ରୀତା ଓ ମୁଁ ପରସ୍ପରକୁ ଖୁବ ଭଲ ପାଉଥିଲୁ । ହେଲେ ଯେବେଠୁ ରୀତାର ଚାକିରିରେ ବଦଳି ହେଲା ସେବେଠୁ ରୀତା ମନ ବି ବଦଳିଗଲା । ରୀତା ମୋ ସହ ସମ୍ପର୍କ ରଖୁଥିଲା ଏଥର କିନ୍ତୁ ସେଥିପାଇଁ ମନା କଲା । ଏମିତିକି କଲ୍ କି ମେସେଜର ବି ଜବାବ ଦେଲାନି । ରୀତା ଆଉ କାହାକୁ ମନ ଦେଲା କି, ଆଉ କାହା ସହ କଥା ହେଉଛି ଆଉ ପାର୍କ ଯାଉଛି କି ? ଏମିତି ଚିନ୍ତା ମୋ ମନରେ ସବୁବେଳେ ଘୁରି ବୁଲିଲା । ସେ ଯଦି ମୋର ହେବନି ତା’ ହେଲେ ତାଙ୍କୁ ଆଉ କାହାର ବି ହେବାକୁ ଦେବିନି ।
ସେଥିପାଇଁ ସୁପାରି କି-ଲ-ର୍ କୁ ଧରିଲି ଆଉ ମୋ ପ୍ରେମିକା ରୀତାକୁ ମା-ରି-ଦେ-ଲି । ରୀତାଙ୍କ ପ୍ରେମିକ ପୋଲିସ ଆଗରେ ଏମିତି କିଛି ସ୍ଵୀକାର କରିଥିବା ଏବେ ଚର୍ଚ୍ଚା ଜୋର ଧରୁଛି । ମହିଳା ଫାଇନାନ୍ସ କର୍ମଚାରୀ ରୀତା ସାହୁ ହ-ତ୍ୟା ମାମଲାର ରହସ୍ୟ ସମସ୍ତଙ୍କ ସାମ୍ନାକୁ ଆସିଛି । ସୋମବାର ଦିନ ଦେବଗଡ ଟାଉନଥାନା ପୋଲିସ ରୀତାଙ୍କ ପ୍ରେମିକ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ପଣ୍ଡଲୋଇ ଗାଁର ଅଶ୍ଵିନୀ ଷଣ୍ଢ ଏବଂ ତା’ର ସହଯୋଗୀ ଶ୍ୟାମ ଖଡିଆଙ୍କୁ ଗିରଫ କରିଛି ।
ଆଉ ଆଜି ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଛି ପୋଲିସ । ପ୍ରେମରେ ବିଫଳ ହେବା ପରେ ଅଶ୍ଵିନୀ ତା’ ପ୍ରେମିକା ରୀତାକୁ ହ-ତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର 26 ବର୍ଷୀୟ ରୀତା ବୁର୍ଲାସ୍ଥିତ ଭାରତ ଫାଇନାନ୍ସ କମ୍ପାନୀରେ କାମ କରିବା ସମୟରେ ଅଶ୍ଵିନୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ହେଲେ ଦେବଗଡ ବଦଳି ହେବା ପରେ ଅଶ୍ଵିନୀଙ୍କ ସହ ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲା ରୀତା । ଫଳରେ ପ୍ରତିଶୋଧ ପରାୟଣ ହୋଇ ଅଶ୍ଵିନୀ ରୀତାଙ୍କୁ ହ-ତ୍ୟା ଯୋଜନା କରିଥିଲା । ଏଥିପାଇଁ ଅଶ୍ଵିନୀ ଓ ଶ୍ୟାମ ମିଶି ଯୋଜନା ପ୍ରସ୍ତୁତ କରିଥିଲେ । ଗତ 4 ତାରିଖ ରାତିରେ ଅଫିସରୁ କାମ ସାରି ଘରକୁ ଫେରିବା ବେଳେ ଉଭୟ ଛୁ-ରି-ରେ ରୀତାଙ୍କୁ ଆ-କ୍ର-ମ-ଣ କରିଥିଲେ । ରୀତା ସ୍କୁଟିରୁ ତଳେ ପଡିଯିବା ପରେ ତାଙ୍କୁ ପଥରରେ ଛେ-ଚି ହ-ତ୍ୟା କରିଥିଲେ ।
ଅପରାଧକୁ ଲୁଚାଇବା ପାଇଁ ଘଟଣାସ୍ଥଳକୁ ଫେରାର ହେବାସହ ର-କ୍ତା-ଭି-ଜା କପଡାକୁ ମଧ୍ୟ ଲୁଚାଇ ଦେଇଥିଲେ । ଯାହା ଅଭିଯୁକ୍ତ ନିଜେ ସ୍ଵୀକାର କରିଥିବା କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।