କେବଳ 4 ଦିନ ପର୍ଯ୍ୟନ୍ତ ଏହାକୁ ପିଅନ୍ତୁ, ଇମ୍ୟୁନିଟି ଏତେ ବଢିଯିବ ଯେ କୌଣସି ପ୍ରକାରର ଭାଇରସ ହେଉ ନା କାହିଁକି ଆପଣଙ୍କ ପାଖ ମାଡିବ ନାହିଁ (Immunity Booster)

କରୋନା ମହାମାରୀ ନୂଆ ନୂଆ ରୂପ ନେଇ ସଂକ୍ରମଣ ବଢାଇବାରେ ଲାଗିଛି । ଏମିତିରେ ବାହାରକୁ ଯିବାକୁ ମଧ୍ୟ ଲୋକଙ୍କୁ ଭୟ ଲାଗୁଛି । ଏହିପରି ସମୟରେ ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟିକୁ ବଢାଇବା ପାଇଁ ଅନେକ ପ୍ରୟାସ କରୁଥିବେ । ଯାହାଫଳରେ ଆପଣ ସହଜରେ କୌଣସି ସଂକ୍ରମଣର ଶିକାର ହେବେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଘରୋଇ ଉପାୟରେ ପ୍ରସ୍ତୁତ ଏକ ଚମତ୍କାରୀ ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କ ବନାଇବା ଶିଖାଇବୁ । ଚାଳନ୍ତୁ ଦେଖିବା କିପରି ପ୍ରସ୍ତୁତ କରିବେ ଏହି ଡ୍ରିଙ୍କ ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଅଁଳା । ଇମ୍ୟୁନିଟି ବଢାଇବା ପାଇଁ ଭିଟାମିନ-ସି ଯୁକ୍ତ ଫଳର ଆବଶ୍ୟକତା ରହିଛି ବୋଲି ଆପଣ ଶୁଣିଥିବେ । ତେବେ କମଳା ଓ ଲେମ୍ବୁ ତୁଳନାରେ ଅଁଳାରେ ୨୦ଗୁଣ ଅଧିକ ଭିଟାମିନ-ସି ରହିଛି । ଏହାର ସେବନ କରିବା ଦ୍ଵାରା ଆପଣଙ୍କ କେଶ ଝଡିବ ନାହିଁ ଓ ସମୟ ପୂର୍ବରୁ କଳା ହେବନାହିଁ, ଆଖିର ଆଲୋକ କମିବ ନାହିଁ, ମୁଣ୍ଡ ସମ୍ବନ୍ଧିତ କୌଣସି ରୋଗ ହେବନାହିଁ, ଦୁର୍ବଳତା ଆସିବ ନାହିଁ, ଚରମ ସମ୍ବନ୍ଧିତ କୌଣସି ରୋଗ ହେବନାହିଁ, ଶୀଘ୍ର ବୁଢା ଦିଶିବେ ନାହିଁ ।

ଲିଭର,କିଡନୀ, ପାକସ୍ଥଳୀ ଓ ପାନକ୍ରିୟା ଠିକ ଭାବେ କାମ କରିବ, ପେଟ ଠିକ ଭାବେ ସଫା ହେବ ଓ ହଜମ ଶକ୍ତି ଠିକ ରହିବ, ରକ୍ତ ଧମନୀ ଠିକ ଭାବେ ରକ୍ତ ପ୍ରବାହିତ କରିବ ଓ ଶରୀରରେ କୌଣସି ଜିନିଷର ଅଭାବ ହେବନାହିଁ । ପ୍ରତିଦିନ ସକାଳେ କେବଳ ତିନିରୁ ଚାରୋଟି ଅଅଁଳା ଯଦି ଚୋବାଇ ଖାଇଦେବେ ତେବେ ଜୀବନରେ କେବେ ହେଲେ ଏପରି ସମସ୍ଯା ହେବନାହିଁ ।

ତେବେ ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କ ପ୍ରସ୍ତୁତ କରିବା ପାଇଁ ଆପଣ କିଛି ଅଅଁଳାକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏହାପରେ ଅଅଁଳା ଖଣ୍ଡକୁ ବିନା ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରନ୍ତୁ ଓ ଏହାପରେ ସେଥିରେ ଦୁଇ ଛୋଟ ଚାମୁଚ ପାଣି ଦେଇ ପୁଣି ଠାରେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏହା ସାମାନ୍ଯ ଦର୍ଦରା ରହିଲେ ମଧ୍ୟ ଚଳିବ । ଏବେ ଏକ ଚାମୁଚ ସାହାଯ୍ୟରେ ଏହି ଅଅଁଳା ପେଷ୍ଟକୁ ଆଇସ ଟ୍ରେ ରେ ଭର୍ତ୍ତି କରି ଦିଅନ୍ତୁ ଓ ଏହାକୁ ଫ୍ରିଜରେ ରଖି ଦିଅନ୍ତୁ ।

ଆପଣ ଯଦି କଞ୍ଚା ଅଅଁଳା ଫ୍ରିଜରେ ରଖିବେ ତାହା ଅଳ୍ପଦିନରେ ସଢି ଯିବାର ସମ୍ଭାବନା ରହିଥାଏ । କିନ୍ତୁ ଏହିପରି ବରଫ ଖଣ୍ଡ ପ୍ରସ୍ତୁତ କରି ଆପଣ ଅନେକ ଦିନ ଯାଏଁ ଏହାକୁ ବ୍ୟବହାର କରିପାରିବେ । ଏବେ ଏକ ଗ୍ଳାସରେ ଖଣ୍ଡେ ଅଅଁଳା ବରଫ ଖଣ୍ଡ, କିଛି ଛେଚା ଅଦା, ଅଳ୍ପ କଞ୍ଚା ଲଙ୍କା, ଅଳ୍ପ ଲେମ୍ବୁରସ ଓ ଅଳ୍ପ କଳା ଲୁଣ ମିଶାନ୍ତୁ । ଏବେ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ ଓ ବରଫ ଖଣ୍ଡଟି ମିଶିବା ପର୍ଯ୍ୟନ୍ତ ଏହାକୁ ଭଲ ଭାବେ ଗୋଳାନ୍ତୁ ।

ଏବେ ଏହାକୁ ଆପଣ ପ୍ରତିଦିନ ପ୍ରସ୍ତୁତ କରି ସେବନ କରନ୍ତୁ । ଆପଣ ଚାହିଁଲେ କଞ୍ଚା ଅଅଁଳାକୁ କାଟି ଶୁଖାଇ ସେଥିରୁ ଗୁଣ୍ଡ ପ୍ରସ୍ତୁତ କରି ଷ୍ଟୋର କରି ରଖିପାରିବେ ଓ ଏହିପରି ସେବନ କରିପାରିବେ । ନଚେତ ବଜାରରେ ମିଳୁଥିବା ଅଅଁଳା ଗୁଣ୍ଡ ମଧ୍ୟ କିଣି ଏହିପରି ଡ୍ରିଙ୍କ ବନାଇ ପିଇ ପାରିବେ । କିଛିଦିନ ଯାଏଁ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ ଇମ୍ୟୁନିଟି ଅନେକ ମାତ୍ରାରେ ବଢିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।