ଲେମ୍ବୁ ଚୋପା ଫିଙ୍ଗି ଦେଉଛନ୍ତି କି ! ଚମତ୍କାରୀତା ଜାଣିଲା ପରେ ଲେମ୍ବୁ ଚୋପା ଆଉ ଫିଙ୍ଗିବେ ନାହିଁ ! Home remedy

ବନ୍ଧୁଗଣ ଆମେ ମାନେ ପ୍ରାୟତଃ ଲେମ୍ବୁର ବ୍ୟବହାର କରି ସାରିଲା ପରେ ଲେମ୍ବୁ ଚୋପାକୁ ଫିଙ୍ଗି ଦେଇଥାନ୍ତି । ହେଲେ ଲେମ୍ବୁ ଚୋପା ଆପଣ ନଫୋପାଡି ସେଥିରୁ ଆପଣ ବହୁତ ଭଲ ଜିନିଷ ମଧ୍ୟ ପ୍ରସ୍ତୁତ କରିପାରିବେ । ଯେଉଁ ସବୁ ଜିନିଷ ଆଜି ଆପଣ ମାନେ ଲେମ୍ବୁ ଚୋପାରୁ ବନାଇବା ଶିଖିବେ । ସେହି ଜିନିଷକୁ ଆପଣ ମାନେ ମାର୍କେଟରୁ ଅଧିକ ଟଙ୍କା ଦେଇ କିଣିକି ଘରକୁ ଆଣିଥାନ୍ତି । ହେଲେ ସେହି ଅଦରକାରୀ ଲେମ୍ବୁ ଚୋପାରୁ କେଉଁ ଜିନିଷ ଆପଣଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ କରିପାରିବେ ତାହା ଚାଲନ୍ତୁ ଜାଣିବା ।

ପ୍ରଥମେ ଏହି ଜିନିଷ କରିବା ପୂର୍ବରୁ ଆପଣଙ୍କୁ କିଛି ଲେମ୍ବୁ ଚୋପାର ଆବଶ୍ୟକ ପଡିବ । ଆପଣ ଲେମ୍ବୁରୁ ରସ ବାହାର କରିସାରିବା ପରେ ସେଥିରୁ ଯେଉଁ ଚୋପା ବାହାର କରି ରଖିଥିବେ । ସେହି ସବୁ ଚୋପାକୁ ଏକାଠି କରି ରଖନ୍ତୁ । ଆପଣଙ୍କ ପାଖରେ ଯଦି 10 ଟି ଲେମ୍ବୁର ଚୋପା ରହିଥାଏ । ତେବେ ସେଥିପାଇଁ ଆପଣ ଏକ ପାତ୍ରରେ ଦେଢ ଗ୍ଳାସ ପାଣି ନିଅନ୍ତୁ । ତାପରେ ସେହି ପାଣିରେ ସମସ୍ତ ଲେମ୍ବୁ ଚୋପାକୁ ପକାଇ ଦିଅନ୍ତୁ ।

ତାପରେ ସେହି ପାଣିର ପାତ୍ରକୁ ନେଇ ଗ୍ଯାସରେ ବସାଇ ସେହି ପାଣିକୁ ଫୁଟାନ୍ତୁ । କିଛି ସମୟ ସେହି ପାଣିକୁ ଫୁଟାଇବା ପରେ ସେହି ଚୋପାରେ ଯାହା ସବୁ ରସ ଥିବ ସବୁ କିଛି ପାଣି ମଧ୍ୟକୁ ଚାଲି ଆସିବ । ଅତି କମ୍ ରେ 4 ରୁ 5 ମିନିଟ ଏହି ପାଣିକୁ ଫୁଟାନ୍ତୁ । ଧୀରେ ଧୀରେ ପାଣିର ରଙ୍ଗ ମଧ୍ୟ ବଦଳିବାକୁ ଲାଗିବ । ଏହାପରେ ଆପଣ ଗ୍ଯାସ ବନ୍ଦ କରି ସେହି ପାଣିକୁ ତଳକୁ ଆଣି କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ଯେତେବେଳେ ଏହି ପାଣି ଥଣ୍ଡା ହୋଇଯିବ । ସେତେବେଳେ ଆପଣ ପାଣିରୁ ଲେମ୍ବୁ ଚୋପାକୁ ଭଲ ଭାବେ ଚୁପୁଡି ପାଣିରୁ କାଢି ଦିଅନ୍ତୁ । ତାପରେ ସେହି ପାଣିକୁ କୌଣସି ଏକ ଛଣା ସାହାଜ୍ଯରେ ଛାଣି ଏକ ବୋତଲରେ ଭର୍ତ୍ତି କରି ଦିଅନ୍ତୁ ଓ ସେହି ବୋତଲରେ ଅନ୍ୟ 1 ଗ୍ଳାସ ସାଧାରଣ ପାଣି ମଧ୍ୟ ମିଶାଇ ଦିଅନ୍ତୁ ।

ତାପରେ ସେହି ପାଣିରେ 1 ଚାମଚ ମିଠାସୋଡା, କୌଣସି ବି ବାସନ ମଜା ଲିକ୍ୱିଡରୁ 2 ଚାମଚ କିମ୍ବା 2 ଚାମଚ କୌଣସି ଡିଟର୍ଜେଣ୍ଟ ମଧ୍ୟ ମିଶାଇ ପାରିବେ । ଲେମ୍ବୁର ରସ ଜୀବାଣୁକୁ ମାରିବା, ଦାଗ ଛଡାଇବା ଭଳି ଭଲ କ୍ଲିଞ୍ଜର ଭାବେ କାମ କରିଥାଏ ।

ତେଣୁ ଏଥିରୁ ଆପଣ ଘରର ବାସନ ବା ଘରର କାଚ ବା କୌଣସି ପ୍ରକାର ଫର୍ଣ୍ଣିଚର ସଫେଇ କାର୍ଯ୍ୟରେ ଏହାକୁ ବ୍ୟବହାର କରିବା ଦ୍ଵାରା ଏହା ତାହାକୁ ଭଲ ଭାବେ ସଫା କରିଦେଇଥାଏ । ଏହିଭଳି ଅପଡେଟ ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।