ଚାନ୍ଦିର ମୁଦ୍ରା ଉପରେ କର୍ପୁର ଜଳାଇ କରନ୍ତୁ ମା ଲକ୍ଷ୍ମୀଙ୍କର ଏହି ଉପାୟ, ଜୀବନସାରା ହେବ ନାହିଁ ଧନର ଅଭାବ

ଯେତେବେଳେ ବି ଜୀବନରେ ଧନର ସମସ୍ୟା ଆସିଥାଏ ତେବେ ଆପଣ ଦିନ ରାତି ପରିଶ୍ରମ କରିବାକୁ ଚାହାନ୍ତି । କିନ୍ତୁ କେତେ ଥର ଭାଗ୍ୟ ଖରାପ କାରଣରୁ ଆପଣଙ୍କର ପରିଶ୍ରମର ଫଳ ଆପଣଙ୍କୁ ମିଳି ନ ଥାଏ । ଅନ୍ୟ ପଟେ କିନ୍ତୁ କିଛି ଲୋକମାନେ ବିନା ପରିଶ୍ରମ କରି ଭାଗ୍ୟର ଦମରେ ଜଲ୍ଦି ଧନୀ ହୋଇ ଯାଆନ୍ତି । ଯଦି ଟଙ୍କା ସମ୍ବନ୍ଧିତ କୌଣସି ଅସୁବିଧା ଅଛି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଭାଗ୍ୟକୁ ବଦଳାଇ ପାରିବେ ।

କହିବାକୁ ଗଲେ ଲକ୍ଷ୍ମୀଙ୍କୁ ହିନ୍ଦୁ ଧର୍ମରେ ଧନର ଦେବୀ ବୋଲି କୁହାଯାଇଛି । କୁହନ୍ତି କି ଯେଉଁ ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଥାଏ ତାକୁ କେବେ ବି ଧନର ଅସୁବିଧା ହୋଇ ନ ଥାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବାକୁ ଯାଉଛୁ, ଯାହାକୁ ଯଦି ଆପଣ ଥରେ କରିବେ ତେବେ ଜୀବନସାରା ଆପଣଙ୍କୁ ଟଙ୍କାର କୌଣସି ଅସୁବିଧା ହେବ ନାହିଁ ।

ଏହି ଉପାୟକୁ ଆପଣ ଶୁକ୍ରବାର ଦିନ କରି ପାରିବେ କାରଣ ଏହି ଦିନକୁ ବି ମାତା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଏ । ଏଥିପାଇଁ ଶୁକ୍ରବାର ଦିନ ସକାଳେ ସ୍ନାନ କରି ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହା ପରେ ଏକ ଚାନ୍ଦିର ମୁଦ୍ରାକୁ ଏକ ଥାଳିରେ ରଖନ୍ତୁ । ଏହା ସହିତ ହିଁ ସେହି ଥାଳିରେ ପୂଜା ପାଇଁ କର୍ପୁର ଓ ଘିଅର ଦୀପ ବି ରଖନ୍ତୁ ।

ବର୍ତ୍ତମାନ ସର୍ବ ପ୍ରଥମେ ଆପଣଙ୍କୁ ଦୀପ ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆରତୀ କରିବାର ଅଛି । ପ୍ରଥମ ଆରତୀ ମାତା ରାଣୀଙ୍କର କରନ୍ତୁ ଓ ଏହା ପରେ ଚାନ୍ଦିର ମୁଦ୍ରା ଓ କର୍ପୁରକୁ ଦିଅନ୍ତୁ । ଏହା ପରେ ଚାନ୍ଦିର ମୁଦ୍ରା ଉପରେ କର୍ପୁର ଜଳାନ୍ତୁ ଓ ମାତାଙ୍କ ଆରତୀ କରୁଥିବା ସମୟରେ ଏହି ମନ୍ତ୍ରର ଜପ କରନ୍ତୁ –

ଓଁ ସର୍ବାବାଧା ବିନିର୍ମୁକ୍ତୋ, ଧନ ଧାନ୍ଯଃ ସୁତାନ୍ୱିତଃ । ମନୁଷ୍ୟୋ ମପ୍ତ୍ରେସାଦେନ ଭବିଷ୍ୟତି ନ ସଂଶୟଃ ଓଁ ।।

ଏହା ପରେ ମାତା ରାଣୀଙ୍କ ସାମ୍ନାରେ ହାତ ଯୋଡି ନମସ୍କାର କରନ୍ତୁ ଓ ନିଜର ଧନ ସମ୍ବନ୍ଧିତ ଇଚ୍ଛା କୁହନ୍ତୁ । ବର୍ତ୍ତମାନ ଯେତେବେଳେ ଚାନ୍ଦିର ମୁଦ୍ରା ଥଣ୍ଡା ହୋଇଯିବ ତେବେ ତାକୁ ଥଣ୍ଡା ପାଣିରେ ସଫା କରି ଏକ ନାଲି କପଡାରେ ବାନ୍ଧି ଦିଅନ୍ତୁ । ବର୍ତ୍ତମାନ ଏହି ମୁଦ୍ରାକୁ ନିଜ ଘରର ତିଜୋରିରେ ସମ୍ଭାଳି କରି ରଖନ୍ତୁ । ଏହା ଦ୍ଵାରା ଆପଣଙ୍କୁ କେବେ ବି ଧନର ସମସ୍ୟା ହେବ ନାହିଁ ।

ଟଙ୍କା ମାମଲାରେ ଆପଣଙ୍କର ଭାଗ୍ୟ ଖୋଲିଯିବ । ଆପଣଙ୍କୁ ଆପଣଙ୍କର ସମସ୍ତ ପରିଶ୍ରମର ଫଳ ଅବଶ୍ୟ ମିଳିବ । ଏହି ଉପାୟକୁ କରିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି ଆପଣ ଶୁକ୍ରବାର ଦିନ ମାତା ରାଣୀଙ୍କ ବ୍ରତ ରଖନ୍ତୁ ଓ କୌଣସି ବି ପ୍ରକାରର ନିଶା କିମ୍ବା ନନଭେଜ ଜିନିଷ ସେବନ କରନ୍ତୁ ନାହିଁ, ତେବେ ଯାଇ ଆପଣଙ୍କୁ ଏହି ଉପାୟର ପୂର୍ଣ୍ଣ ଲାଭ ମିଳିବ ।