ଚାକିରି ସମସ୍ଯା ଦୂର କରିବା ପାଇଁ କଣ କରିବା ଉଚିତ ? ଏହା ସହିତ ପଢନ୍ତୁ ଆଜିର 20+ଅନୁଚିନ୍ତା

ପାଠପଢା ଶେଷ କରି ସାରିବା ପରେ ଏକ ଭଲ ଜାଗାରେ ଚାକିରି କରିବା ପାଇଁ ସମସ୍ତଙ୍କର ବହୁତ ଇଚ୍ଛା ଥାଏ । କିନ୍ତୁ ବର୍ତ୍ତମାନ ସମୟର ଯଦି କଥାବାର୍ତ୍ତା କରିବା ତେବେ ପିଲାମାନେ ଯେତେ ଭଲ ପାଠ ପଢିଲେ ବି ତାଙ୍କୁ କୌଣସି ବି ଚାକିରି ମିଳୁ ନାହିଁ । ଏମିତିରେ ଯଦି ଆପଣ କୌଣସି ଭଲ ଚାକିରି ଖୋଜୁଛନ୍ତି କିମ୍ବା କରିବାକୁ ଇଚ୍ଛା କରୁଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଭଲ ଉପାୟ ନେଇ ଆସିଛୁ । ଯଦି ଆପଣ ମାସର ପ୍ରଥମ ସୋମବାର ଦିନ ଧଳା କପଡାରେ ଅରୁଆ ଚାଉଳ ବାନ୍ଧି କାଳି ମନ୍ଦିରରେ ଅର୍ପଣ କରିବେ ତେବେ ଆପଣଙ୍କର ଚାକିରି ସମ୍ବନ୍ଧିତ ସମସ୍ତ ଅସୁବିଧା ଦୂର ହୋଇଯିବ ।

ଚାକିରି ପାଇଁ କୌଣସି ସ୍ଥାନକୁ ଯାଉଛନ୍ତି ତେବେ ଯିବା ପୂର୍ବରୁ ହନୁମାନ ଚାଳିଶ ପାଠ କରନ୍ତୁ ତେବେ ନିଶ୍ଚିତ ସଫଳ ହେବେ ଓ ଏହା ଆପଣଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ।

ଯଦି ମନ ପସନ୍ଦର ଚାକିରି କରିବା ପାଇଁ ଚାହୁଛନ୍ତି ତେବେ ପ୍ରତ୍ୟେକ ଦିନ ଶନିବାର ଦିନ ଶନିଦେବଙ୍କ ମନ୍ଦିରରେ ‘ଓଁ ସଂ ଶନିଶ୍ଚରାୟ ନମଃ’ ମନ୍ତ୍ର କୁ ଆପଣ ୧୦୮ ଥର ପାଠ କରନ୍ତୁ ଦେଖିବେ ଖୁବ ଶୀଘ୍ର ଚାକିରି ମିଳିଯିବ । ଏହା ସହିତ ପ୍ରତ୍ୟେକ ଦିନ କ୍ଷୀରରେ ଶିବଲିଙ୍ଗଙ୍କୁ ଅଭିଷେକ କରି ଅକ୍ଷତ ଚଢାଇଲେ ଚାକିରି ପାଇବା ସମ୍ଭାବନା ବୃଦ୍ଧି ହୋଇଥାଏ ।

ଯେଉଁ ଲୋକ ଚାକିରି ଖୋଜୁଥାନ୍ତି ସେମାନେ ନିଜ ଘରେ ହନୁମାନ ପର୍ବତ ଧରି ଉଡୁଥିବା ଚିତ୍ର ଲଗାଇବା ଦ୍ଵାରା ଓ ପୂଜା କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ଗଣେଶ ପୂଜା ଦିନ ଡାହାଣ ଆଡକୁ ଶୁଣ୍ଢ ଥିବା ଗଣେଶଙ୍କ ଫୋଟ ଘରେ ରଖି ପୂଜା କରିବା ଦ୍ଵାରା ଚାକିରି ସମସ୍ୟା ଦୂର ହୋଇଥାଏ । ଚାକିରି ପାଇଁ କୌଣସି ଅଫିସରେ କିମ୍ବା ଇଣ୍ଟରଭିୟୁ ପାଇଁ ଆପଣ ଅପେକ୍ଷା କରିଛନ୍ତି ତେବେ ମନରେ ଓଁ ଉଚ୍ଚାରଣ କଲେ ମଙ୍ଗଳ ହୋଇଥାଏ । ଯଦି ଇଣ୍ଟରଭିୟୁକୁ ଯାଉଛନ୍ତି ତେବେ ଯିବା ପୂର୍ବରୁ ଆପଣ ଅଳ୍ପ ପାଣିରେ ଅଳ୍ପ ହଳଦୀ ପକାଇ ଗାଧୋଇବା ଦ୍ଵାରା ଏହା ଶୁଭ ହୋଇଥାଏ ।

