Chanakya Neeti- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ସମୟରେ ସ୍ତ୍ରୀର ପ୍ରକୃତ ପରୀକ୍ଷା ହେଇଥାଏ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଗୋଟିଏ ମନୁଷ୍ୟ ଏହି ୬ଟି ଜିନିଷକୁ ମାନିଥାଏ ତେବେ ତାକୁ ମୋକ୍ଷ ମିଳିବା ସହିତ ଜୀବନରେ ବହୁତ ସଫଳତା ମଧ୍ୟ ମିଳିଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତର ମହାନ ଅର୍ଥଶାସ୍ତ୍ର ଓ ରାଜନୀତିଜ୍ଞ ର ଉପାଧି ଦିଆଯାଇଛି । ସେ ନିଜର ଜ୍ଞାନ ଓ ବଳ ଦ୍ୱାରା ମୋର୍ଯ୍ୟ ବଂଶର ସ୍ଥାପନ କରିଥିଲେ । ସେ ତାଙ୍କର ନୀତି ଗ୍ରନ୍ଥ ଅନୁସାରେ ବହୁତ କିଛି ନୀତି କହି ଯାଇଛନ୍ତି ।

ଏହି ନୀତିକୁ ବହୁତ ବଡ଼ ବଡ଼ ରାଜା ମାନେ ବି ଗ୍ରହଣ କରିଛନ୍ତି । ଏହି ନୀତିକୁ ପାଳନ କରି ମନୁଷ୍ୟ ତା ଜିବନର ସବୁ ସମସ୍ୟାର ସମାଧାନ କରି ନିଜେ ସଫଳ ହୋଇପାରିବ । ତେବେ ଆଶନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଏକ ଶ୍ଳୋକ ଅନୁସାରେ ,’ ଯେଉଁ ବ୍ୟକ୍ତି ସଦା ସର୍ବଦା ସତ୍ୟ କହୁଥାଏ ତେବେ ସେ ତାହା ଜୀବନରେ ସବୁବଳେ ବିଜୟ ହୋଇଥାଏ । ଯେଉଁ ଵ୍ୟକ୍ତି ସତ୍ୟକୁ ନିଜର ମାତା ବନେଇ ଦେଇଥାଏ ସେ ବ୍ୟକ୍ତି ତା ଜୀବନରେ ସବୁବଳେ ସଫଳତାର ପାହାଚ ଚଢ଼ିଥାଏ । ସତ୍ୟ କହୁଥିବା ବ୍ୟକ୍ତି ସମସ୍ତଙ୍କ ପ୍ରିୟ ହୋଇଥାଏ ଓ ସବୁବଳେ ଖୁସିରେ ଥାଏ ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ସ୍ତ୍ରୀ ସ୍ଵାମୀର ଦରିଦ୍ରତା ସମୟରେ ତାର ସାଥ ଦେଇଥାଏ ଓ ଆଗକୁ ବଢିବା ପାଇଁ ଆତ୍ମବିଶ୍ଵାସ ବଢାଇଥାଏ ସେ ହିଁ ପ୍ରକୃତ ଜୀବନସାଥି ହେଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ସ୍ତ୍ରୀ ସ୍ଵାମୀର ସ୍ୱାସ୍ଥ୍ୟ ଖରାପ ହେଲେ ତାର ଧ୍ୟାନ ରଖିଥାଏ ଓ ସେବା କରିଥାଏ ସେ ତାର ପ୍ରକୃତ ପତିଧର୍ମ ପାଳନ କରିଥାଏ ।

ସତ୍ୟ ଏପରି ଏକ ଔଷଧ ଯାହାକି ବ୍ୟକ୍ତିକୁ ରୋଗ ଲଗେଇ ଦିଏ ନାହିଁ । ମାତା ଭଳି ସତ୍ୟ ସବୁବଳେ ମନୁଷ୍ୟର ରକ୍ଷା କରିଥାଏ ‘। ଚାଣକ୍ୟଙ୍କ କହିବା ଅନୁସାରେ, ଜ୍ଞାନକୁ ସବୁବଳେ ନିଜର ପିତା ଭଳି ମାନିବା ଦରକାର । ପଇସା ସବୁବଳେ ଆସିଥାଏ ଓ ଯାଇଥାଏ । କିନ୍ତୁ ଜ୍ଞାନ ଏକ ପିତା ଭଳି ଆପଣଙ୍କ ପାଖରେ ଥାଏ । ମନୁଷ୍ୟର ଜିବନରେ ଜ୍ଞାନ ଠାରୁ କୌଣସି ଜିନିଷ ବଡ ହୋଇନଥାଏ ।

ତେଣୁ ଜ୍ଞାନ ପ୍ରାପ୍ତ କରିବାରେ କେବେବି କଞ୍ଜୁସି କରିବା ଉଚିତ ନୁହେଁ । ମନୁଷ୍ୟ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ତାହା ପାଖରେ ଜ୍ଞାନ ଥାଏ । ନଚେତ ବିନା ଆତ୍ମାର ଶରୀର ଭଳି ହୋଇଥାଏ ଅଜ୍ଞାନୀ ବ୍ୟକ୍ତି ।

