ମୋଦୀଙ୍କୁ ବହୁତ ପସନ୍ଦ କରନ୍ତି ଟ୍ରମ୍ଫ, ଆସନ୍ତା ଦିନରେ ଭାରତ ସହ କରିବାକୁ ଚାହାଁନ୍ତି ବହୁତ ବଡ ଡିଲ

ଭାରତ ଆସିବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଥିଲେ କି, ବାସ୍ତବରେ ସେ ମୋଦୀଙ୍କୁ ବହୁତ ପସନ୍ଦ କରନ୍ତି ଓ ଆସନ୍ତା ଦିନରେ ସେ ଭାରତ ସହିତ ଏକ ବଡ ଡିଲ କରିବା ପାଇଁ ଚାହୁଁଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ, ଏହି ବୟାନ ଭାରତ ଆସିବା ପୂର୍ବରୁ ଦେଇଛନ୍ତି । ଆସନ୍ତା ଦିନରେ ଟ୍ରମ୍ଫ ଭାରତ ସହ ଏକ ବଡ ଡିଲ କରିବାର ସଙ୍କେତ ମଧ୍ୟ ଦେଇଛନ୍ତି ।


ନିଜ ବୟାନରେ ଟ୍ରମ୍ଫ କହିଛନ୍ତି କି, ‘ଆମେ ଭାରତ ସହିତ ଏକ ବଡ ବ୍ୟାପାରର ଡିଲ୍ ଚାହୁଞ୍ଚୁ । ଆମେ ଏମିତି କରିବୁ । ମୁଁ ଜାଣିନାହିଁ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହା ସମ୍ଭବ ହେବ ନା ନାହିଁ । ହେଲେ ଆମେ ଭାରତ ସହ ବହୁତ ବଡ ଡିଲ୍ କରିବୁ’ । ଟ୍ରମ୍ଫ କହିଛନ୍ତି କି, ‘ଆମ ସହିତ ଭାରତ ଭଲ ବ୍ୟବହାର କରିଲା ନାହିଁ, ହେଲେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ପସନ୍ଦ କରେ’ । ସୂଚନା ଅନୁସାରେ କି ଏହି ବର୍ଷ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ଆମେରିକାରେ ହେବ, ଯଦି ଟ୍ରମ୍ଫ ପୁଣି ଥରେ ରାଷ୍ଟ୍ରପତି ହେବେ, ତେବେ ସେ ଭାରତ ସହ ବହୁତ ବଡ ଡିଲ୍ ନିଶ୍ଚିନ୍ତ କରିବେ ।

୨୦୧୯ ରେ ଭାରତ-ଆମେରିକାର ସମ୍ପର୍କ ଖରାପ ହୋଇଥିଲା


୨୦୧୯ରେ ଆମେରିକା ଭାରତକୁ ମିଳୁଥିବା Generalized System of Preferences ‘GSP’ ଅଧିକାରକୁ ଶେଷ କରିଦେଇଥିଲା । ଏହି ନିଷ୍ପତ୍ତିକୁ ଟ୍ରମ୍ଫ ନେଇଥିଲେ । ଯାହାଫଳରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ନିଜ ଦେଶର ଅର୍ଥ ବ୍ୟବସ୍ଥାକୁ ବୃଦ୍ଧି କରିବା ପାଇଁ ଆମେରିକା ଭାରତ ଠାରୁ ଜିଏସପିର ଅଧିକାରକୁ ଛଡେଇ ନେଇଥିଲା । ତେଣୁ ଭାରତ ଆସିବା ପୂର୍ବରୁ ଟ୍ରମ୍ଫ ଭାରତ ସହ ଏକ ବଡ ଡିଲ କରିବା ବିଷୟରେ କହିଛନ୍ତି ।

୨୪ ଫେବୃୟାରିରେ ଆସୁଛନ୍ତି ଭାରତକୁ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଫେବୃୟାରି ୨୪ ତାରିଖରେ ଭାରତକୁ ଆସୁଛନ୍ତି । ଡୋନାଲ୍ଡଙ୍କ ସହିତ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ଫ ମଧ୍ୟ ଭାରତକୁ ଆସୁଛନ୍ତି । ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ଡୋନାଲ୍ଡ ଟ୍ରମ୍ଫ ୨୪ ଫେବୃୟାରି ସକାଳ ୧୧.୩୦ରେ ଅହମ୍ମଦାବାଦରେ ପହଞ୍ଚିବେ । ଏଠାରେ ତାଙ୍କର ସ୍ଵାଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ଏହାପରେ ମୋଦୀ ଓ ଟ୍ରମ୍ଫ ଏକା ସହିତ ସାବରମତି ଆଶ୍ରମ ଯିବେ ।

ଆଶ୍ରମ ଯିବା ପରେ ଏହି ଦୁଇଜଣ ‘ଇଣ୍ଡିଆ ରୋଡ ଶୋ’ କରିବେ । ଏହାପରେ ଖରାବେଳ ୧.୧୫ରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ମୋଦୀ ଓ ଟ୍ରମ୍ଫଙ୍କ ଦ୍ଵାରା ଭାଷଣ ଦିଆଯିବ । ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଦୁଇଜଣ ନେତା ଦିଲ୍ଲୀ ପାଇଁ ବାହାରିଯିବେ । ଦିଲ୍ଲୀ ଆସିବା ପରେ ଟ୍ରମ୍ଫ ତାଙ୍କ ପତ୍ନୀଙ୍କ ସହ ତାଜ ମହଲ ଯିବେ, ଟ୍ରମ୍ଫଙ୍କ ଏହି ଟୁର ୨୫ ଫେବୃୟାରି ପର୍ଯ୍ୟନ୍ତ ଚାଲିବ ।