ଯଦି ଆପଣଙ୍କ ଭିତରେ ରହିଛି ଏହି 4 ଲକ୍ଷଣ ତ ଆପଣ କୌଣସି ସାଧାରଣ ମନୁଷ୍ୟ ନୁହନ୍ତି – Vidur Niti

ମହାତ୍ମା ବିଦୂର ନିଜ ନୀତିରେ ମନୁଷ୍ୟର ଏପରି ୪ଟି ଲକ୍ଷଣ ବିଷୟରେ ଉଲ୍ଲେଖ କରିଛନ୍ତି ଯଦି ଏହି ୪ଟି ଲକ୍ଷଣ କୌଣସି ବ୍ୟକ୍ତି ଠାରେ ଥାଏ, ତେବେ ସେ ଆଗକୁ ଯାଇ ସଂସାରରେ କୀର୍ତ୍ତି ଲାଭ କରେ ।

ଅର୍ଥାତ୍ ସେହି ମନୁଷ୍ୟ ଜୀବନରେ ସଫଳ ହୁଏ ଓ ସାରା ସଂସାର ତାଙ୍କର ଗୁଣଗାନ କରନ୍ତି । ବିଦୁର ନିଜ ନୀତିରେ ମୂର୍ଖ ଓ ଜ୍ଞାନୀ ଦୁଇ ପ୍ରକାର ମନୁଷ୍ୟଙ୍କ ଲକ୍ଷଣ ବର୍ଣ୍ଣନା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ବିଦୁର ଏ ବିଷୟ କଣ କୁହନ୍ତି ।

“ନ ୟୋଃଭ୍ଯସୁୟତ୍ଯନୁକମ୍ପତେ ଚ” | ନ ଦୁର୍ବଳଃ ପ୍ରତିଭବ୍ଯଂ କରୋତି || ନାତ୍ଯାହ କିଞ୍ଚିତ୍ କ୍ଷମତେ ବିବାଦ | ସର୍ବତ୍ର ତାଦ୍ଦଗ ଲଭତେ ପ୍ରଂଶାସାମ୍ || ”

ପ୍ରଥମରେ ହେଉଛି ବଢେଇ ଚଢ଼େଇ କହିବା । ମହାତ୍ମା ବିଦୁର କହିଛନ୍ତି ଯେଉଁ ବ୍ୟକ୍ତି ଯାହା ସତ୍ୟ ତାହା କୁହେ ଓ କେବେ ନିଜ କିମ୍ବା ଅନ୍ୟ ବିଷୟରେ ବଢେଇ ଚଢ଼େଇ କୁହେ ନାହିଁ, ଅନାବଶ୍ୟକ କଥା କୁହେ ନାହିଁ, କାହାର ଅତ୍ୟଧିକ ପ୍ରଶଂସା କିମ୍ବା ଚାପଳୁସି କରେ ନାହିଁ, ସେହି ବ୍ୟକ୍ତି ସମ୍ମାନ ପ୍ରାପ୍ତ କରିଥାଏ । ମୂର୍ଖ ଲୋକ ସ୍ଵୟଂ ବଡିମା କରନ୍ତି । ଏହା ହେତୁ କେହି ତାଙ୍କୁ ସମ୍ମାନ କରେ ନାହିଁ ।

ଦ୍ଵିତୀୟରେ ହେଉଛି ବିବାଦକୁ ସହ୍ୟ କରିନେବା । ବିଦୁରଙ୍କ ଅନୁସାରେ ବୁଦ୍ଧିମାନ ଏବଂ ମାନନୀୟ ବ୍ୟକ୍ତି ତାଙ୍କ ବିଷୟରେ ଉଠିଥିବା ବିବାଦକୁ ସହ୍ୟ କରି ନିଅନ୍ତି ଓ ତାର ପ୍ରତିରୋଧ କରନ୍ତି ନାହିଁ । ସେମାନେ ନିଜ ମନ ଓ ବାଣୀ ଉପରେ ସଞ୍ଜୟ ରଖନ୍ତି । ଉଚିତ୍ ସମୟ ଆସିଲେ ସତ୍ୟ ଆପେ ବାହାରକୁ ଆସି ଯାଏ । ଏହା ସେମାନେ ଭଲଭାବେ ଜାଣିଥାନ୍ତି । ସେଥିପାଇଁ ମୂର୍ଖକୁ ପ୍ରତ୍ୟୁତ୍ତର ଦିଅନ୍ତି ନାହିଁ । ଏପରି ବ୍ୟକ୍ତି ସଂସାରରେ କୀର୍ତ୍ତି ଲାଭ କରେ ।

