ଚନ୍ଦ୍ରଯାନର କାମ ସରିଗଲେ ପୁଣି ପୃଥିବିକୁ ଫେରି ଆସିବ କି ଚନ୍ଦ୍ରଯାନ ? ଯଦି ଫେରିବ ତା ହେଲେ କେମିତି ସମ୍ଭବ ?

ଚନ୍ଦ୍ରଯାନ ର କାମ ସରିଲେ ସେ କୁଆଡେ ଯିବ ? ସେହି ଚନ୍ଦ୍ରରେ ରହିବ ନା ପୁଣି ଥରେ ପୃଥିବୀକୁ ଆସିବ ? ଯଦି ଫେରିପାରିବ ତେବେ କେମିତି ସମ୍ଭବ ହେବ ? ହଁ ଦର୍ଶକ ବନ୍ଧୁ ଚନ୍ଦ୍ରୟାନ-3 ର ସଫଳତା କୁ ନେଇ ଏବେ ପୁରା ବିଶ୍ଵ ରେ ଭାରତର ପ୍ରଶଂସା ହେଉଛି । କିନ୍ତୁ ଏହାରି ଭିତରେ ଚନ୍ଦ୍ରୟାନ କୁ ନେଇ ଅନେକ ପ୍ରଶ୍ନ ଏବେ ଉଠିଲାଣି । ଲୋକେ କହୁଛନ୍ତି ଚନ୍ଦ୍ରୟାନ ପୃଥିବୀକୁ କେବେ ଆସିବ, କେତେ ଦିନ ପରେ ଚନ୍ଦ୍ରୟାନ ପୃଥିବୀରେ ପହଞ୍ଚିବ, ପୁଣି କଣ ରକେଟ ଉପରକୁ ଯାଇ ଚନ୍ଦ୍ରୟାନ କୁ ଫେରାଇ ଆଣିବ କି ?

ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି । ସୂଚନା ଅନୁଯାୟୀ ଚନ୍ଦ୍ରୟାନ-3 ଅଗଷ୍ଟ 23 ସନ୍ଧ୍ୟା 6:04 ମିନିଟରେ ସୁରକ୍ଷିତ ଭାବେ ଚନ୍ଦ୍ରରେ ଅବତରଣ କରିଥିଲା । ପ୍ରଜ୍ଞାନ ରୋଭର ଟି ଚନ୍ଦ୍ରରେ ଗଡି ଗଡି ପାଣି ଖୋଜିବା ଆରମ୍ଭ କରି ଦେଇଛି । ଦୀର୍ଘ 14 ଦିନ ଯାଏଁ ଚନ୍ଦ୍ରପୃଷ୍ଠରେ ରହି ସେ ତାର କାମ କରିବ । ଚନ୍ଦ୍ରପୃଷ୍ଠ ରୁ ଆଉ ପୃଥିବକୁ ଫେରିବନି ଚନ୍ଦ୍ରୟାନ-3 । ସେଠାରେ ହିଁ ରହିଯିବ ।

ଚନ୍ଦ୍ରରେ ଚନ୍ଦ୍ର ଦ୍ଵିପ ସହ ଅନୁଯାୟୀ ପୃଥିବୀ ପୃଷ୍ଠରେ ଗୋଟିଏ ଦିନ ଚନ୍ଦ୍ର ର 14 ଦିନ ସହ ସମାନ । ଏହି 14 ଦିନ ଚନ୍ଦ୍ର ଉପରେ ସୂର୍ଯ୍ୟ ଆଲୋକ ପଡିଥାଏ । ଆଉ 14 ଦିନ ପରେ ଆଗାମୀ 14 ଦିନ ଚନ୍ଦ୍ରରେ ଅନ୍ଧରେ ରହିଥାଏ । ତେବେ ସୂର୍ଯ୍ୟ ଆଲୋକ ଥିବା 14 ଦିନ ଯାଏଁ ରୋଭର ପ୍ରଜ୍ଞାନ ସୋଲାର ପ୍ୟାନେଲ ସହାୟତାରେ ଶକ୍ତି ସଞ୍ଚରଣ କରି ଇସ୍ରୋ କୁ ଚନ୍ଦ୍ରପୃଷ୍ଠର ସବୁ  ତଥ୍ୟ ଯୋଗାଇବ ।

ଚନ୍ଦ୍ରରେ ଜୀବନ ବିସ୍ତାର ହୋଇପାରିବ କି ନାହିଁ, ଖଣିଜ ସମ୍ପଦ ସେଠାରେ କଣ ରହିଛି, ବରଫ କେତେ ସାଦୃତା ଅନୁସାରେ ରହିଛି, ଓ କେତେ ପରିମାଣରେ ରହିଛି ସବୁ ତଥ୍ୟ ଚନ୍ଦ୍ରରୁ ପ୍ରଜ୍ଞାନ ରୋଭର ଦେବ । 14 ଦିନ ପରେ ଚନ୍ଦ୍ରରେ କାମ କରିବା ବନ୍ଦ କରିଦେବ ରୋଭର ପ୍ରଜ୍ଞାନ । ହେଲେ ପୁଣି ଯେବେ 14 ଦିନ ପରେ ଚନ୍ଦ୍ରରେ ସୂର୍ଯ୍ୟ ଉଦୟ ହେବେ ସେତେବେଳେ ଚନ୍ଦ୍ରୟାନ-3 କାମ କରିବ କି ନାହିଁ ତାହା କହି ନାହାନ୍ତି ବୈଜ୍ଞାନିକ ମାନେ ।

ଚନ୍ଦ୍ରୟାନ-3 ରେ ଏମିତି କିଛି ଟେକନୋଲିଜି ରହିଛି ସେଠାରେ ସେ ନିଜକୁ ନିଜେ ଧ୍ଵଂସ ମଧ୍ୟ କରିପାରେ । ଦେଖିବାକୁ ଗଲେ ଚନ୍ଦ୍ର କୁ ପ୍ରଥମେ ଯାଇଥିଲେ ନାସା ର ଏରୋନେଟିକାଲ ଇଞ୍ଜିନିୟର ନୀଲ ଆର୍ମଷ୍ଟ୍ରଙ୍ଗ । 1979 ମସିହାରେ ସେ ଆପୋଲୋ-11 ମଡେଲରେ ଚନ୍ଦ୍ରପୃଷ୍ଠ ରେ ଅବତରଣ କରିଥିଲେ । ସେଠାରେ ସେ 8 ଦିନ 14 ଘଣ୍ଟା 12 ମିନିଟ 30 ସେକେଣ୍ଡ ରହିବା ପରେ ପୃଥିବୀ କୁ ଫେରିଥିଲେ ।

ଏହା କହିବାର ତାପର୍ଜ୍ଯ ଏହା କି କେବଳ ମଣିଷ ଗଲେ ହିଁ ପୃଥିବୀ ପୃଷ୍ଠ କୁ ଆସିବାର ସମ୍ଭାବନା ରହିଛି । କିନ୍ତୁ ଯନ୍ତ୍ର ଗଲେ ସେଠାରୁ ଫେରିବା ସମ୍ଭବ ନୁହେଁ । ନୀଲ ଆର୍ମଷ୍ଟ୍ରଙ୍ଗ ଙ୍କ ପରେ ଆଉ କେହି ବି ଚନ୍ଦ୍ରକୁ ଯାଇ ନାହାନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।