Chanakya Niti- ଯଦି ଧନୀ ହେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି 3 ଅଭ୍ୟାସ

ପିଲାଦିନ ଅର୍ଥାତ ୧୮ବର୍ଷ ବୟସ ପାଖାପାଖି ମନୁଷ୍ୟର ବଳ ଓ ସମୟ ଦୁଇଟି ଯାକ ଥାଏ, କିନ୍ତୁ ପଇସା ନା ଥାଏ । ଯବାନ ହେଲା ପରେ ବ୍ୟକ୍ତି ପାଖରେ ପଇସା ଓ ବଳ ଥାଏ, କିନ୍ତୁ ସମୟ ନା ଥାଏ । ଆଉ ଵୃଦ୍ଧାଵସ୍ଥାରେ ସମୟ ଓ ପଇସା ଥାଏ, କିନ୍ତୁ ବଳ ନା ଥାଏ । ଏହି କଥା ଶୁଣିବା ଓ ପଢିବାକୁ ଯେତେ ଭଲ ଲାଗେ, ଅସଲ ଜୀବନରେ ଏହା ସେତେ ତିକ୍ତ ଅଟେ । ତେବେ ଏଠାରେ ସବୁଠୁ ମହତ୍ଵପୁର୍ଣ ଜିନିଷ ଯାହା ଅଟେ ତାହା ହେଉଛି ପଇସା । ଜାବନ ସମୟରେ ଯଦି ମନୁଷ୍ୟ ପାଖରେ ପ୍ରଥମରୁ ଧନ ରହିବ ତେବେ ସେ ତାର ସମୟକୁ ବିକ୍ରି କରିବା ନାହିଁ । ତେବେ ଚାଲନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟ ଏହି ବିଷୟରେ କଣ କୁହନ୍ତି ।

ଧନ ସଞ୍ଚୟ

ସବୁବେଳେ ଅଧିକ ପଇସା ରୋଜଗାର କରିବାକୁ ଚେଷ୍ଟା କରନ୍ତୁ ଓ ସେହି ଅନୁଯାୟୀ ଖର୍ଚ୍ଚ କମ ହିଁ କରନ୍ତୁ । କାରଣ ଅଧିକ ଖର୍ଚ୍ଚ କରିବା ଦ୍ୱାରା ଆପଣ ଧନୀ ହୋଇ ପାରିବେ ନାହିଁ କି ଖରାପ ସମୟ ପାଇଁ ମଧ୍ୟ ପଇସା ସଞ୍ଚୟ ରଖି ପାରିବେ ନାହିଁ ଆପଣ ଦେଖି ପାରୁଥିବେ ଯେଉଁ ଲୋକମାନେ ଲୋନ ଚକ୍କରରେ ଅଧିକ ଫସି ରହୁଥିଲେ ବର୍ତ୍ତମାନ ଅବସ୍ଥାରେ ସେମାନଙ୍କ ହାଲତ ସବୁଠୁ ବେଶୀ ଖରାପ ।

କାରଣ ଅନେକ ଲୋକଙ୍କ ଚାକିରୀ ଚାଲି ଯାଇଛି କିନ୍ତୁ ଘର ଭଡା ଓ ବିଲ ଏବେ ବି ସେମାନଙ୍କୁ ଭରିବାକୁ ପଡୁଛି, ଖର୍ଚ୍ଚ କେବଳ ଲୋକ ଦେଖାଣିଆ ପାଇଁ ହୋଇଥାଏ ନ ହେଲେ ବଡ ରୁ ବଡ଼ ଘର ବହୁତ କମ ଖର୍ଚ୍ଚରେ ଚଳି ଯାଇ ପାରିବେ । ଖର୍ଚ୍ଚ କମ କରୁଥିବା ଲୋକଙ୍କୁ ଦେଖି ଆମେ କହିଥାଉ କି ସେ କେତେ କଂଜୂସ ବୋଲି । କିନ୍ତୁ ଏହା ସତ୍ୟ ନୁହେଁ । ସେମାନେ କେବଳ ନିଜ ଖର୍ଚ୍ଚ କମ କରି ଅଧିକ ସଞ୍ଚୟ କରନ୍ତି । ଯାହା କି ବିପଦ ଆପଦ ସମାୟାରେ ମଧ୍ୟ ସୁରୁଖୁରୁରେ ଚଳିବାରେ ସାହାଯ୍ୟ କରିବା ।

ଧନ ଅଛି ତ ମାନ ସମ୍ମାନ ଅଛି

ଆଚାର୍ଯ୍ୟ ଚାଣକ୍ୟ ୨୪୦୦ ବର୍ଷ ପୂର୍ବେ ନିଜ ଶ୍ଳୋକ ମାଧ୍ୟମରେ ତାଙ୍କ ଲୋକଙ୍କୁ ଧନର ମହତ୍ୱ ବୁଝାଉ ଥିଲେ । କାହିଁକି ନା ଆଜିର ସମୟରେ ଯାହା ପାଖେ ଧନ ଅଛି ସେ ଦୁନିଆରେ ସମସ୍ତ ସୁଖ ସୁବିଧା ହାସଲ କରି ପାରିବ । ଠିକ ସମୟରେ ଯଦି ଆପଣ ରୋଜଗାର କରିବାକୁ ଆରମ୍ଭ ନା କରନ୍ତି ତେବେ ଆପଣଙ୍କ ଘର ଲୋକ ମଧ୍ୟ ଆପଣଙ୍କୁ ନାନା କଥା ଶୁଣାଇବାକୁ ଆରମ୍ଭ କରି ଦିଅନ୍ତି । ପୁରା ଚାଣକ୍ୟ ନୀତିରେ ଚାଣକ୍ୟ କୋଉଠି ବି ଏପରି ଲେଖି ନାହାନ୍ତି କି ପଇସା ବିନା ଜୀବନ କାଟି ହେବ ବୋଲି ।

ଦରିଦ୍ରତା ଏକ ରୋଗ ଅଟେ

୨୪୦୦ ପୂର୍ବେ ଚାଣକ୍ୟ ମଧ୍ୟ ଦରିଦ୍ରତା ଏକ ରୋଗ ଅଟେ ଏଥିପାଇଁ କହୁଥିଲେ ଯେପରି ଏହାକୁ ବୁଝି ଏହା ଦୂର କରିବା ପାଇଁ ପଦକ୍ଷେପ ନିଆ ଯିବ । ଯାହା ଦ୍ୱରା ସେ ନିଜ ପ୍ରଜାଙ୍କ ଦରିଦ୍ରତା ଦୂର କରି ପାରିବେ । କିନ୍ତୁ ଦରିଦ୍ରତା ଆଜି ବି ସେତିକି ଅଛି ଯେତିକି ପୂର୍ବରୁ ଥିଲା । ଜଣେ ଲେଖକ କହିଛନ୍ତି କି ଦରିଦ୍ରତା ଏକ କ୍ୟାନସର ପରି ଅଟେ । ଯାହା ବ୍ୟକ୍ତିକୁ ଧୀରେ ଧୀରେ ଭିତରୁ ଖାଇ ଯାଏ । ସେଥିପାଇଁ ଧନ ରୋଜଗାର କରି ଜୀବନକୁ ଭଲ ସେ ବଞ୍ଚିବାର ପ୍ରୟାସ କରିବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।