ଓଲିଉଡ ରୁ ଏକ ବଡ ଦୁଃଖ ଖବର, ଏହି ମହାନ ଓଡିଆ କଳାକାରଙ୍କର ହେଲା ପରଲୋକ

ଓଡିଆ ଜଗତର ଆଉ ଏକ ତାରକା ଙ୍କୁ ଆମେ ହରାଇ ଦେଲୁ । ଦୁଃଖର ସହ ଆମେ କହି ରଖିଛୁ କି ଆମେ ଆମ ଓଲିଉଡ  ଜଗତର ଏକ ମହାନ ସଙ୍ଗିତକାର ଙ୍କୁ ହରାଇ ଦେଲୁ ।

ତାଙ୍କ ନାମ ହେଉଛି ଶାନ୍ତରାଜ ଖୋସାଲ । ସେ ଅନେକ ସୁପର ହିଟ ଚଳଚିତ୍ର ରେ ସଙ୍ଗୀତ ନିର୍ଦେଶନା ଦେବା ସହ ସେ ଗୀତ ମଧ୍ୟ ଗାଇଥିଲେ । ତେବେ ଶାନ୍ତରାଜ ଖୋସାଲ ଡନ, କେଉଁ ଦୁନିଆରୁ ଆସିଲ ବନ୍ଧୁ, ମତେ ଆଣିଦେଲ ଲକ୍ଷେ ଫଗୁଣ, ତୋର ମୋର ଯୋଡି ସୁନ୍ଦର, ଏସିପି ରଣବିର, ମୁ ସପନର ସଉଦା ଗର, ବାଇଶି ପାହାଚେ ଖେଳିବ ମୀନ, ଭଳି ସୁପର ହିଟ ଚଳଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେବା ସହ କଣ୍ଠ ଦାନ ମଧ୍ୟ କରିଥିଲେ । ତାଙ୍କୁ ମାତ୍ର ୫୦ ବର୍ଷ ହୋଇ ଥିଲା ।

ସେ ୨୨ ମେ ରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏହା ପରେ ତାଙ୍କୁ ଏସସିବି ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଆଜି ତାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲ ନିଆ ଯାଉଥିଲା । ମାତ୍ର ସେ ଯିବା ବାଟରେ ହିଁ ସବୁଙ୍କୁ ଛାଡି ଚାଲି ଯାଇଥିଲେ ଆରପାରି କୁ ସବୁଦିନ ପାଇଁ । ତେବେ କଟକ ରେ ହିଁ ତାଙ୍କ ଘର ଅଟେ । ସେ ହେଉଛନ୍ତି ପ୍ରେମାନନ୍ଦ ଙ୍କର ଜଣେ ସହ ଯୋଗୀ ।

ପ୍ରେମାନନ୍ଦ ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛନ୍ତି ଶାନ୍ତରାଜ ଖୋସାଲ ପରଲୋକ ଖବରରେ । ଓଲିଉଡ ର ଜଣେ ବରିଷ୍ଠ ସଙ୍ଗିତକ ନିର୍ଦେଶକ ମଧ୍ୟରୁ  ଶାନ୍ତରାଜ ଖୋସାଲ ଭିର୍ଣ୍ଣ ଥିଲେ । ସେ ଖୁବ ସୁନ୍ଦର ସୁନ୍ଦର ଗୀତକୁ ଗାଇବା ସହ ଏହାକୁ ସେ ଖୁବ ସୁନ୍ଦର ଭାବେ ସଯାଉଥିଲେ ମଧ୍ୟ। ସେ ଭଜନ ହେଉକି ଆଲବମ  ସେ ପ୍ରତେକ କ୍ଷେତ୍ରରେ ସେ ନିଜକୁ ଭିର୍ଣ୍ଣ ବୋଲି ପ୍ରମାଣିତ କରିଛନ୍ତି ।

ଏବେ ତାଙ୍କ ପରଲୋକ ରେ ଓଲିଉଡ ଜଗତ ଏବେ ହା ହା କାର । ଏଭଳି ଜଣେ ବ୍ୟକ୍ତି ଙ୍କୁ ପୁଣି ଥରେ ଆମେ ଦେଖିବା କୁ ପାଇବା ନାହିଁ କିମ୍ବା ତାଙ୍କ ଠାରୁ କିଛି ଶିଖି ପାରିବା ନାହିଁ । ଓଲିଉଡ ନିଜ ଦୁନିଆର ଏକ ମାହାନ ବ୍ୟକ୍ତିତ୍ବ କୁ ହରାଇ ଦେଇଛି, ଯାହା ଜାଗା କେବେବି ପୂରଣ ହୋଇ ପାରିବ ନାହିଁ ।