ଝିଅ ହେବାର କର୍ତ୍ତବ୍ୟ କରୁଛନ୍ତି ଏହି ଦିବ୍ୟାଙ୍ଗ ଭଉଣୀ, ପିତାଙ୍କ କ୍ୟାନ୍ସର ର ଚିକିତ୍ସା ହେଇଯାଉ ଏଥିପାଇଁ ଚଲାନ୍ତି ଅଟୋ

ଆଜିକାଲି ସମୟରେ ସମସ୍ତେ ଭାବୁଛନ୍ତି ଘରେ ଗୋଟେ ପୁଅ ହେବା ଜରୁରୀ ଅଟେ । ସାଧାରଣତଃ ବାପା ମା’ଙ୍କର ଝିଅ ଥିଲେ ମଧ୍ୟ ସେମାନେ ପୁଅର ଆଶା ରଖୁଛନ୍ତି । ତାଙ୍କୁ ଲାଗେ ଅସୁବିଧା ସମୟରେ ଓ ବୃଦ୍ଧ ଅବସ୍ଥାରେ ପୁଅ ହିଁ କେବଳ ସାହାଯ୍ୟ କରିପାରିବ, କିନ୍ତୁ ଏମିତି ହୋଇନଥାଏ । ଝିଅମାନେ ମଧ୍ୟ ନିଜର ବୃଦ୍ଧ ପିତା ମାତାଙ୍କର ଭଲ ସେବା କରନ୍ତି । ପିତା ମାତାଙ୍କର ଅସୁବିଧା ସମୟରେ ଝିଅମାନେ ଅତି ସାହସର ସହ ତାଙ୍କ ସହ ଛିଡା ହୋଇଥାନ୍ତି । ଏହି କଥାର ଏକ ଭଲ ଉଦାହରଣ ଆଜି ଆମେ ଆପଣଙ୍କୁ ଦେଉଛୁ ।

ଉଦାହରଣ ସ୍ୱରୂପ ଅହମ୍ମଦାବାଦରେ ରହୁଥିବା ୩୫ବର୍ଷର ଅଙ୍କିତା ସାହା । ଅଙ୍କିତାଙ୍କୁ ବାଲ୍ୟକାଳରୁ ପୋଲିଓ ରୋଗ ଥିଲା । ସେଥିପାଇଁ ତାଙ୍କୁ ଗୋଟେ ଗୋଡ କାଟିବାକୁ ପଡିଥିଲା । ଏହିପରି ଭାବରେ ଅଙ୍କିତା ଦିବ୍ୟାଙ୍ଗ ହୋଇଗଲେ କିନ୍ତୁ ସେ ଜୀବନରୁ ଆଶା ଛାଡିନଥିଲେ ଓ ଏକ ସାମାନ୍ୟ ଝିଅ ପରି ଜୀବନରେ ଆଗକୁ ବଢିଥିଲେ ।

ଅଙ୍କିତାଙ୍କ ଜୀବନରେ ଦୁଃଖର ପାହାଡ ଭାଙ୍ଗିପଡିଥିଲା ଯେତେବେଳେ ତାଙ୍କ ବାପା କ୍ୟାନ୍ସର ରୋଗରେ ପୀଡିତ ଥିଲେ । ଏହି ରୋଗରେ ବହୁତ ପଇସା ଖର୍ଚ୍ଚ ହୋଇଗଲା, ତାଙ୍କୁ ବାରମ୍ବାର ଅହମ୍ମଦାବାଦରୁ ସୁରତ ଯିବାକୁ ପଡୁଥିଲା । ଏଥିରେ ପଇସା ଓ ସମୟ ଦୁଇଟିଯାକ ପଡୁଥିଲା ।

ଅଙ୍କିତା ପ୍ରଥମେ ଗୋଟେ କଲ୍ ସେନ୍ଟରରେ କାମ କରୁଥିଲେ । ସେଠି ତାଙ୍କୁ ମାସକୁ ୧୨ହଜାର ଟଙ୍କା ମିଳୁଥିଲା । ଅଙ୍କିତାଙ୍କୁ ତାଙ୍କ ବାପାଙ୍କ ପାଇଁ ବହୁତ ଥର ଛୁଟି ନେବାକୁ ପଡୁଥିଲା କିନ୍ତୁ ତାଙ୍କୁ କଲ୍ ସେନ୍ଟର ରେ ଛୁଟି ମିଳୁନଥିଲା । ସେମାନେ ଦରମା ବଢାଉନଥିଲେ, ସେଥିପାଇଁ ଅଙ୍କିତା ଚାକିରି ଛାଡି ଅଟୋ ଚଲାଇବାର ନିଷ୍ପତି ନେଇଥିଲେ । ଅଟୋ ଚଳାଇ ଅଙ୍କିତା ମାସକୁ ୨୦ ହଜାର ଟଙ୍କା ଆୟ କରୁଥିଲେ । ସେ ଦିନକୁ ୮ ଘଣ୍ଟା ଅଟୋ ଚଲାଉଛନ୍ତି । ଅଙ୍କିତା ତାଙ୍କ ସାଙ୍ଗ ଠାରୁ ଅଟୋ ଚଳାଇବା ଶିଖିଥିଲେ ।

ତାଙ୍କର ସେହି ସାଙ୍ଗ ମଧ୍ୟ ଦିବ୍ୟାଙ୍ଗ ଅଟେ ଓ ଅଟୋ ଚଲାଏ । ସେ କେବଳ ଅଙ୍କିତାଙ୍କୁ ଅଟୋ ଚଲାଇବା ଶିଖାଇ ନଥିଲା ବରଂ ଦିବ୍ୟାଙ୍ଗ ଲୋକ ହିସାବରେ ଅଙ୍କିତାଙ୍କୁ କଷ୍ଟମାଇଜ ଅଟୋ ମଧ୍ୟ ଦେଇଥିଲା । ଅଙ୍କିତାଙ୍କ ମତରେ ସେ ବହୁତ କମ୍ପାନୀରେ ଇଣ୍ଟରଭ୍ୟୁ ଦେଇଥିଲେ, ହେଲେ ସେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଚାକିରି ମିଳିବାକୁ ଅସୁବିଧା ହେଉଥିଲା । ଶେଷରେ ସେ ଅଟୋ ଚଲାଇବାର ନିସ୍ପତି ନେଇଥିଲେ ।

ସୋସିଆଲ ମିଡିଆରେ ଯେତେବେଳେ ଲୋକମାନେ ଅଙ୍କିତାଙ୍କ ବିଷୟରେ ଜାଣିଲେ ସେତେବେଳେ ଲୋକମାନେ ଅଙ୍କିତାଙ୍କର ବହୁତ ପ୍ରଶଂସା କରିଥିଲେ । ସେ ତାଙ୍କର ଏହି ଦିବ୍ୟାଙ୍ଗକୁ ନିଜର ଦୁର୍ବଳତା ନଭାବି ଜୀବନରେ ଆଗକୁ ବଢିଛନ୍ତି । ଆଜି ଯେଉଁଠି ଅନେକ ପୁଅ ନିଜ ପିତା ମାତାଙ୍କ ଧ୍ୟାନ ରଖୁ ନାହାନ୍ତି ଶେଠୀ ଅଙ୍କିତା ଦିବ୍ୟାଙ୍ଗ ଝିଅ ହେଇ ମଧ୍ୟ ନିଜ ପିତାଙ୍କ ପାଇଁ ବହୁତ ସଙ୍ଗର୍ଷ କରୁଛନ୍ତି । ହୃଦୟରୁ ତାଙ୍କୁ ଆମର ସଲାମ ।