ଲକଡାଉନରେ ହେଲା ଦୁଇ ଭଉଣୀଙ୍କ ବିବାହ, ଏମିତି ନିଭାଗଲା ସବୁ ରସମ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ବାର୍ତ୍ତମାନ କରୋନା ଭାଇସ ପାଇଁ ସାରା ବିଶ୍ଵରେ ଲକଡାଉନ ଚାଲିଛି । ଏବେ ଲକଡାଉନର ତୃତୀୟ ପର୍ଯ୍ୟାୟ ଚାଲିଛି । ଲକଡାଉନ ହେବା ପରେ ମଧ୍ୟ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ କୌଣସି ପ୍ରତିଶେଧକ ଟୀକା ଏବଂ ଔଷଧ ବାହାର କରାଯାଇ ନାହିଁ । ଏଥିରେ ସଂକ୍ରମିତ ହୋଇଥିବା ଲୋକମାନେ ସୁସ୍ଥ ମଧ୍ୟ ହେଉଛନ୍ତି । ସବୁ ଦେଶରେ ସବୁ କିଛି ବନ୍ଦ କରାଯାଇଛି । କରୋନା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ସାମାଜିକ ଦୂରତା ରଖିବା ପାଇଁ ହେବ । ସାମାଜିକ ଦୂରତା ରଖିବା ପାଇଁ ଲକଡାଉନ ଘୋଷଣା କରାଯାଇଛି ।

ଦେଶର ସବୁ ଜିଲ୍ଲାକୁ ଅଲଗା ଅଲଗା ଜୋନରେ ମଧ୍ୟ ରଖାଯାଇଛି । ବର୍ତ୍ତମାନ କିନ୍ତୁ କିଛି ଆବଶ୍ୟକୀୟ ସାମଗ୍ରୀ ଦୋକାନ ସହିତ କିଛି ଅନ୍ୟ ଦୋକାନ ମଧ୍ୟ ଖୋଲା ଯାଉଛି । ଦୋକାନ ଖୋଲିବାର ସମୟ ସୀମା ସହିତ ଅନେକ ନିୟମ ବି ଲାଗୁ କରାଯାଇଛି । କରୋନା ପାଇଁ ସବୁ ଧାର୍ମିକ କାମ, ବିବାହ ଆଦି ସବୁ କାମ ନହେବା ପାଇଁ କୁହାଯାଇଛି । ସାମାଜିକ ଦୂରତା ସହିତ ମାକ୍ସ ପିନ୍ଧିବା ପାଇଁ ମଧ୍ୟ କୁହାଯାଇଛି ।

ବର୍ତ୍ତମାନ ଲକଡାଉନ ଚାଲିଥିବା ସମୟରେ ସଦର କୌତବାଲି ଅଞ୍ଚଳର ଶିମ୍ଭାଲକା ଗାଁର ଦୁଇ ଭଉଣୀ ର ଏକା ସହିତ ବିବାହ ହୋଇଛି । କିନ୍ତୁ ସେମାନେ ଲକଡାଉନରେ କୁହାଯାଇଥିବା ସବୁ ନିୟମକୁ ପାଳନ କରି ଏହି ବିବାହ କରିଛନ୍ତି । ଏହି ବିବାହରେ ଦୁଇ ପକ୍ଷରୁ ୫ଜଣ ଲୋକ ଯୋଗ ଦେଇଥିଲେ । ସେହି ଦୁଇ ଭଉଣୀ ମାନସୀ ଏବଂ ଆକାଂକ୍ଷା ଙ୍କ ବର ବାଗପତ ଜିଲ୍ଲାର କୁରଡି ଗାଁରୁ ଆସିଥିଲେ । ଲକଡାଉନର ସବୁ ନିୟମକୁ ପାଳନ କରି ବିବାହକୁ ସବୁ ବିଧି ବିଧାନ ଅନୁସାରେ ସମ୍ପନ୍ନ କରାଯାଇ ଥିଲା । ଏହି ବିବାହରେ ଯୋଗ ଦେଇଥିବା ସବୁ ଲୋକ ମାସ୍କ ପିନ୍ଧିବା ସହିତ ସବୁ ନିୟମକୁ ମାନି ଥିଲେ ।

ବର ପକ୍ଷରୁ ସାମିଲ ହୋଇଥିବା ୫ଜଣ ଲୋକ ଡିଏମ ଙ୍କ ଠାରୁ ଅନୁମତି ଆଣି ଆସିଥିଲେ । ସେ ଦୁଇଜଣ ବର ଦୁଇ ଭାଇ ଅଟନ୍ତି । ସେମାନଙ୍କ ସହିତ ଆଉ ୩ଜଣ ଲୋକ ଆସିଥିଲେ । ଏହି ବିବାହରେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରାଯାଇ ଥିଲା । ଏମିତି ପରିସ୍ଥିତିରେ ହୋଇ ଥିବା ବିବାହରେ ଦୁଇ ପରିବାର ସହିତ ବର କନ୍ୟା ବି ବହୁତ ଖୁସି ଥିଲେ । ସେମାନେ କହିଥିଲେ କି ପରିସ୍ଥିତି ଅନୁସାରେ ଆମେ ଚାଲିବା ଦରକାର । ଆମେ ଆମ ବିବାହରେ ବହୁତ ଖୁସି ଅଛୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।