜା କରନ୍ତି । ଯଦି ଆପଣ ଏମିତି କରୁଛନ୍ତି ତେବେ ସାବଧାନ ରୁହନ୍ତୁ ।

୪- ଶନି ଦେବ : ଶନି ଦେବଙ୍କ ମୂର୍ତ୍ତି ରଖିବା ଦ୍ବାରା ଅନ୍ୟ ଦେବାଦେବୀ ରୁଷ୍ଠ ହୋଇଥାନ୍ତି ସେଥିପାଇଁ ଶନି ଦେବଙ୍କୁ କେବଳ ମନ୍ଦିରରେ ଦର୍ଶନ କରନ୍ତୁ ।

୫- ଖୋଲା ମୁହଁ ହୋଇଥିବା ସିଂହ କିମ୍ବା ଅନ୍ୟ ପଶୁ ଉପରେ ବସିଥିବା ଦେବାଦେବୀ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହିଂସ୍ରୁକ ପଶୁ ଛବି କି ମୂର୍ତ୍ତି ରଖିବା କଥା ନୁହେଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