କଳା ଫିତା କାହିଁକି ବାନ୍ଧନ୍ତି ? କ’ଣ ରହିଛି କଳା ଫିତା ବାନ୍ଧିବାର ମହତ୍ଵ ! black thread

ବନ୍ଧୁଗଣ ପ୍ରାଚୀନ କାଳରୁ ହିଁ କଳା ଫିତା ବାନ୍ଧିବାର ନିୟମ ପ୍ରଚଳିତ ରହି ଆସିଛି । ଆପଣ ମାନେ ମଧ୍ୟ କେତେ ଜଣଙ୍କର ବେକରେ, ଗୋଡରେ ଓ ହାତରେ କଳା ଫିତା ବନ୍ଧା ହୋଇଥିବାର ଦେଖିବାକୁ ପାଇଥିବେ । ତେବେ କଳା ଫିତା ଲଗାଇବାର ବିଶେଷ ମହତ୍ଵ କ’ଣ ରହିଥାଏ । ଆଜି ଏଠାରେ ଆପଣ ମାନେ ବିସ୍ତ୍ରୁତ ଭାବରେ ଜଣାଇବାକୁ ପାଇବେ । କଲାଫିତାକୁ କେବଳ ଯେ ନଜର ଦ୍ରୁଷ୍ଟିରୁ ବଞ୍ଚିବା ପାଇଁ ପିନ୍ଧା ଯାଇନଥାଏ । ବଂର ଏହା ଛଡା କଳାଫିତା ବାନ୍ଧିବାର ଆହୁରି ମଧ୍ୟ ଅନେକ ଫାଇଦା ରହିଛି ଯାହା ଏଠାରେ ଆଲୋଚନା କରିବା ।

1- ଜ୍ଯୋତିଷ ଶାସ୍ତ୍ର ଅନୁସାରେ କଳାଫିତାକୁ ନଜର ଦୋଷ, ଖରାପ ତଥା ନକରାତ୍ମକତା ଠାରୁ ଦୂରେଇ ରହିବା ପାଇଁ ଲୋକମାନେ ପିନ୍ଧିଥାନ୍ତି । କଳାଫିତାରେ ବହୁତ ସକାରାତ୍ମକ ଶକ୍ତି ଓ ଏନର୍ଜି ରହିଥାଏ । ଏହା ବ୍ୟକ୍ତି ପାଖକୁ ଆସୁଥିବା ସବୁ ଖରାପ ଶକ୍ତିକୁ ବ୍ୟକ୍ତି ଠାରୁ ଦୂରରେ ରଖିଥାଏ । ଏଥିସହ ସେହି ନେଗେଟିଭ ଏନର୍ଜିକୁ ମୂଳରୁ ନଷ୍ଟ କରିଦେଇଥାଏ ।

ତେଣୁ ଯେଉଁ ବ୍ୟକ୍ତି ନିଜ ଶରୀରର କୌଣସି ସ୍ଥାନରେ କଳା ଫିତା ପିନ୍ଧିଥାଏ । ସେହି ବ୍ୟକ୍ତି ଉପରେ କୌଣସି କୁ ଦ୍ରୁଷ୍ଟି କାହାର ବି ପଡ଼ିପାରିନଥାଏ । ଏଥିସହ ଏହି କଳାଫିତା ବ୍ୟକ୍ତିକୁ ସବୁ ପ୍ରକାର କଳାଜାଦୁ ଠାରୁ ମଧ୍ୟ ରକ୍ଷା କରିଥାଏ ।

2- ଯେଉଁ ବ୍ୟକ୍ତି ଜୀବନରେ ପରିଶ୍ରମ କରି ସୁଦ୍ଧା ବାରମ୍ବାର ଅସଫଳତାର ସାମ୍ନା କରୁଥାଏ । ଯେତେ ପରିଶ୍ରମ କରିଲେ ମଧ୍ୟ ସଫଳତା ମିଳିପାରୁନଥାଏ । ତେଣୁ ସେହି ବ୍ୟକ୍ତି ଉପରେ କାହାର ଖରାପ ନଜର ରହିଥାଇପାରେ । ଯେଉଁ କାରଣ ଯୋଗୁ ବ୍ୟକ୍ତି ଜୀବନର ଉନ୍ନତି ପଥରେ ବାଧା ଆସୁଥାଏ । ତେଣୁ ସେହି ଲୋକମାନେ କଳାଫିତା ବାନ୍ଧିବା ଉଚିତ ।

3- ଯେଉଁ ଘରେ କ୍ଲେଶ ଓ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଅଶାନ୍ତି ଅନେକ ସମୟରେ ଦେଖାଦେଉଥାଏ । ତେବେ ସେହି ଘର କିମ୍ବା ଦମ୍ପତ୍ତିଙ୍କ ଉପରେ ହୁଏତ କାହାର ଖରାପ ନଜର ଲାଗିଯାଇଥାଏ । କେହି ବି କଳା ଜାଦୁ ପ୍ରୟୋଗ କରି ସ୍ଵାମୀ ଓ ସ୍ତ୍ରୀ ସମ୍ପର୍କରେ ତିକ୍ତତା ଆଣିବାକୁ ଚେଷ୍ଟା କରୁଥାଏ । ତେବେ ସ୍ଵାମୀ ହେଉ ଅବା ସ୍ତ୍ରୀ ବା ଉଭୟ ଚାହିଁଲେ ମଧ୍ୟ କଳା ଫିତା ବାନ୍ଧନ୍ତୁ ।

4- ଯଦି କୌଣସି ବ୍ୟକ୍ତି ଶନିଦଶାରେ ପୀଡିତ ଥାଏ । ତେବେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିଦେବଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିବା କଳା ଫିତା ଆଣି ସେହି ବ୍ୟକ୍ତି ଧାରଣ କରିବା ଦ୍ଵାରା ବ୍ୟକ୍ତି ଶନି ମହାରାଜାଙ୍କ କୋପରୁ ବଞ୍ଚିପାରିଥାଏ ।

ପୋଷ୍ଟଟି ବନ୍ଧୁଗଣ ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ କରିବା ସହ ମଧ୍ୟ ଅନ୍ୟ ମାନଙ୍କୁ ଏହା ଶେୟାର କରନ୍ତୁ ।