ଛାଡପତ୍ର ନୁହେଁ ଷଡଯନ୍ତ୍ର ! ଏଇ ଛାଡପତ୍ର ଇତିହାସ ରଚିବ, Anubhav ଙ୍କ ମନର ସବୁ ଅକୁହା କଥା ସାମ୍ନାକୁ ଆସିବ…

ଦୁନିଆରେ ଅନେକ ସେଲିବ୍ରିଟିଙ୍କ ଛାଡପତ୍ର ହୋଇଛି । ଛାଡପତ୍ର ପରେ ଦ୍ଵିତୀୟ ବିବାହ ମଧ୍ୟ ହୋଇଛି । ହେଲେ ଛାଡପତ୍ର ପାଇବା ପାଇଁ ଦୀର୍ଘ ଦିନ ଧରି ଲଢେଇ ଜାରି ରଖିଛନ୍ତି ଅନୁଭବ । ଏଇ ଛାଡପତ୍ର ଇତିହାସ ରଚିବ ବୋଲି ଅନୁଭବ ନିଜକୁ ନିଜେ କହୁଛନ୍ତି । ଯିଏ ଛାଡପତ୍ର ଚାହୁଁ ନାହାନ୍ତି ସେ ଅଭିଯୋଗ ପରେ ଅଭିଯୋଗ କରି ଚାଲିଛନ୍ତି କି ତାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଓଲଟା ଅର୍ଥରେ ଯିଏ ନିର୍ଯ୍ୟାତନା ଦେଉଛି ବୋଲି ଅଭିଯୋଗ କରୁଛନ୍ତି ତା’ ପାଖରେ ରହିବାକୁ ଚାହୁଁଛନ୍ତି ।

ମେଗାଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବଂ ଟଣକ ପତ୍ନୀ ବର୍ଷ ପ୍ରିୟଦର୍ଶିନୀଙ୍କ ଛାଡପତ୍ର ମାମଲାରେ ପୂର୍ଣ୍ଣଚ୍ଛେଦ ପଡିବାର ନାଁ ଧରୁନି । ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖା ଦେବା ପରେ ଛାଡପତ୍ର ଯାଏଁ କଥା ଯାଇଛି । କୋର୍ଟରେ ମାମଲା ଚାଲିଛି ଏବଂ ତାରିଖ ପରେ ତାରିଖ ଗଡି ଚାଲିଛି । ଏହାରି ଭିତରେ ବର୍ଷା ଅଭିଯୋଗ କରୁଛନ୍ତି ମୋତେ ତାଙ୍କ ଘରେ ନିର୍ଯ୍ୟାତନା ଦିଆଯାଉଛି ।

ମୋ ସହ ଘରୋଇ ହିଂସା ହେଉଛି କିନ୍ତୁ ମୁଁ ଅନୁଭବଙ୍କ ପାଖେ ରହିବି । ଅନୁଭବ ଏଠାରେ ସ୍ପଷ୍ଟ ଭାବେ କହିଛନ୍ତି, ମ୍ୟାଡାମ ବର୍ଷା ମୋ ପାଖେ ରହିବାକୁ ଚାହୁଁଛନ୍ତି ହେଲେ ମୋତେ ଜନ୍ମ ଦେଇଥିବା ବାପାମା’ଙ୍କୁ ଛାଡି ମୁଁ ବର୍ଷାଙ୍କ ପାଖେ ରହି ପାରିବିନି । ସେମିତିକି ପୁଅ ମୁଁ ନୁହେଁ ବୋଲି ଅନୁଭବ ଅନେକ ଥର ସ୍ପଷ୍ଟ କରିଛନ୍ତି ।

ପରିଣତ ବୟସରେ ବାପାମା’ଙ୍କର ଦେହ ବାରମ୍ବାର ଖରାପ ହେଉଛି । ହେଲେ ତାଙ୍କୁ ନାତିନାତୁଣୀ ର ସୁଖ ଟିକେ ଦେଇ ପାରିଲି ନାହିଁ । ମୋତେ ଜନ୍ମ ଦେଇଥିବା ବାପାମା; ମୋ କୋଳରେ ଛୁଆଟିଏ ଦେଖିପାରିଲେ ନାହିଁ । ବାପାମା’ଙ୍କ ପାଇଁ ଏହାଠୁ ବଡ କଷ୍ଟ ଆଉ କଣ ହୋଇପାରେ ! ହେଲେ ବାପାମା’ଙ୍କୁ ଅନ୍ତତଃ ଏଇ ଲଢେଇ ଜିତି ଦେଖାଇବି । ଏହା ଛାଡପତ୍ର ନୁହେଁ ବରଂ ମୋ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅନୁଭବ କହୁଛନ୍ତି ।

ଏକଥା କେହି ନ କହିଲେ ବି, ଅନୁଭବ ନିଜେ ଜାଣିଛନ୍ତି ଏବଂ ତାଙ୍କୁ ଭଲ ପାଉଥିବା ଲକ୍ଷ୍ୟ ଲକ୍ଷ୍ୟ ପ୍ରଶଂସକ ଜାଣିଛନ୍ତି । ହେଲେ ଏଭଳି ଷଡଯନ୍ତ୍ର ଠାରୁ ନିଶ୍ଚେ ବାହାରି ଆସିବି ବୋଲି ଅନୁଭବ ଦୃଢ ନିଶ୍ଚିତ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।