“ୟୋ ନୋଦ୍ଧତଂ କୁରୁତେ ଜାତୁ ବେଷଂ

ନ ପୈାରୁଷେଣାପି ବିକନ୍ଥତେଃନ୍ତ୍ଯାନ୍ ।

ନ ମୁର୍ଛିତଃ କଟୁକାନ୍ଯାହ କିଞ୍ଚିତ୍

ପ୍ରିୟଂସଦା ତଂ କୁରୁତେ ଜନୋ ହି । । ”

ତୃତୀୟରେ ବିଦୁର କୁହନ୍ତି ମାନନୀୟ ଲୋକ ଶୟତାନ ପରି ଭେଶ ବନାନ୍ତି ନାହିଁ । ସେମାନେ ସାଧାରଣ ବସ୍ତ୍ରରେ ମଧ୍ୟ ତେଜ ପ୍ରକଟ କରନ୍ତି । ସେମାନଙ୍କ ସାଧାରଣ ଜୀବନଶୈଳୀ ରୁ ହିଁ ଲୋକ ସେମାନଙ୍କୁ ଚିହ୍ନି ପାରନ୍ତି । ମୂର୍ଖ ବ୍ୟକ୍ତି ଧନୀ ଦିଶିବାର ଛଳନା କରିବା ପାଇଁ ଶୟତାନ ପରି ବେଶ ବନାନ୍ତି । ଚମକୁଥିବା ଆଭୂଷଣ ପିନ୍ଧି ସବୁ ସ୍ଥାନକୁ ଯିବାକୁ ପ୍ରସ୍ତୁତ ରହିଥାନ୍ତି । ସେଥିପାଇଁ ତାଙ୍କରନାହିଁ ସମ୍ମାନ କରନ୍ତି ନାହିଁ । ମାନନୀୟ ବ୍ୟକ୍ତି ଆବଶ୍ୟକ ନ ଥିଲେ କୌଣସି ସ୍ଥାନକୁ ଯାଆନ୍ତି ନାହିଁ ଓ ଲୋକଙ୍କ ଅଯଥା ପ୍ରଶଂସା ଠାରୁ ଦୂରେଇ ରୁହନ୍ତି ।

ଚତୁର୍ଥରେ ବିଦୁର କୁହନ୍ତି ମାନନୀୟ ବ୍ୟକ୍ତିମାନେ କ୍ରୋଧ ଆସିଲେ ମଧ୍ୟ ସଂଯମ ରଖନ୍ତି । କ୍ରୋଧର ବଶରେ ବିଚଳିତ ହୁଅନ୍ତି ନାହିଁ । ନିଜ କ୍ରୋଧକୁ ବଶରେ କିପରି ରଖିବେ ତାହା ଭଲ ଭାବେ ଜାଣନ୍ତି । ମାତ୍ର ମୂର୍ଖ ବ୍ୟକ୍ତି କ୍ରୋଧର ଗୁଲାମ ହୋଇଥାଏ । କ୍ରୋଧର ପଡ଼ି ଏପରି କାର୍ଯ୍ୟ କରେ ଯଦ୍ୱାରା ତାର ମାନସମ୍ମାନ ନଷ୍ଟ ହୁଏ ଓ ସେ ପଶ୍ଚାତାପ ମଧ୍ୟ କରେ । ତେବେ ଏହା ଅଟେ ସେହି ୪ଟି ଲକ୍ଷଣ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।