ଗହଣାରେ ଚମକିବ ଆପଣଙ୍କ ଭାଗ୍ୟ, ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କୁ କେଉଁ ଧାତୁର ଗହଣା ପିନ୍ଧିବା ଅଧିକ ଜରୁରୀ

କୁହାଯାଏ କି କୌଣସି ବି ମହିଳାର ଶରୀର ଗହଣା ବିନା ଅଧୁରା ହୋଇଥାଏ । ସେଥିପାଇଁ ସେ ହାତରେ ଚୁଡି, ବେକରେ ମଙ୍ଗଳସୂତ୍ର, ଗୋଡରେ ପାଉଁଜି ଇତ୍ୟାଦି ପିନ୍ଧିଥାଏ । ଏହି ଗହଣା ଗୁଡିକ କେବଳ ଗୋଟିଏ ମହିଳାକୁ ସୁନ୍ଦର କରି ନ ଥାଏ ଏହା ସହିତ ସଠିକ ଜିନିଷ ପିନ୍ଧିବା ଦ୍ଵାରା ତାହାର ଭାଗ୍ୟ ବି ଚମକିଥାଏ । ଗହଣା ବିଭିନ୍ନ ପ୍ରକାରର ହୋଇଥାଏ ଓ ବହୁତ ଡିଜାଇନ ର ହୋଇଥାଏ ଓ କେତକ ଧାତୁ ସହ ମିଶି ଏହା ପ୍ରସ୍ତୁତ ହୋଇଥାଏ ।

ଏମିତିରେ ଆଜି ଆମେ ଆପଣଙ୍କୁ ଆପଣଙ୍କର ରାଶି ଅନୁସାରେ କେଉଁ ସବୁ ଗହଣା ପିନ୍ଧିବା ଉଚିତ ସେହି ବିଷୟରେ କହିବୁ । ଏହା ଦ୍ଵାରା ଆପଣଙ୍କର ଭାଗ୍ୟ ବଦଳିଯିବ ।

ମେଷ :

ଏହି ରାଶିର ମହିଳାମାନଙ୍କର ନାକରେ ନାଲି ନାଗ ଜଡି ଥିବା ସୁନାର ନୋଥ ପିନ୍ଧିବା ଉଚିତ । ଏହା ଦ୍ଵାରା ଆପଣଙ୍କର ଶୋଇଥିବା ଭାଗ୍ୟ ଜାଗି ଉଠିବ ।

ବୃଷ :

ଏହି ରାଶିର ଲୋକମାନେ ବାମ ହାତରେ ଚାନ୍ଦି ଦ୍ଵାରା ପ୍ରସ୍ତୁତ ବ୍ରେସଲେଟ ପିନ୍ଧିବା ଉଚିତ । ଆପଣ ଚାହିଁବେ ଯଦି ଦୁଇ ହାତରେ ଚାନ୍ଦିର ଚୁଡି ପିନ୍ଧି ପାରିବେ ।

ମିଥୁନ :

ଏମାନଙ୍କୁ ବେକରେ ଗୋଲ ପରିବର୍ତ୍ତେ ତ୍ରିଭୁଜା, ବର୍ଗାକାର କିମ୍ବା ଏହା ଠାରୁ ଅଧିକ କୋଣ ଥିବା ପେଂଡେଂଟ ପିନ୍ଧିବା ଉଚିତ । ଜଦି ଆପଣ କୁଆଁରୀ ଅଛନ୍ତି ତେବେ ଏହି ପେଂଡେଂଟ ଚେନରେ ଲଗାଇ ପିନ୍ଧନ୍ତୁ ଓ ଅନ୍ୟ ବିବାହିତ ମହିଳାମାନେ ମଙ୍ଗଳସୂତ୍ର ସହ ଏହାକୁ ପିନ୍ଧନ୍ତୁ । ଏହାକୁ ଆପଣ ଅନ୍ୟ ଧାତୁ ସହ ବି ପିନ୍ଧି ପାରିବେ ।

କର୍କଟ :

ଏହି ରାଶିର ମହିଳାମାନେ କାନରେ ସୁନାରେ ପ୍ରସ୍ତୁତ ଲଟକନ ବାଲା କାନର ଅଧିକ ପିନ୍ଧନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ କାମ ଜଲ୍ଦି ପୁରା ହୋଇଯିବ ।

ସିଂହ :

ଏହି ରାଶିର ମହିଳାମାନଙ୍କୁ ନାଭିରେ ଚାନ୍ଦି ଦ୍ଵାରା ପ୍ରସ୍ତୁତ ଏକ ରିଙ୍ଗ ପିନ୍ଧିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଜୀବନରେ ପ୍ରେମ ଓ ସୁଖ ରହିବ ।

କନ୍ୟା :

ଏହି ରାଶିର ମହିଳାମାନେ ଦୁଇଟି ଗୋଡର ତିନୋଟି ଆଙ୍ଗୁଠିରେ ନୀଳ, ନାଲି କିମ୍ବା ହଳଦିଆ ନାଗ ବାଲା ଗୋଡ ମୁଦି ପିନ୍ଧିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଘରେ ଧନର ଅସୁବିଧା ହେବ ନାହିଁ ।

ମକର :

ଏହି ରାଶିର ମହିଳାମାନେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମଥାରେ କୌଣସି ବି ଧାତୁରେ ତିଆରି ଟିକା ପିନ୍ଧିବା ଉଚିତ ।

ତୁଳା :

ଏହି ରାଶିର ମହିଳାମାନେ ଅଣ୍ଟାରେ ଚାବିର ଗୁଚ୍ଛା ଲଗାଇ ବୁଲିବା ଉଚିତ । ଖାସକରି ବିବାହିତା ମହିଳା ଏହିଭଳି ନିଶ୍ଚିତ କରନ୍ତୁ ।

ବିଛା :

ଆପଣମାନେ ନିଜର ସିଧା ହାତର ଭୁଜା ଉପରେ କଳା ନାଗ ବାଲା ବାଜୂବଂଧ ବାନ୍ଧନ୍ତୁ । ଏହା ଦ୍ଵାରା ଆପଣଙ୍କୁ କେହି ବି ନଜର ଲଗାଇବ ନାହିଁ ।

ଧନୁ :

ଏମାନଙ୍କୁ ବେକରେ ସୁନା, ଚାନ୍ଦି ଓ କଳା ମୋତିର କମ୍ବିନେଶନରେ ପ୍ରସ୍ତୁତ ମଙ୍ଗଳସୂତ୍ର ପିନ୍ଧିବା ଉଚିତ । କୁଆଁରୀ ଝିଅମାନେ ଏଥିରୁ କଳା ମୋତି ହଟାଇ ଦିଅନ୍ତୁ ।

କୁମ୍ଭ :

ଏହି ରାଶିର ମହିଳାମାନେ ନିଜର ଗୋଡରେ ଚାନ୍ଦିର ପାଉଁଜି ପିନ୍ଧନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ ରହିବ ।

ମୀନ :

ତର୍ଜନୀ ଆଙ୍ଗୁଠିରେ ଚାନ୍ଦିର ଆଙ୍ଗୁଠି ପିନ୍ଧନ୍ତୁ । ଏହି ରାଶିର ମହିଳାମାନଙ୍କ ପାଇଁ ଏହା ଅତ୍ୟଧିକ ଶୁଭ ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।