2027 ରୁ Time Travel କରି ଫେରିଲେ ଏହି ବ୍ୟକ୍ତି, video ହେଲା viral

ପୃଥିବୀ ଶେଷ ହେବାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ବ୍ୟକ୍ତି ଭିନ୍ନ ଭିନ୍ନ ମନ୍ତବ୍ୟ ରଖନ୍ତି । କେତେକଙ୍କ ଦାବୀକୁ ଲୋକେ ବିଶ୍ବାସ କରିଥିବା ବେଳେ ଅନ୍ୟ କେତେକଙ୍କ ଦାବିକୁ ଲୋକେ ହାସରେ ଉଡାଇ ଦେଇଛନ୍ତି । ତେବେ ପୂର୍ବରୁ ଦୁନିଆ ଶେଷ ହେବାକୁ ଯାଉଛି କହି ୨୦୧୨ ରେ ଅପପ୍ରଚାର ମଧ୍ୟ ହୋଇଥିଲା । ଏହା ଉପରେ ଏକ ଫିଲ୍ମ ମଧ୍ୟ ତିଆରି ହୋଇଥିଲା । କିନ୍ତୁ ଏହା ଏକ ମିଛ ଖବର ଥିଲା । ସେବେ ଠାରୁ ବୈଜ୍ଞାନିକ ଆଧାର ନ ଥାଇ ଲୋକେ କୌଣସି କଥାକୁ ବିଶ୍ବାସ କରିବାକୁ ରାଜି ହେଉ ନାହାନ୍ତି ।

ତେବେ ବର୍ତ୍ତମାନ ଆଉ ଜଣେ ବ୍ୟକ୍ତିଙ୍କ ଏହିଭଳି କିଛି ଦାବି ଶୁଣିବାକୁ ମିଳୁଛି । ସମୟକୁ ମାତ୍ ଦେଇଥିବା ଜଣେ ବ୍ୟକ୍ତିଙ୍କ ଖବର ଏବେ ସୋ-ସି-ଆ-ଲ -ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଖବରଟି ହେଉଛି ଜଣେ ବ୍ୟକ୍ତି ଭୂ-ତ-କା-ଳ ଏବଂ ଭବି-ଷ୍ୟ-କା-ଳ-କୁ ଦେଖିଛନ୍ତି ବୋଲି ଦାବି କରୁଛନ୍ତି । ନିଜକୁ ଟାଇମ ଟ୍ରାଭେଲର କହୁଥିବା ଏହି ବ୍ୟକ୍ତି ଦାବି କରିଛନ୍ତି କି, ସେ ବର୍ତ୍ତମାନ ଠାରୁ ୬ ବର୍ଷ ଆଗକୁ ଯାଇଥିଲେ ଆଉ ସେ ସେଠାରେ ଦେଖିଲେ ୨୦୨୭ ମସିହାରେ ସମଗ୍ର ମାନବଜାତି ପୃଥିବୀରୁ ଲୋପ ପାଇ ଯାଇଛନ୍ତି ।

୨୦୨୭ ମସିହାରୁ ଫେରି ଆସିଥିବା ବ୍ୟକ୍ତି ଜଣକ ଦାବି କରୁଛନ୍ତି । ଆଉ ସେହି ସମୟରେ ପୃଥିବୀରେ ବଞ୍ଚିଥିବା ସେ ଶେଷ ବ୍ୟକ୍ତି ହେବେ ବୋଲି କହିଛନ୍ତି । ରିପୋର୍ଟ ଅନୁଯାୟୀ ବ୍ୟକ୍ତି ଜଣକ ନିଜର ଏହି ଦାବୀକୁ ସଠିକ ବୋଲି ପ୍ରମାଣିତ କରିବା ପାଇଁ କିଛି ଫଟୋ ଏବଂ ଟିକଟକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ସେ କହୁଛନ୍ତି କି ଏହି ଫଟୋ ଏବଂ ଭିଡିଓ ୨୦୨୭ରେ ଯାଇ ରେକର୍ଡ କରାଯାଇଛି । ଆଉ ଏଥିରେ ମଣିଷଙ୍କୁ ଦେଖିବାକୁ ମିଳୁ ନାହିଁ । କିନ୍ତୁ ଏହି ବ୍ୟକ୍ତିଙ୍କ ଏଭଳି ଦାବିରେ ଲୋକେ ବିଶ୍ବାସ କରୁ ନାହାନ୍ତି ।

କାରଣ ଏହା ପଛରେ କୌଣସି ବୈଜ୍ଞାନିକ ଆଧାର ମଧ୍ୟ ନାହିଁ । ରିପୋର୍ଟ ଅନୁସାରେ ଏହି ଟାଇମ ଟ୍ରାଭେଲରଙ୍କ ନାମ ଜାଭିୟର ଅଟେ । ତାଙ୍କର ଏକ ଟିକଟିକ ଆକାଉଣ୍ଟ ଅଛି ଓ ସେଥିରେ ଏକ ମିଲିୟନରୁ ଅଧିକ ଫଲୋର୍ସ ମଧ୍ୟ ଅଛନ୍ତି । ଏ ସମ୍ପର୍କରେ ଆପଣଙ୍କ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।