ଚାଣକ୍ୟଙ୍କ ଅନୁସାରେ ଏହି ୬ଟି ସୂତ୍ରକୁ ମାନୁଥିବା ବ୍ୟକ୍ତି କେବେ ହୁଏ ନାହିଁ ଅସଫଳ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଜ୍ଞାନୀ ଏବଂ ବିଦ୍ଵାନ ମଧ୍ୟ ଥିଲେ । ସେ ଲୋକମାନଙ୍କ ଭଲ ପାଇଁ କେତେ ଗୁଡିଏ ନୀତି ଲେଖିଛନ୍ତି । ଚାଣକ୍ୟ କହିଛନ୍ତି କି ଜୀବନ ସମସ୍ତଙ୍କୁ ମିଳିଥାଏ କିନ୍ତୁ ସଫଳତା ସମସ୍ତଙ୍କୁ ମିଳିନଥାଏ । ସଫଳତାକୁ କୌଣସି ନିୟମରେ ବନ୍ଧା ଯାଇ ନଥାଏ ଏହା ଆମର କାମ ଏବଂ ପରିଶ୍ରମ ଉପରେ ନିର୍ଭର କରିଥାଏ । ସଫଳତାର କିଛି ନିୟମ ନାହିଁ କିନ୍ତୁ କିଛି ନୀତି ଅଛି ଯାହାକୁ ଆମେ ଅନୁସରଣ କଲେ ସଫଳତା ପାଇ ପାରିବା । ଚାଣକ୍ୟ ୬ଟି ସୂତ୍ର ବିଷୟରେ କହିଛନ୍ତି ଯାହା କି ଆମ ସଫଳତା ପାଇଁ ବହୁତ ଆବଶ୍ୟକ ଅଟେ ।

ଚାଣକ୍ୟ ନୀତି : ଆଚାର୍ଯ୍ୟ ଚାଣକ୍ୟ ଏକ ମନ୍ତ୍ର ମାଧ୍ୟମରେ କହିଛନ୍ତି ସଫଳତାର ସୂତ୍ର

‘କଃ କାଲାଃ କନି ମିତ୍ରାଣି କୋ ଦେଶହ କୌ ବ୍ୟୟାଗମୌ । କସ୍ୟାଣ୍ଡ କା ଚ ମେ ଶକ୍ତିରିତି ଚିୟଙ୍ଗ ମୁହୁମୂହୁଃ’ । ଏହାର ଅର୍ଥ ହେଉଛି କୌଣସି ବି ବ୍ୟକ୍ତିକୁ ସଫଳତା ପାଇବା ପାଇଁ ହେଲେ ତାକୁ ସମୟ, ମିତ୍ର ଏବଂ ଦେଶ ର ଧ୍ୟାନ ରଖିବା ନିହାତି ଆବଶ୍ୟକ । ଏହାଛଡା ବି ୬ଟି କଥା ଅଛି ।

୧. ଭଲ ସମୟ

ସବୁବେଳେ ଆମ ପାଖରେ ଭଲ ସମୟ ନଥାଏ ଏଥିପାଇଁ ବ୍ୟକ୍ତିଙ୍କୁ ଅନୁକୂଳ ସମୟରେ ସବୁ କାମ କରିବା ଉଚିତ । ଯଦି ଆପଣଙ୍କର ଭଲ ସମୟ ନଥାଏ ତାହେଲେ ଆପଣ ଯେକୌଣସି ବି କାମ କରନ୍ତୁ ତାହା କେବେ ହେଲେ ବି ସଫଳ ହୋଇ ନଥାଏ । ଯଦି ବ୍ୟକ୍ତି ଭଲ ସମୟରେ ନିଜର କାମକୁ କରିନଥାଏ ତାହେଲେ ସେ କେବେବି ସଫଳତା ପାଇ ପାରିନଥାଏ । ସମୟ ସହିତ ଚାଲୁଥିବା ବ୍ୟକ୍ତିକୁ ସଫଳତା ନିହାତି ମିଳିଥାଏ ।

