ଟ୍ରେନ ପ୍ଲାଟଫର୍ମରେ ଅନେକ ସମୟରେ ଦୁର୍ଘଟଣାମାନ ଘଟିଥାଏ । ପ୍ଲାଟଫର୍ମରେ ଟ୍ରେନରୁ ଚଢୁଥିବା ବେଳେ କିମ୍ବା ଓହ୍ଲାଉଥିବା ବେଳେ ଏମିତି କିଛି ଘଟଣା ସାମନାକୁ ଆସିଥାଏ, ଯେଉଁଥିରେ ଲୋକମାନେ ନିଜ ଜୀବନ କଥା ଚିନ୍ତା ନକରି ଚଳନ୍ତା ଟ୍ରେନରୁ ତଳକୁ ଡେଇଁ ପଡନ୍ତି । କୌଣସି କାରଣରୁ ସେମାନେ ଏମିତି କରିବାକୁ ବାଧ୍ୟ ହୋଇଥାନ୍ତି । କେହି ଟ୍ରେନରୁ ଓହ୍ଲାଇବା ପାଇଁ ଏମିତି କରନ୍ତି ତ ଆଉ କିଏ ନିଜ ଜୀବନ ପ୍ରତି ହତାଶା ନିରାଶା ହୋଇ ଏମିତି ପଦକ୍ଷେପ ନେଇଥାନ୍ତି ।
କିନ୍ତୁ ଅନେକ ସମୟରେ ଲୋକେ ଚଳନ୍ତା ଟ୍ରେନରୁ ଶୀଘ୍ର ଓହ୍ଲାଇବା ପାଇଁ ଏମିତି କରିଥାନ୍ତି । ଆଉ ଏମିତି ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ପୁରୁଲିଆ ରେଳ ଷ୍ଟେସନରେ । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଦୁଇଜଣ ମହିଳା କିପରି ଚଳନ୍ତା ଟ୍ରେନରୁ କିଭଳି ଡେଇଁବାକୁ ଚେଷ୍ଟା କରୁଛନ୍ତି । ଏହି ଦୁଇ ମହିଳା ସତରାଗଞ୍ଜି ଆନନ୍ଦବିହାର ଟ୍ରେନରେ ଯାଉଛନ୍ତି, ଆଉ ପୁରୁଲିଆ ଷ୍ଟେସନରେ ଦେଖୁ ଦେଖୁ ଦୁହେଁ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ୁଛନ୍ତି ।
ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଟ୍ରେନ ଠାରୁ ସାମାନ୍ୟା ଦୂରେଇକି ପଡ଼ୁଛନ୍ତି ଏବଂ ଆଉ ଜଣେ ମହିଳା ଟ୍ରେନକୁ ଲାଗିକରି ପଡ଼ୁଛନ୍ତି । ଯାହା ଦେଖିବାକୁ ଅତ୍ୟନ୍ତ ଭୟାନକ ଲାଗୁଛି । ଏହା ସେଠାରେ ଥିବା ଜଣେ ପୋଲିସ କର୍ମୀ ଦେଖିବା ପରେ ସେମାନଙ୍କୁ ବଞ୍ଚାଇବା ପାଇଁ ଦଉଡି ଆସୁଛନ୍ତି । ଯଦି ତାଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଆଉ ସାମାନ୍ଯ ବିଳମ୍ବ ହୋଇଥାନ୍ତା ତେବେ ମହିଳା ଜଣକ ଟ୍ରେନ ତଳେ ଫସି ଯାଇଥାନ୍ତେ ।
ଏହା ଯୋଗୁଁ ଅଳ୍ପକେ ମହିଳା ଜଣଙ୍କ ଜୀବନ ବଞ୍ଚି ଯାଇଛି । ଏହି ଭିଡିଓକୁ ଦକ୍ଷିଣପୂର୍ବ ରେଳବାଇର ଟ୍ବିଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି । ଜନ ସଚେତନ ନିମନ୍ତେ ଏହି ଭିଡିଓକୁ ଶେୟାର କରାଯାଇଛି । ଉକ୍ତ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ପୋଲିସ ଜଣକ ଜଣେ ସବ ଇନ୍ସପେକ୍ଟର ଅଟନ୍ତି । ଏହି ଘଟଣା ଦେଖିବା ପରେ ଆପଣ ମଧ୍ୟ ଅନୁଭବ କରି ପାରୁଥିବେ ଚଳନ୍ତା ଡେଇଁବା ପାଇଁ ଚେଷ୍ଟା କରିବା ସତରେ କେତେ ବିପଦଜନକ ହୋଇପାରେ ।
ଟ୍ରେନରେ ଯାତ୍ରା କରିବା ବେଳେ ଏହିପରି କରିବାରୁ ଆପଣ ବଞ୍ଚିତ ରୁହନ୍ତୁ । ଏହା ଦ୍ଵାରା କ୍ଷଣକେ ମାତ୍ରରେ ଆପଣ ନିଜ ହରାଇ ଦେଇ ପାରନ୍ତି । ଯଦି କେହି ଏପରି କରିବାକୁ ଯାଉଥିବାର ମଧ୍ୟ ଦେଖିଲେ ତାଙ୍କୁ ନିଶ୍ଚୟ ରୋକନ୍ତୁ । ଏହାଦ୍ବାରା ଆପଣଙ୍କ ସହ ଆପଣ ଅନ୍ୟର ଜୀବନ ବଞ୍ଚାଇବାରେ ମଧ୍ୟ ସଫଳ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।