Chanakya- ଜୀବନରେ ବଡ଼ ହେବାକୁ ଚାହୁଁଥିଲେ ଏପରି ସ୍ଵଭାବ ତୁରନ୍ତ ଛାଡି ଦିଅନ୍ତୁ

ମହାଜ୍ଞାନି ଓ ନୀତିକାର ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସରଳ ଓ ସୁଖକର କରିବା ନିମନ୍ତେ ନିଜ ନୀତିଶାସ୍ତ୍ରରେ ବହୁତ କଥା ଉଲ୍ଲେଖ କରିଛନ୍ତି । ଆଜି ଆମେ ତାଙ୍କର ଏପରି କଥା ଶିଖିବା ଯାହା ଆମକୁ ଜୀବନରେ ସଫଳତା ଆଣି ଦେବା ସହ ଜୀବନକୁ ସୁଖମୟ କରିବାରେ ସହାୟକ ହେବ । ସେ ତାଙ୍କ ନୀତଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି-

” ଦେହାଭିମାଙ୍ଗଲିତେ ଜ୍ଞାନେନ ପରମାତ୍ମନଃ,

ୟତ୍ର ୟତ୍ର ମନୋ ୟାତି ତତ୍ର ତତ୍ର ସମାଧୟଃ ।

ଏହି ଶ୍ଳୋକରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ପରମାତ୍ମା ଙ୍କ ଜ୍ଞାନ ପ୍ରାପ୍ତ ହେଲେ ଦେହର ଅଭିମାନ ଲୋପ ପାଇଯାଏ । ସେତେବେଳେ ମନ ଯେଉଁଠାକୁ ଯାଏ ସେହିଠାରେ ତାର ସମାଧି ହୋଇଥାଏ । ଯେଉଁ ମନୁଷ୍ୟକୁ ନିଜ ଭିତରେ ଥିବା ପରମାତ୍ମା ଙ୍କ ଜ୍ଞାନ ପ୍ରାପ୍ତ ହୋଇଯାଏ, ତାକୁ ସାଂସାରିକ ଭୋଗ ତୁଚ୍ଛ ଲାଗିଥାଏ ।

ଲୋକମାନେ ନିଜ ସୁନ୍ଦରତା ର ଅଭିମାନରେ ଅସୁନ୍ଦର ଦିଶୁଥିବା ଲୋକଙ୍କ ଆତ୍ମାର ସୁନ୍ଦରତା କୁ ବୁଝି ନ ପାରି ସେମାନଙ୍କର ଅପମାନ କରିଥାନ୍ତି । କିନ୍ତୁ ଏପରି କରିବା ମୂର୍ଖତା ର ପ୍ରମାଣ ଅଟେ । ବ୍ୟକ୍ତି ଙ୍କ ବାହ୍ୟ ସୋନ୍ଦର୍ଯ୍ଯ ଯେପରି ବି ହୋଇଥାଏ ଆମେ ତାହାର ମନର ସୁନ୍ଦରତା କୁ ଦର୍ଶନ କରିବା ଉଚିତ୍ । ଯେଉଁମାନେ ନିଜ ଦେହର ସୁନ୍ଦରତା ଉପରେ ଗର୍ବ କରନ୍ତି, ସେମାନେ ଜାଣିବା ଉଚିତ୍ କି ତାହା ଦିନେ ନଷ୍ଟ ହୋଇଯିବ ।

ଚାଣକ୍ୟ କୁହନ୍ତି ଆମକୁ ଏହି ଦେଖାଇ ହେବା ସ୍ଵଭାବ କୁ ତ୍ୟାଗ କରିଦେବା ଉଚିତ୍ ଅଟେ । କିଛି ଲୋକ ଅଧିକ ଧନ ଆୟ କରି ଦେଖାଇ ହେବା ନିମନ୍ତେ ନୂଆ ନୂଆ ବସ୍ତ୍ର କିଣି ପରିଧାନ କରନ୍ତି । କିନ୍ତୁ ସେମାନେ ଏହା ଭୁଲି ଯାଆନ୍ତି ଯେ ମହଙ୍ଗା ବସ୍ତ୍ର ପରିଧାନ କଲେ ଆପଣଙ୍କ ମନର ସୁନ୍ଦରତା ଓ ଜ୍ଞାନ ର ପ୍ରଦର୍ଶନ ହୁଏ ନାହିଁ ।

