Unbelievable ! ଗୋଟିଏ ଗଛରେ ଫଳୁଛି 40 ପ୍ରକାରର ଫଳ ! ନ ଦେଖିଲେ ବିଶ୍ବାସ କରି ପାରିବେନି, ଦେଖନ୍ତୁ Video

ଗୋଟିଏ ଗଛରେ ବିଭିନ୍ନ ରଙ୍ଗର ଫୁଲ ଫୁଟିବା ଆପଣ ଦେଖିଥିବେ । କିନ୍ତୁ ଗୋଟିଏ ଗଛରେ ବିଭିନ ପ୍ରକାର ଫଳ ଫଳିବା କଣ ଆପଣ କେବେ ଦେଖିଛନ୍ତି ? ଦେଖିବା ତ ଦୂରର କଥା ଆପଣ କେବେ ଏହା ଚିନ୍ତା ମଧ୍ୟ କରି ନଥିବେ । ଏହିପରି ଏକ ଅଲୌକିକ ଜିନିଷ ବିଶ୍ବାସ କରିବା ଅସମ୍ଭବ ଅଟେ । କିନ୍ତୁ ଆମ ପୃଥିବୀ ଅନେକ ପ୍ରକାର ଆଶ୍ଚର୍ଜ୍ୟାକର ବିଷୟ ବସ୍ତୁରେ ପରିପୂର୍ଣ୍ଣ ଅଟେ । ଯଦି ବିଶ୍ବାସ ହେଉନି ତେବେ ଦେଖି ନିଅନ୍ତୁ । ଗୋଟିଏ ଗଛରେ ଫଳିଛି ଆମ୍ବ, ପିଜୁଳି, କଦଳୀ, ସେଓ, ଜାମୁକୋଳି ।

ଖାଲି ଏତିକି ନୁହେଁ, ଏମିତି ୪୦ ପ୍ରକାରର ଫଳ ଫଳିଛି ଏହି ଗୋଟିଏ ଗଛରେ । ଏହି ଗଛଟି ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ୪୦ ପ୍ରକାରର ଫଳ ଫଳୁଥିବା ଏହି ଆଶ୍ଚର୍ଯ୍ୟଜଣକ ଗଛର ନାମ ହେଉଛି ‘ଟ୍ରି ଅଫ ଫୋର୍ଟି’ (tree of 40) । ଏହି ଗଛଟି ଦେଖିବାକୁ ମିଳିଛି ଆମେରିକାରେ, ଯେଉଁତିରେ ୪୦ ପ୍ରକାରର ଅଲଗା ଅଲଗା ଫଳ ଫଳିଛି । ଆଉ ଏହି ସ୍ଵତନ୍ତ୍ର ଗଛକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇ ଯାଉଛି ।

ଆମେରିକା ବିଶେଷଜ୍ଞ ସାମ୍ ଭାନ୍ ଏକେନ ଏହି ଟ୍ରି ଅଫ ଫୋର୍ଟିର ଆବିଷ୍କାର କରି କୃଷିକ୍ଷେତ୍ରରେ ଆଧୁନିକ କୌଶଳକୁ ସମାନାକୁ ଆଣିଛନ୍ତି । ତେବେ ଏଭଳି ଏକ ଗଛ ପାଇଁ ସେ ବହୁ ପୂର୍ବରୁ ପ୍ରସ୍ତୁତି ଚଳାଇଥିଲେ । କୃଷିକ୍ଷେତ୍ରରେ ଆସିଥିବା ନୂଆ ଟେକ୍ନୋଲୋଜି କାରଣରୁ ଟ୍ରି ଅଫ ଫୋର୍ଟିର ସ୍ଵପ୍ନ ପୁରା ହୋଇଛି ବୋଲି କୁହନ୍ତି ସାମ୍ ।

ନ୍ୟୁୟର୍କରେ ରହୁଥିବା ସାମ୍ ସେରାକ୍ୟୁଜ ବିଶ୍ଵ ବିଦ୍ୟାଳୟର ଭର୍ଚୁଆଲ ଆର୍ଟ୍ସ ପ୍ରଫେସର ଅଛନ୍ତି । ୨୦୦୮ରେ ସାମ୍ ବିଭିନ୍ନ ଫଳ ଗଛର ଶାଖାକୁ ଏକାଠି ଯୋଡି ବହୁ ଫଳ ଫଳିବା ଗଛକୁ ଆବିଷ୍କାର କରି ପାରିଛନ୍ତି । ଦେଶର ସାତଟି ରାଜ୍ୟରେ ଏଭଳି ୧୬ଟି ଫଳ ଗଛ ଲଗାଯାଇଛି । ତେବେ ଗଛର ମୂଲ୍ୟ ଶୁଣିଲେ ଆପଣ ମଧ୍ୟ ଚମକି ପଡିବେ । ଗୋଟିଏ ଟ୍ରି ଅଫ ଫୋର୍ଟି ଗଛର ମୂଲ୍ୟ ହେଉଛି ୧୯ ଲକ୍ଷ ଟଙ୍କା । ଗ୍ରାଫିଙ୍ଗ ନାମକ ଟେକ୍ନୋଲୋଜି ଜରିଆରେ ପ୍ରଫେସର ସାମ୍ ଏଭଳି କାମ କରି ପାରିଛନ୍ତି ।

ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳାଇବାକୁ ତାଙ୍କୁ ଅନେକ ବର୍ଷ ଲାଗିଯାଇଛି । ଏହି ସ୍ଵତନ୍ତ୍ର ଗଛରେ ପ୍ଲମ, ଚେରି, ବାଦାମ, ଆମ୍ବ, ଜାମୁ, କଦଳୀ ଓ ସେଓ ଭଳି ଅନେକ ପ୍ରକାର ଫଳ ଫଳୁଛି । ଆଧୁନିକ କୃଷିକୌଶଳ ସହାୟତାରେ ଗୋଟିଏ ଗଛରେ ବିଭିନ୍ନ ରଙ୍ଗର ଫୁଲ ଫୁଟୁଥିବା ଆମେ ଦେଖିଛୁ । ତେବେ ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଫଳ ଫଳିବା ସତରେ ନୂଆ କଥା । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।