ଛାଡପତ୍ର ପରେ ମହିଳା ପୂର୍ବ ସ୍ଵାମୀ ଠାରୁ ମାଗି ପାରିବ ନାହିଁ ନିଜର ଭରଣ ପୋଷଣ ପାଇଁ ଟଙ୍କା : ଗୁଜରାଟ ହାଇ କୋର୍ଟ

ଗୁଜରାଟ ଉଚ୍ଚ ନ୍ୟାୟାଳୟ (Gujarat high court) କହିଲେ କି ଛାଡପତ୍ର (Divorce) ହେବା ପରେ କୌଣସି ବି ମହିଳା ନିଜର ପୂର୍ବ ସ୍ଵାମୀ ଠାରୁ ଘରେଲୁ ହିଂସା ସଂରକ୍ଷଣ ଅଧିନିୟମ ଅନୁସାରେ ନିଜର ଭରଣ ପୋଷଣ ପାଇଁ ଟଙ୍କା ମାଗି ପାରିବ ନାହିଁ । ନ୍ୟାୟମୂର୍ତି ଉମେଶ ତ୍ରିବେଦୀ ବର୍ତ୍ତମାନ ଡିଭୋର୍ସ ହେବାର ୨୭ ବର୍ଷ ପରେ ସ୍ଵାମୀ ବିରୁଦ୍ଧରେ ମହିଳାର ଆରୋପକୁ ଖାରଜ କରି ଏହି ଆଦେଶ ଦେଇଛନ୍ତି ।

ଅଦାଲତ କହିଲେ କି ପତ୍ନୀ ଏହି ଆଇନ ଅନୁସାରେ ସେତେଦିନ ପର୍ଯ୍ୟନ୍ତ ପୀଡିତ ହେବ ଯେତେଦିନ ପର୍ଯ୍ୟନ୍ତ ତାହାର ଘରୋଇ ସମ୍ବନ୍ଧ ରହିଥିବ । ଯେମିତି ସେହି ସମ୍ବନ୍ଧ ହିଁ ନଥିବ ତେବେ ସେ ପୀଡ଼ିତା ରହିବ ନାହିଁ ।

ଅଦାଲତ ୟାଚିକାକର୍ତା କାଂଜୀ ପରମାରର ବିରୁଦ୍ଧରେ ମହିଳା ଘରେଲୁ ହିଂସା ସଂରକ୍ଷଣ ଅଧିନିୟମ ର ଧାରା ୧୯ ଓ ୨୦ ଅନୁସାରେ କାର୍ଯ୍ୟକାରୀକୁ ଖାରଜ କରିଦେଲେ । ତା’ର ପୂର୍ବ ପତ୍ନୀ ଉର୍ମିଲାବେନ ପରମାର କ୍ଷତିପୂରଣ ଦାବି କରିଥିଲେ । ଏହି ଦମ୍ପତିଙ୍କର ବିବାହ ୧୯୮୪ରେ ହୋଇଥିଲା ଓ ୧୯୯୦ରେ ତାଙ୍କ ମଧ୍ୟରେ ଡିଭୋର୍ସ ହୋଇ ଯାଇଥିଲା ।