ଜାଣନ୍ତୁ ଚପଲ ସହିତ ଜଡିତ ଟୋଟକେ ଓ କିଛି ରୋଚକ ତଥ୍ୟ

ଆପଣ ଦେଖିଥିବେ କି ଆପଣଙ୍କ ଚପଲ ବା ଯୋତା ଓଲଟା ରହିଲେ ଆପଣଙ୍କ ମା’ ଆପଣଙ୍କୁ ଗାଳି କରିଥାନ୍ତି । ତେବେ ଏହା ପଛରେ କଣ କାରଣ ଅଛି ଆଜି ଆମେ ଏହି ବିଷୟରେ ଚର୍ଚ୍ଚା କରିବୁ । ଏମିତି କୁହାଯାଏ କି ଚପଲ ବା ଯୋତା ଯଦି ଓଲଟା ରହିଛି ତେବେ ତାହାକୁ ତୁରନ୍ତ ସିଧା କରି ଦେବାର ଅଛି ଅନ୍ଯଥା ଆପଣଙ୍କର କାହା ସହିତ ଝଗଡା ହୋଇପାରେ ।

Image courtesy: Google

ଏମିତି ମଧ୍ୟ କୁହାଯାଏ କି ଯେଉଁ ବ୍ୟକ୍ତିର ଚପଲ ଓଲଟା ରହିଥାଏ ଓ ସେ ତାହାକୁ ସିଧା ବି କରେ ନାହିଁ ତେବେ ସେ ରୋଗରେ ପଡିପାରେ । କଣ ଆପଣ ଜାଣିଛନ୍ତି କି ଆପଣ ପ୍ରତିଦିନ ପିନ୍ଧୁଥିବା ଚପଲ ଆପଣଙ୍କ ପାଇଁ ଶୁଭ ବା ଅଶୁଭ ହୋଇପାରେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଚପଲ ସମ୍ବନ୍ଧୀୟ କିଛି ଏମିତି କଥା ଥାଏ ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଚପଲ ସମ୍ବନ୍ଧୀୟ ଏମିତି ହିଁ କିଛି କଥା ଓ ତା’ର ମହତ୍ତ୍ଵ ବିଷୟରେ ।

ସାଧାରଣତଃ ଆପଣଙ୍କ ଚପଲ ଯେତେବେଳେ ଛିଣ୍ଡିଯାଏ ଆପଣ ତାହାକୁ ପଛରେ ଠିକ କରିଦେବେ ଭାବି ସାଇଡ କରି ରଖି ଦେଇଥାନ୍ତି । କିନ୍ତୁ ଏହା ଆପଣ ଜାଣି ନ ଥିବେ କି ଏହି ଛିଣ୍ଡା ଚପଲ ଆପଣଙ୍କ ଘରେ ଅଶାନ୍ତିର କାରଣ ହୋଇଥାଏ ।

ଏମିତି ମଧ୍ୟ କୁହାଯାଏ କି ଯୋତା ବା ଚପଲକୁ ଘରର ଦ୍ଵାରରେ ଠିଆ କରି ରଖିବା କଥା ନୁହେଁ, ଏହା ଦ୍ଵାରା ଘରେ ନକରାତ୍ମକତା ପ୍ରବେଶ କରିଥାଏ ।

ଏମିତି ମଧ୍ୟ କୁହାଯାଏ କି ଘରର ଦ୍ଵାରରେ ଚପଲ ଓଲ୍ହାଇବା କଥା ନୁହେଁ, ଏହା ଦ୍ଵାରା ଘରର ଉନ୍ନତି ହୋଇ ନ ଥାଏ ।

Image courtesy: Google

ଆମକୁ ସିଡି ତଳେ ଯୋତା, ଚପଲ ଓ ଘରର ବେକାର ଜିନିଷ ରଖିବା କଥା ନୁହେଁ । ଏହା ମଧ୍ୟ ଅଶୁଭ ହୋଇଥାଏ ।

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି କେବେ ବି ଗିଫ୍ଟ ରେ ମିଳିଥିବା ଜୋତାକୁ ପିନ୍ଧିବା କଥା ନୁହେଁ । ଏମିତି କରିବା ଦ୍ଵାରା କ୍ଯାରିଅର ଉପରେ ଖରାପ ପ୍ରଭାବ ପଡିଥାଏ ।

ଆମକୁ ଛିଣ୍ଡା ଚପଲ ପିନ୍ଧିବା ଉଚିତ ନୁହେଁ । ଏହା ଦ୍ଵାରା ଦୁର୍ଭାଗ୍ୟ ବଢିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଫଟା ଚପଲ ପିନ୍ଧି ବାହାରକୁ ଯିବା ଦ୍ଵାରା କ୍ଯାରିଅରରେ ମିଳୁଥିବା ସଫଳତା ଅସଫଳତା ରେ ବଦଳିଯାଇଥାଏ ।

Image courtesy: Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ପାଦରେ ଶନିଦେବଙ୍କର ବାସ ହୋଇଥାଏ । ଏଥିପାଇଁ ଆମେ ଶନିବାର ଦିନ ଯୋତା ଚପଲ କିଣିବା ଉଚିତ ନୁହେଁ ।

ଯଦି କାହାର ଶନି ଖରାପ ପ୍ରଭାବ ଦେଉଛନ୍ତି ତେବେ ଶନିବାର ଦିନ କୌଣସି ମନ୍ଦିରରେ ଚପଲ ଛାଡି ଆସିବା ଦ୍ଵାରା ଶନିଙ୍କର ଖରାପ ପ୍ରଭାବ ଶେଷ ହୋଇଯାଏ ।

ଯୋତା ଚପଲ ହଜିଯିବା ବି ଶୁଭ ହୋଇଥାଏ । ଏହା ଦ୍ଵାରା ଅଶୁଭ ଗ୍ରହ ଶୁଭ ହୋଇଯାଇଥାଏ ।

Image courtesy: Google

ଶନିବାର ଦିନ ସନ୍ଧ୍ୟାରେ ଯୋତା ଚପଲ ଦାନ କରିବା ବହୁତ ଶୁଭ ହୋଇଥାଏ । ବିଶେଷ କରି ଚମଡାର ଯୋତା ଚପଲ ଦାନ କରିବା ଶୁଭ ହୋଇଥାଏ ।

ତିଜୋରି ପାଖକୁ ବା ରୋଷେଇ ଘରକୁ ଚପଲ ପିନ୍ଧି ଯିବା ଉଚିତ ନୁହେଁ ।

ଭୋଜନ କରୁଥିବା ସମୟରେ ବି ଯୋତା ବା ଚପଲ ପିନ୍ଧିବା ଠିକ ନୁହେଁ । ଏହା ଦ୍ଵାରା ଦୁର୍ଭାଗ୍ୟରେ ବୃଦ୍ଧି ହୋଇଥାଏ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।