୨. କପଟୀ ବନ୍ଧୁ

ବନ୍ଧୁ ମାନ ଜୀବନରେ ବହୁତ ବଡ ମହତ୍ଵପୂର୍ଣ ଭୂମିକା ନିଭାଇ ଥାନ୍ତି । କିନ୍ତୁ କିଛି ବନ୍ଧୁ ଏମିତି ଥାନ୍ତି କି ଯିଏ ଆପଣଙ୍କର ସବୁବେଳେ ଅସଫଳତା ବିଷୟରେ ଭାବିଥାନ୍ତି । ଯିଏ ପ୍ରକୃତ ବନ୍ଧୁ ହୋଇଥିବ ସେ ଆପଣଙ୍କ ସହିତ ସବୁ ପରିସ୍ଥିରେ ରହିଥିବ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ବନ୍ଧୁ ମାନଙ୍କ ଭିତରୁ କିଏ ଭଲ କିଏ ଖରାପ ତାଙ୍କୁ ଚିହ୍ନିବାକୁ ପଡିବ ।

୩. ଦେଶର ଖବର

ଚାଣକ୍ୟ ଙ୍କ ଅନୁସାରେ ସଫଳତା ପାଇଁ ଦେଶର ଖବର ବା ସ୍ଥାନ ବିଷୟରେ ଜାଣିବା ନିହାତି ଦରକାର ଅଟେ ଏବଂ ବ୍ୟକ୍ତି କୁ ସ୍ଥାନର ଅନୁରୂପରେ ହିଁ କାମ କରିବା ଦରକାର । ଏମିତି ନକରିବା ଦ୍ଵାରା ବ୍ୟକ୍ତି ସବୁବେଳେ ଅସଫଳ ରହିଯାଇଥାଏ । ବ୍ୟକ୍ତି କେବେ ହେଲେ ନିଜର ଧ୍ୟାନ କାମରେ ଠିକ ଭାବେ ଦେଇପାରି ନଥାଏ ।

୪. ଆୟ ବ୍ୟୟ ର ସନ୍ତୁଳନ

ଯେଉଁ ବ୍ୟକ୍ତି ନିଜ ଜୀବନରେ ଆର୍ଥିକ ଅନ୍ତୁଳନ କରିପାରି ନଥାନ୍ତି ସେ ତାଙ୍କ ଜୀବନରେ କେବେ ହେଲେ ବି ସଫଳତା ପାଇ ପାରନ୍ତି ନାହିଁ । ଏମିତି ବ୍ୟକ୍ତି ସବୁବେଳେ ସମସ୍ୟା ଭିତରେ ରହିଯାନ୍ତି ଏବଂ ସବୁବେଳେ ଗରିବ ଏବଂ ଅଭାବ ଜୀବନ ଯାପନ କରିଥାନ୍ତି ।

୫. ଅଧୀନତା ଏବଂ ପ୍ରବନ୍ଧନ

ବ୍ୟକ୍ତିକୁ ନିଜର ସଂସ୍ଥାନ ନିୟମ ଅଧୀନରେ କାମ କରିବା ଦରକାର ଏବଂ ଜୀବନ ଓ କାମରେ ଉପଯୁକ୍ତ ପ୍ରବନ୍ଧନ କରିବା ଦରକାର । ବ୍ୟକ୍ତି ପ୍ରଗତି ପାଇଁ ମଧ୍ୟ ଚେଷ୍ଟା କରିବା ଦରକାର । କିନ୍ତୁ କିଛି ଲୋକ ଆପଣଙ୍କ ପ୍ରଗତି ରାସ୍ତାରେ ବାଧା ହୋଇ ଠିଆ ହୋଇଥାନ୍ତି ଯେମିତି କି ଆପଣ ଠିକ ଭାବେ କାମ କରିପାରିବେ ନାହିଁ ।

୬. ନିଜର ସାମର୍ଥ୍ୟର ଜ୍ଞାନ

ଚାଣକ୍ୟ ଙ୍କ ଅନୁସାରେ ପ୍ରଥମେ ବ୍ୟକ୍ତିକୁ ନିଜର ସାମର୍ଥ୍ୟ ବିଷୟରେ ଜାଣିବା ଦରକାର କାରଣ ନିଜର ସାମର୍ଥ୍ୟ ଏବଂ କ୍ଷମତା ଠାରୁ ଅଧିକ କାମ କରିବାକୁ ଚେଷ୍ଟା କଲେ ସେ ସେଥିରେ କେବେ ହେଲେ ବି ସଫଳ ହୋଇ ପାରିନଥାଏ । ଏଥିପାଇଁ ଆପଣ ନିଜର ପ୍ରୟାସ ମାଧ୍ୟମରେ ନିଜର ସାମର୍ଥ୍ୟ ଏବଂ କ୍ଷମତାକୁ ବଢାଇ ସେହି ଅନୁସାରେ କାମ କଲେ ଆପଣ ସଫଳ ହୋଇ ପାରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।