ଚଳନ୍ତି ଟ୍ରେନରେ ଷ୍ଟଣ୍ଟ କରୁଥିବା ସମୟରେ ଯୁବକଙ୍କ ଖସିଲା ହାତ, ରେଳ ମନ୍ତ୍ରୀ କହିଲେ- ଏଇଟା ବାହାଦୁରି ନୁହେଁ…

ସୋସିଆଲ ମିଡିଆରେ ଆଜିକାଲି ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି, ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଡରିଯିବେ । ରେଳ ବିଭାଗର ମନ୍ତ୍ରୀ ପିୟୁଷ ଗୋୟଲ ସୋସିଆଲ ମିଡିଆରେ ବହୁତ ସମୟ ଆକ୍ଟିଭ ରୁହନ୍ତି । କିଛି ଦିନ ତଳେ ପିୟୁଷ ସୋସିଆଲ ମିଡିଆରେ ଏକ ଟିକ ଟକ ଭିଡିଓ ସେୟାର କରିଥିଲେ । ସେହି ଭିଡିଓରେ ଜଣେ ଯୁବକ ତୀବ୍ର ଗତିରେ ଦୌଡି ଟ୍ରେନରେ ଏକ ମାରାତ୍ମକ ଷ୍ଟଣ୍ଟ ଦେଖାଉଥିଲା । ହେଲେ ଷ୍ଟଣ୍ଟ ଦେଖାଉଥିବା ସମୟରେ ତାର ହାତ ଖସିଯାଇଥିଲା । ଯାହାଫଳରେ ଯୁବକ ଜଣକ ଚଳନ୍ତା ଟ୍ରେନରୁ ତଳକୁ ଖସି ପଡିଥିଲା ।

ଯେତେବେଳେ ଏହି ଯୁବକ ଜଣକ ଟ୍ରେନରେ ଷ୍ଟଣ୍ଟ ଦେଖାଉଥିଲା, ସେହି ସମୟରେ ଜଣେ ଲୋକ ଯୁବକର ଭିଡିଓ କରୁଥିଲା । ଆପଣ ଏହି ଭିଡିଓରେ ଦେଖିପାରିବେ, ଯୁବକ ଜଣକ ଟ୍ରେନର ଡୋରରେ ଥିବା ହ୍ୟାଣ୍ଡେଲକୁ ଧରି ପବନରେ ଜମ୍ପ କରୁଥିଲା । ହେଲେ ସେହି ସମୟରେ ତାର ହାତ ହ୍ୟାଣ୍ଡେଲରୁ ଖସି ଯାଇଥିଲା । ଯାହାଫଳରେ ଯୁବକଟି ଟ୍ରେନରୁ ଖସି ତଳେ ପଡିଥିଲା । ତାପରେ ସେହି ଯୁବକଟି ତଳେ ପଡିବା ପରେ ବସିଯାଇଥିଲା । ତା ପଛରେ ଟ୍ରେନ ଯାଉଥିଲା, ହେଲେ ସେ ସେମିତି ବସିରହିଲା ।


ଟ୍ରେନରେ ଥିବା ଲୋକମାନେ ମଧ୍ୟ ତାକୁ ସେମିତି ବସିବା ପାଇଁ କହିଥିଲେ, ଯଦି ସେ ଟିକେ ଏପଟ ସେପଟ ହେଇଥାନ୍ତା, ତେବେ ଯୁବକ ଜଣକ ଅତ୍ୟଧିକ ଗୁରୁତର ହୋଇଯାଇଥାନ୍ତେ । ପିୟୁଷ ଗୋୟଲ ଏହି ଭିଡିଓକୁ ସେୟାର କରିଛନ୍ତି ଓ ନିୟମକୁ ପାଳନ କରିବା ପାଇଁ ଅପିଲ କରିଛନ୍ତି । ଏହି ଭିଡିଓକୁ ସେୟାର କରି ପିୟୁଷ କ୍ୟାପ୍ସନରେ ଲେଖିଥିଲେ, ‘ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ଦେଖାଇବା ବାହାଦୁରି ନୁହେଁ, ଏହା ହେଉଛି ମୂର୍ଖତା, ଆପଣଙ୍କ ଜୀବନ ଅମୂଲ୍ୟ ଅଟେ, ଜୀବନକୁ ବିପଦରେ ପକାନ୍ତୁ ନାହିଁ । ନିୟମର ପାଳନ କରନ୍ତୁ ଓ ସୁରକ୍ଷିତ ଯାତ୍ରାର ଆନନ୍ଦ ନିଅନ୍ତୁ’ ।


ପିୟୁଷ ଏହି ଭିଡିଓକୁ କିଛି ଦିନ ତଳେ ସେୟାର କରିଥିଲେ । ମିଡିଆରେ ହଜାର ହଜାର ଲୋକ ଏହି ଭିଡିଓକୁ ଦେଖିବା ସହ ଏହି ଭିଡିଓକୁ ବହୁତ ମାତ୍ରାରେ ସେୟାର କରୁଛନ୍ତି । ଏହି ଭିଡିଓକୁ ୧୬ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ଲୋକମାନେ ଏହି ଭିଡିଓକୁ ଦେଖି ଅଲଗା ଅଲଗା ପ୍ରତିକ୍ରିୟା ଦେଉଛନ୍ତି ।