ଚର୍ଚ୍ଚାରେ Arindam ଙ୍କ Whatsapp DP, ଏହା ଏକ ସଂଯୋଗ ନା ଆଉ କିଛି ? ଜାଣନ୍ତୁ ପୁରା ଘଟଣା

‘ବିଧିର ବିଧାନ କେ କରିବ ଆନ’- ଯେତେବେଳେ ଏମିତି କିଛି ଘଟେ ଯେଉଁଠି ମଣିଷ ଚାହିଁଲେ ମଧ୍ୟ କିଛି କରିପାରେ ନାହିଁ ସେତେବେଳେ ମନେ ପଡିଯାଏ ଏହି ଉକ୍ତି ଟି । ଅପରେସନ ଗଜରାଜ ବେଳେ ମହାନଦୀର ମୁଣ୍ଡଳି ଠାରେ ଯେଉଁ ଅଘଟଣ ଘଟିଗଲା ଗତ ତିନି ଦିନ ହେବ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା । ଏହି ଅଘଟଣରେ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ମୃ-ତ୍ୟୁ ସମସ୍ତଙ୍କୁ ବ୍ୟଥିତ କରୁଛି ।

ତାଙ୍କ କାର୍ଯ୍ୟଶୈଳୀ, ବ୍ୟକ୍ତିତ୍ବ ଆଉ ମିଶାଣିଆ ପ୍ରକୃତିକୁ ଲୋକେ ମନେପକାଇ ନିଜ ଫେସବୁକ ପେଜ୍ ଓ ହ୍ଵାଟ୍ସଆପ୍ ଷ୍ଟାଟସରେ କେତେ କଣ ଲେଖୁଛନ୍ତି । ତାଙ୍କ ସହ କାର୍ଯ୍ୟ କରୁଥିବା ସହକର୍ମୀଙ୍କ ଠାରୁ ନେଇ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ଯେକ ଲୋକ ତାଙ୍କୁ ଭଲ ପାଉଥିଲେ । ଅରିନ୍ଦମଙ୍କୁ ଟିଭି ପରଦାରେ ଦେଖୁଥିବା ଦର୍ଶକ ମଧ୍ୟ ତାଙ୍କୁ ଝୁରି ହେଉଛନ୍ତି । ଅରିନ୍ଦମଙ୍କ ଶେଷ ସଂ-ଘ-ର୍ଷ ବିଷୟରେ ଯେତେ ଥର ଶୁଣୁଛୁ ଯେତେ ଥର ପଢୁଛୁ ଆଖିରେ ଲୁହ ଓ ମନରେ କୋହ ଭରି ଯାଉଛି ।

ତେବେ ବର୍ତ୍ତମାନ ଅରିନ୍ଦମଙ୍କ ହ୍ଵାଟ୍ସଆପ୍ ଡିପିକୁ ନେଇ ବେଶ ଚର୍ଚ୍ଚା ହେଉଛି । ଦୀର୍ଘ ଦିନ ଧରି ଅରିନ୍ଦମଙ୍କ ହ୍ଵାଟ୍ସଆପ୍ ଡିପିରେ ଫଟୋଟି ଏବେ ଲୋକଙ୍କୁ ଯେମିତି ବ୍ୟତିବ୍ୟସ୍ତ କରୁଛି । ଏହି ଫଟୋରେ ସେହି ପାଣି ବା ନଦୀର ଚିତ୍ର । ଡିପି ଦେଖିଲେ ସେଦିନର ମହାନଦୀ ପାଣି ଆଉ ଆ-ର୍ତ୍ତ ଚି-ତ୍କା-ର ଯେମତି ସମସ୍ତଙ୍କ କାନରେ ଗୁଞ୍ଜି ଉଠୁଛି । ଆଉ ମନେ ପଡିଯାଉଛି ଅରିନ୍ଦମଙ୍କ ସେହି ଶେଷ ମୁହୂର୍ତ୍ତର କଥା ।

ସେହି ଜୀବନ ମରଣ ମଧ୍ୟରେ ସଂଘର୍ଷ ଆଉ ଲୋକଙ୍କ ଚିତ୍କାର ! ତେବେ ଅରିନ୍ଦମଙ୍କ ଏହି ଡିପି ତାଙ୍କ ମୃ-ତ୍ୟୁ ପୂର୍ବର ଆଭାସ ବୋଲି ଲୋକେ କହୁଛନ୍ତି । ଫଟୋରେ ଅଛି ନଦୀ, ଡଙ୍ଗା, ନାଉରିଆ ଆଉ ଗଛ । ବୋଧହୁଏ ଏହି ଚରିତ୍ର ମାନେ ଢେର ଆଗରୁ ମୃ-ତ୍ୟୁ-ର ସୂଚନା ଦେଉଥିଲେ । ଏହି ଫଟୋଟି କେଉଁ ଛୋଟ ପିଲାର ଡ୍ରଇଂ ଭଳି ଦେଖିବାକୁ । ଏହା ଉପରେ କୌଣସି ବୈଜ୍ଞାନିକ ଆଧାର ନଥିଲେ ବି ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ଏହି କଥା । ଏହା ସେହି ୭ ମିନିଟର ବିବତ୍ସ ଘଟଣା ମନେପକାଇ ଦେଉଛି ।

ବଢିଲା ନଈ ସୁଅରେ କିପରି ମରଣ ସହ ଲଢୁ ଲଢୁ ହାରିଗଲେ ଅରିନ୍ଦମ ସମସ୍ତଙ୍କ ଆଖି ଆଗରେ ଝଲସି ଉଠୁଛି ସେହି ଦୃଶ୍ୟ । ଆଉ ମନରେ ପ୍ରଶ୍ନ ଉଠୁଛି ଇଏ ସେଇ ନଈ ନୁହେଁ ତ ?