ଆପଣ ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି ତେବେ ଯିବା ପୂର୍ବରୁ ଗାଈକୁ ଗୁଡ ସହିତ ଅଟା ଖାଇବାକୁ ଦିଅନ୍ତୁ ଓ ଏହା କରିବା ବହୁତ ଶୁଭ ହୋଇଥାଏ । ରବିବାରକୁ ଛାଡି ଅନ୍ୟ ଦିନ ମାନଙ୍କରେ ଓସ୍ଥ ଗଛ ମୂଳରେ ଜଳ ଦେବା ଶୁଭ ହୋଇଥାଏ ଓ ଚାକିରି କରିବା ପାଇଁ ହେଉଥିବା ସମସ୍ୟା ମଧ୍ୟ ଦୂରେଇ ଯାଏ । ଯଦି ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି ତେବେ ପାଖରେ ଗୋଟିଏ ନାଲି ରଙ୍ଗର ରୁମାଲ କିମ୍ବା କପଡା ରଖିବା ଶୁଭ ଅଟେ । ଇଣ୍ଟରଭିଉ ପାଇଁ ଯାଉଛନ୍ତି ତେବେ ଯିବା ପୂର୍ବରୁ ଗଣେଶଙ୍କୁ ସୁପାରି ଅର୍ପଣ କରି ଡାହାଣ ପାଦ ପ୍ରଥମେ ଘର ବାହାରକୁ ପକାଇ ଯିବା ଦ୍ଵାରା ମଙ୍ଗଲ ହୋଇଥାଏ ।

ଯଦି କୌଣସି ଜାଗାରେ ନୂଆ ଚାକିରି କରିବା ପାଇଁ ଚାହୁଞ୍ଚନ୍ତି ତେବେ ବେକରେ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କଲେ, ସେଥିରେ ଆପଣଙ୍କର ମଙ୍ଗଳ ହେବ । ଯଦି ନିଜ ମନ ମୁତାବକ ଚାକିରି କରିବା ପାଇଁ ଇଛାଥାଏ ତେବେ ସୋମବାର ବ୍ରତ କରିବା ଉଚିତ । ଏହା ଦ୍ଵାରା ନିଜର ମନ ସ୍କାମନା ପୂର୍ଣ ହୋଇଯିବ ।

ଯଦି ଚାକିରି ମିଳୁ ନାହିଁ ତେବେ ଦେବତାଙ୍କ ପାଖରେ ଲେମ୍ବୁଟିଏ ରଖି ତାକୁ ନିଜ ମୁଣ୍ଡ ଉପର ସାତ ଥର ବୁଲାଇ ତାକୁ ଚାରି ଭାଗକରି ଛକ ଜାଗାରେ ରଖିବା ଉଚିତ । ଯଦି ଚାକିରି ପାଇଁ ବାରମ୍ବାର ବିଫଳ ହେଉଛନ୍ତି ତେବେ ଯିବା ପୂର୍ବରୁ ଘରୁ ଏକ ମିଠା ଓ ଦହି ଖାଇବା ଫଳରେ ଶୁଭ ହୋଇଥାଏ । ଯଦି ଚାକିରି କରିବା ପାଇଁ ଯାଉଛନ୍ତି ସେହି ସମୟରେ ଗୁରୁଜନଙ୍କୁ ପ୍ରଣାମ କରି ଓ ଏକ ଧଳା ରୁମାଳରେ ହଳଦୀ ନେଇ ଯିବା ଦ୍ଵାରା ଶୁଭ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।