Lunar Eclipse 2022: ଚାକିରି ସନ୍ଧାନରେ ଥିଲେ ଚନ୍ଦ୍ରଗ୍ରହଣ ଦିନ ନିଶ୍ଚୟ ଦାନ କରନ୍ତୁ ଏହି ଜିନିଷ, ମନ ପସନ୍ଦର ଚାକିରି ମିଳିବା ସହ ଖୋଲିଯିବ ଭାଗ୍ୟର ତାଲା

ଦର୍ଶକ ବନ୍ଧୁ ଆସନ୍ତା ୮ ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡୁଅଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ତେଣୁ ପୂର୍ବ ଦିନ ଅର୍ଥାତ ନଭେମ୍ବର ୭ ସୋମବାର ଦିନ ସକାଳ ୮ଟା ୨୯ ମିନିଟ ରୁ ପାକତ୍ୟାଗ ନିଷେଧ । ତେବେ ବର୍ଷର ଅନ୍ତିମ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଗୋଟେ ପକ୍ଷ ରେ ପଡୁ ଥିବାରୁ ଏହାକୁ ନେଇ ଅନେକ କଥା କୁହା ଯାଇଛି । ଏମିତିକି ଏହି ଦୁଇଟିଯାକ ବହୁତ ଖରାପ ବୋଲି ମଧ୍ୟ ଜ୍ୟୋତିର୍ବିଦ ମାନେ ଆକଳନ କରି କହିଛନ୍ତି ।

ତେବେ ଏହା କେତେ ଦୂର ସତ୍ୟ ତାହା ତ ସମୟ କହିବ । ଓଡିଶାରେ ସୂର୍ଯ୍ୟ ପରାଗ କୁ ନେଇ ଅନେକ ବିବାଦ ଦେଖା ଦେଇଥିବା ବେଳେ ଏବେ ଚନ୍ଦ୍ର ଗ୍ରହଣ କୁ ନେଇ ଅନେକ କଳ୍ପନା ଆରମ୍ଭ ହୋଇ ଗଲାଣି । ଚନ୍ଦ୍ର ଗ୍ରହଣ କୁ ନେଇ ଲୋକଙ୍କ ମନରେ ନାନା ଧାରଣା ସୃଷ୍ଟି ହୋଇ ଗଲାଣି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ତେବେ ଚନ୍ଦ୍ର ଗ୍ରହଣ ଦିନ ଯଦି ଆପଣ ମାନେ ଏହି ସବୁ ଜିନିଷକୁ ଦାନ କରନ୍ତି ଆପଣଙ୍କର ଉତ୍ତମ ଚାକିରି ଓ ଉନ୍ନତି ହେବ ସହ ଅନ୍ୟ କିଛି କ୍ଷେତ୍ରରେ ଉନ୍ନତି ହେବ ବୋଲି ଜ୍ୟୋତିର୍ବିଦ ମାନେ ଆକଳନ କରିଛନ୍ତି । ଆପଣ ମାନେ ଯଦି କୌଣସି ସମସ୍ଯା ଦେଇ ଗତି କରିଛନ୍ତି ତେବେ ଗ୍ରହଣ ଦିନ ଏହି ସବୁ ଦାନ କରନ୍ତୁ । ଦାନ କରିବା ଦ୍ଵାରା ଅନେକ ସମସ୍ୟାର ସମାଧାନ ହୋଇଯିବ ।

ଚାକିରି ବା କାର୍ଯ୍ୟ କ୍ଷେତ୍ରରେ ଯଦି ସମସ୍ଯା ରହୁଛି ଗ୍ରହଣ ଦିନ ମୋତି ରେ ତିଆରି ଅଳଙ୍କାର ଦାନ କରନ୍ତୁ । ଶାସ୍ତ୍ର ରେ କୁହାଯାଏ ଘରେ ପିଲା ମାନେ ସୌନ୍ଦର୍ଜ୍ୟ କୁ ସୁନ୍ଦରତା କୁ ବୃଦ୍ଧି କରାନ୍ତି । ତେଣୁ ଗ୍ରହଣ ଦିନ ଯଦି ଆପଣ ମାନେ ଅଭାବୀ ପିଲା ମାନଙ୍କୁ କ୍ଷୀର, ଚିନୀ, ପୋଷାକ ଦାନ କରିବେ ତେବେ ଆପଣଙ୍କର ସବୁ ଟେନସନ ଦୂର ହେବ ।

ଯଦି ପରିବାରରେ ଆର୍ଥିକ ସଙ୍କଟ ଦେଖା ଯାଉଛି ତେବେ ଗ୍ରହଣ ଦିନ କ୍ଷୀର, ଚାଉଳ ବା ଏହି ପଦାର୍ଥ ରୁ ତିଆରି କୌଣସି ସାମଗ୍ରୀ ଦାନ କରିଲେ ସମସ୍ୟାର ସମାଧାନ ହେବ । କୁହାଯାଏ ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ । ଦୀର୍ଘ ଦିନ ଧରି କେହି ଅସୁସ୍ଥ ଥିଲେ ଗ୍ଳାସ ପାଣିରେ ରୂପା ମୁଦ୍ରା ପକାଇ ରୋଗୀଙ୍କ ମୁହଁ ଦେଖନ୍ତୁ । ଘରେ ଏହାକୁ ଦାନ କରନ୍ତୁ ରୋଗ ଦୂର ହେବ ।

ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଦିନ ଅନେକ ସାମଗ୍ରୀ ଦାନ କରିବାର ପରମ୍ପରା ରହିଛି । ତେବେ ଏହି ସବୁ ଦାନ କରିବା ଦ୍ଵାରା କୌଣସି ପ୍ରଭାବ ପଡିବ କି ନାହି ତାହା ବିଷୟରେ କିଛି କୁହାଯାଇ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।