ଚାଣକ୍ୟଙ୍କ କହିବା ଅନୁସାରେ , ଯେଉଁବ୍ୟକ୍ତି ଭଲ କର୍ମ କରି ଧର୍ମର ସଞ୍ଚୟ କରିଥାଏ ତାହାର ଜୀବନ ସଫଳ ହୋଇଥାଏ । ଧର୍ମ ମଣିଷକୁ ସକାରାତ୍ମକ ବନେଇଥାଏ । ଧର୍ମକୁ ସବୁବଳେ ଭାଇ ଭଳି ମାନିବାକୁ ପଡିବ । ଯେଉଁଥିରେ ସେ ତାହାର ସବୁ ଧର୍ମ ଓ ସବୁ କର୍ମକୁ ପୂରଣ କରିଯାଇଥାଏ । ଧର୍ମକୁ ମାନୁଥିବା ବ୍ୟକ୍ତି କେବେବି ଖରାପ ସଂଗତରେ ପଡିପାରିବ ନାହିଁ ।

ସେ ସବୁବଳେ ପଇସାକୁ ଯଥା ଓ ଧର୍ମ କାର୍ଯ୍ୟରେ ଲଗାଇ ଥାଏ । ମନୁଷ୍ୟର ଜନ୍ମ ଧର୍ମର ବାଟରେ ଚାଲିବା ଓ ଉପାର୍ଜିତ ଧନକୁ ଉପଭୋଗ କରିବା ପାଇଁ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ , ମନୁଷ୍ୟର ମନରେ ଥିବା ଦୟାକୁ ସବୁ ଧର୍ମ ଠାରୁ ଉପରେ ବୋଲି କହିଛନ୍ତି । ପ୍ରାଣୀ ମାତ୍ରକେ ଦୟା କରିବା ବ୍ୟକ୍ତି କେବେବି ପାପ କର୍ମ ଆଡ଼କୁ ଆକୃଷ୍ଟ ହୋଇନଥାଏ । ଏହାଠାରୁ ବଡ ଜ୍ଞାନ ଆଉ କଣ ହୋଇପାରେ ।

ଦୟାକୁ ମିତ୍ରର ସମାନ ମାନିବା ଦରକାର । ଯେପରି ଯେକୌଣସି ପରିସ୍ଥିତିରେ ବି ମିତ୍ରକୁ ଛାଡି ଯିବା ଉଚିତ ନୁହେଁ , ସେହି ଭଳି ଦୟାକୁ ଛାଡିବା ମଧ୍ୟ ଅନୁଚିତ । ଆଚାର୍ଯ୍ୟଙ୍କ କହିବା ଅନୁସାରେ , ବ୍ୟକ୍ତି ସବୁବଳେ ଶାନ୍ତ ଓ ସରଳ ସ୍ୱଭାବର ହେବା ଦରକାର । ଯେଉଁ ବ୍ୟକ୍ତି ଶାନ୍ତ ରହିଥାଏ ତାହା ଜୀବନରେ ସଫଳତାର ମାର୍ଗ ଖୋଲିଯାଇଥାଏ । ଶାନ୍ତ ମନରେ ନିଆଯାଇଥିବା ନିର୍ଣ୍ଣୟ ସବୁବଳେ ଲାଭ ଦାୟକ ହୋଇଥାଏ ।

ଯେଉଁବ୍ୟକ୍ତି ଶାନ୍ତିକୁ ନିଜର ପତ୍ନୀ ଭଳି ରଖିଥାଏ ତାହା ଜିବନରେ କୌଣସି ସମସ୍ୟା ଆସି ନଥାଏ । ଚାଣକ୍ୟଙ୍କ ଅନୁସାରେ , କାହାର ଭୁଲରେ କ୍ଷମା କରିଦେବା ବହୁତ ବଡ଼ ପୁଣ୍ୟ ମାନାଯାଇଥାଏ । ଯଦି ଆପଣ କାହାର ଭୁଲକୁ କ୍ଷମା କରିଦେଉଛ ତେବେ ଏହା ବହୁତ ବଡ଼ ପୁଣ୍ୟ ଅଟେ । ଯେଉଁ ବ୍ୟକ୍ତି କ୍ଷମାକୁ ନିଜର ସନ୍ତାନ ଭଳି ମାନିଥାଏ , ସେହି ବ୍ୟକ୍ତିକୁ ଜୀବନରେ କଷ୍ଟର ସାମ୍ନା କରିବାକୁ ପଡିନଥାଏ । ଯଦି କୌଣସି ଭୁଲ ହୋଇଯାଏ କ୍ଷମା ମାଗିବାରେ ଡେରି କରିବା ଆଦୌ ଉଚିତ ନୁହେଁ ।