Soumya ମୃତ୍ୟୁ ମିଷ୍ଟ୍ରୀ: Sonali ଙ୍କୁ ଗିରଫ ଦାବିରେ ଚାରିିଆଡୁ ଉଠିଛି ସ୍ୱର..କଣ ଆଜି ଗିରଫ ହେବେ Sonali ?

ସୋମ୍ୟ ଓ ସୋନାଲିଙ୍କ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଶାସନ ଓ ପୋଲିସ ଚୁପ ବସିଥିବା ବେଳେ ସୋସିଆଲ ମିଡିଆରେ ସୋମ୍ୟଙ୍କୁ ନ୍ୟାୟ ଦେବା ପାଇଁ ଚାରିଆଡୁ ଲୋକମାନେ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି । ସମସ୍ତେ ସୋମ୍ୟଙ୍କୁ ନ୍ୟାୟ ଦେବା ପାଇଁ ଦାବି କରୁଛନ୍ତି ଓ ସୋନାଲିଙ୍କୁ ଗିରଫ କରିବା ପାଇଁ କହୁଛନ୍ତି । ସୋନାଲିଙ୍କ ପାଇଁ ଏହି ମାମଲା ଅଡୁଆ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି କି କଣ ଆଜି ସୋନାଲି ଗିରଫ ହେବେ ?

କହିବାକୁ ଗଲେ ସୋମ୍ୟ ଜଣେ ଯୁବ ବ୍ୟବସାୟ ଓ ମଡେଲ ଥିଲେ । କିନ୍ତୁ ନିଜର ପ୍ରେମରେ ଅସଫଳ ହେବା ପରେ ସୋମ୍ୟ ଆତ୍ମହତ୍ୟା ରାସ୍ତାକୁ ବାଛି ନେଇ ଥିଲେ । ତାଙ୍କର ପ୍ରେମିକା ସୋନାଲି ନନ୍ଦ  ଅସୁବିଧାରେ ପଡି ଯାଇଛନ୍ତି । ଦିନକୁ ଦିନ ଏହି ମାମଲା ନୂଆ ନୂଆ ମୋଢ ନେବାରେ ଲାଗିଛି । ଏମିତି କି ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଲୋକମାନେ ବିଭିନ୍ନ ପ୍ରକାରର ମତ ଦେଉଛନ୍ତି ।

ଚାରିଆଡୁ ସୋନାଲିଙ୍କୁ ଗିରଫ କରିବା ପାଇଁ ସ୍ଵର ଉଠୁଛି । ସମସ୍ତେ ସୋନାଲିଙ୍କୁ ଗିରଫ କରିବା ପାଇଁ ଜୋର ଦେଉଛନ୍ତି ଓ ଜିଦ ମଧ୍ୟ କରୁଛନ୍ତି । ସମସ୍ତଙ୍କ କହିବା ଅଟେ କି ସୋନାଲିଙ୍କୁ ଗିରଫ କରିବା ପାଇଁ ସୋମ୍ୟଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଅଛି । ସବୁଠୁ ବଡ ପ୍ରମାଣ ହେଉଛି ସୋମ୍ୟଙ୍କ ସୁସାଇଡ ନୋଟ । କାରଣ ସୋମ୍ୟ ସେଥିରେ କେବଳ ସୋନାଲିଙ୍କ ବିଷୟରେ ଲେଖିଛନ୍ତି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଏତେ ସବୁ ପ୍ରମାଣ ଅଛି ତେବେ କଣ ସୋନାଲି ଗିରଫ ହୋଇ ପାରନ୍ତି । କେବଳ ଓଡିଶାର ନୁହନ୍ତି ଅନ୍ୟ ରାଜ୍ୟ ଲୋକମାନେ ବି ଏହି ମାମଲାରେ ସ୍ଵର ଉତ୍ତଲୋନ କରୁଛନ୍ତି ଓ ସୋନାଲିଙ୍କୁ ଗିରଫ କରିବା ପାଇଁ ଦାବି କରୁଛନ୍ତି ।

ଏହି ଘଟଣା ଉପରେ ପୋଲିସ ବି ନଜର ରଖିଛି ଓ ସୋନାଲିଙ୍କୁ ଅସୁବିଧା ହୋଇପାରେ । ଆଜି ସୋନାଲି ଗିରଫ ହେବେ ନା ତାଙ୍କୁ ଗିରଫ ହେବା ପାଇଁ ଆଉ କେତେ ସମୟ ଲାଗିବ । ଏହା କେବଳ ସମୟ ହିଁ କହିବ । କିନ୍ତୁ ଏଠି ଆଉ ଗୋଟିଏ ପ୍ରଶ୍ନ ଉଠୁଛି କି ସୋନାଲି ଗିରଫ ହୋଇଗଲେ ବି କଣ ସୋମ୍ୟଙ୍କୁ ନ୍ୟାୟ ମିଳିବ ।