ଜ୍ଞାନୀ ବ୍ୟକ୍ତିଙ୍କୁ ତାଙ୍କ ଜ୍ଞାନର ପ୍ରଦର୍ଶନ କରିବା ପାଇଁ ମହଙ୍ଗା ବସ୍ତୁ ଏହି କ୍ଷୟଶୀଳ ଶରୀରରେ ପରିଧାନ କରିବା ଆବଶ୍ୟକ ହୁଏ ନାହିଁ । ଜ୍ଞାନୀ ମନୁଷ୍ୟ ସାଧାରଣ ବସ୍ତ୍ରରେ ମଧ୍ୟ ତେଜମାନ ଦିଶିଥାଏ । ଯେପରି ଶହ ଶହ କୋଟି ତାରା ଗୁଡ଼ିକ ମଧ୍ୟରେ ସୂର୍ଯ୍ୟ କିରଣରେ ପ୍ରକାଶମାନ ଚନ୍ଦ୍ର ରାତ୍ରିର ଅନ୍ଧକାରରେ ଆକାଶରେ ବିଦ୍ୟମାନ ହୋଇଥାଏ ଠିକ୍ ସେପରି ।

ତାର ଆଲୋକ ସମସ୍ତ ପ୍ରାଣୀଙ୍କୁ ଶିତଳତା ର ଆଭାସ କରାଇ ଥାଏ ଓ ଲୋକମାନେ ଚନ୍ଦ୍ରମା କୁ ପୂଜନୀୟ ବୋଲି ଗ୍ରହଣ କରନ୍ତି । ସେଥିପାଇଁ ଯେତେ ଧନ ଅର୍ଜନ କଲେ ମଧ୍ୟ ତାହା ଦେଖାଇ ହୁଅନ୍ତୁ ନାହିଁ । ଯଦି ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଏହି ଦେଖାଇ ହେବା ଗୁଣକୁ ତ୍ୟାଗ କରିବା ଜରୁରୀ ଅଟେ ।

ଦ୍ଵିତୀୟ ପଦରେ ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତିଙ୍କୁ ପରମାତ୍ମା ଙ୍କ ସତ୍ୟ ସ୍ୱରୂପ ଜଣାଥାଏ, ସେ ଯେଉଁ ସ୍ଥାନକୁ ମଧ୍ୟ ଗଲେ ତାଙ୍କ ନାମ ଚିନ୍ତନ ରେ ଲାଗି ରୁହେ । ସେମାନେ ଅପମାନ କୁ ମଧ୍ୟ ସମ୍ମାନ ବୋଲି ଭାବି ଆଚରଣ କରନ୍ତି । ଦିନେ ସେମାନେ ଏପରି ସ୍ଥାନରେ ପହୁଞ୍ଚନ୍ତି ଯେଉଁଠି ଲୋକ ତାଙ୍କର ଅପମାନ ମଧ୍ୟ କରି ପାରନ୍ତି ନାହିଁ ।

ଯେପରି ସୁନ୍ଦର ବସ୍ତ୍ର ପରିଧାନ କରିଥିବା ବ୍ୟକ୍ତି ମାନଙ୍କ ସଭାରେ ସାଧାରଣ ବସ୍ତ୍ର ପରିଧାନ କରିଥିବା ଜ୍ଞାନୀ ବ୍ୟକ୍ତି ସେହି ସଭାର ଶୋଭା ବଢାଇ ଥାଆନ୍ତି । ସେହି ପ୍ରକାର ଜ୍ଞାନକୁ ସବୁବେଳେ ମହତ୍ୱ ଦେବା ଉଚିତ୍ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।