ମୁଁ ଚନ୍ଦନ କାଠ ବୋହିବିନି, ପୋଲିସ ହେଇ Allu Arjun ଙ୍କ ଚନ୍ଦନକାଠ ଚୋରି ପର୍ଦ୍ଦାଫାଶ କରିବି, Pushpa-2 ସେଟରେ ପହଞ୍ଚିଲେ Mitu Mithun

ଚନ୍ଦନ କାଠ ଚୋରୀ କରି ନେଉଥିବେ ଅଲୁ ଅର୍ଜୁନ । ଆଉ ସାମ୍ନାରେ ପୋଲିସ ହୋଇ ଛିଡା ହୋଇଥିବେ ମିଟୁ ମିଥୁନ । ତାଙ୍କ ମୁହଁରୁ କୁଞ୍ଚମ କୁଞ୍ଚମ ପୋ ଶୁଣି ଅଲୁ ଅର୍ଜୁନ କାଠ ଫୋପାଡି ଦୌଡିବେ । ପୋଲିସ ବରଦ୍ଦି ସାଙ୍ଗକୁ ବଡ ବଡ ଆଖିରେ ମିଟୁ ମିଥୁନ ଯେତେବେଳେ ଅଲୁ ଅର୍ଜୁନଙ୍କୁ ଚାହିଁବେ ସେ ଚନ୍ଦନକଟାହ ଚୋରେଇବା ପାଇଁ ବାଟ ପାଇବେନି । ମାଲକାନଗିରିରେ ପୁଷ୍ପା-2 ଶୁଟିଙ୍ଗ ଚାଲିଛି । ଚନ୍ଦନକାଠ ବୁହା ସରିବା ଯାଏଁ ମିଟୁ ମିଥୁନ କିନ୍ତୁ ସେଟକୁ ଆସି ନଥିଲେ ।

ସେହି ସମୟରେ ଆସିଥିଲେ କାମ ପ୍ରେସର ଟିକେ ଅଧିକ ପଡିଥାନ୍ତା ବୋଲି ହୁଏତ ସେ ଜାଣି ନେଇଥିଲେ । ତେଲୁଗୁ ଫିଲ୍ମ ବାଲା ଅଭିନୟ ଛାଡି ଅନ୍ୟ କିଛି କାମରେ କାଳେ ଲଗେଇ ଦେଇଥାନ୍ତେ । ତେଣୁ ନିଜର ନିଖୁଣ ଚରିତ୍ରକୁ ସମସ୍ତଙ୍କ ଆଗରେ ଦେଖାଇବା ପାଇଁ ଠିକ ସମୟରେ ସେଠାରେ ଯାଇ ପହଞ୍ଚି ଯାଇଛନ୍ତି ମିଟୁ ମିଥୁନ । ଆନ୍ଧ୍ରପ୍ରଦେଶରୁ ତାଙ୍କ ପାଇଁ ପୋଲିସ ବର୍ଦ୍ଦି ଆସିସାରିଛି । ବର୍ଦ୍ଦି ପିନ୍ଧା ଲୁକ୍ ରେ ତାଙ୍କୁ ଏବେ ଦେଖିବାକୁ ମିଳିଛି ।

ଏବେ ଓଡିଆ ଲୋକ ଶୁଟିଙ୍ଗ ସେଟରେ ପହଞ୍ଚି ମିଟୁ ମିଥୁନଙ୍କୁ ଭେଟ କରିବା ସହ ତାଙ୍କ ସହ ସେଲଫି ମଧ୍ୟ ନେଉଛନ୍ତି । କାରଣ ଫିଲ୍ମ ଶୁଟିଙ୍ଗ ଆରମ୍ଭ ହେବା ଦିନ ଠାରୁ ପୁଷ୍ପା-2 ଫିଲ୍ମରେ ରୋଲ ମିଳିଥିବା କଥା ନେଇ ସେ ଚର୍ଚ୍ଚାରେ ଅଛନ୍ତି । ଆଜି ମିଟୁ ମିଥୁନଙ୍କ ଲୁକ୍ ଦେଖି ଲାଗୁଛି ତାଙ୍କ ରୋଲ ଦେଖି ଅଲୁ ଅର୍ଜୁନ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପୁଷ୍ପା-2 ରେ ଦମଦାର ଅଭିନୟ କରୁଥିବା କଥା ସେ ନିଜେ କହିଛନ୍ତି । ଅଲୁ ଅର୍ଜୁନଙ୍କ ଭଳି ଗ୍ଲୋବାଲ ଷ୍ଟାରଙ୍କ ସହ କାମ କରିବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ଓ ଏଥିପାଇଁ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଶୁଟିଙ୍ଗ ସେଟରେ ଫିଲ୍ମର ଶୁଟିଙ୍ଗ କରିବାରେ ସମସ୍ତେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଏଣେତେଣେ ପଡିଥିବା ଚନ୍ଦନ କାଠ ବୁହା ସରିଯାଇଛି । କାଠ ବୁହାବୋହି ସରିବା ପରେ ସେଠାରେ ମିଟୁ ମିଥୁନ ଯାଇ ପହଞ୍ଚି ଯାଇଛନ୍ତି ।

କିଛି ଲୋକଙ୍କୁ କୁହା ଯାଇଥିଲା କି ପୋଲିସ ହେବେ ଏବଂ ସାଇଡ ଗୁଣ୍ଡା ହେବେ । କିନ୍ତୁ ସେମାନଙ୍କୁ ଚନ୍ଦନ କାଠ ବୋହିବା କାମ ଦେଇ ଦେଇଥିଲେ ବୋଲି ଜଣା ପଡିଥିଲା । ତେବେ ଫିଲ୍ମରେ ମିଟୁ ମିଥୁନଙ୍କ କେଉଁ ରୋଲ ରହିଛି ତାହା ଫିଲ୍ମ ରିଲିଜ ହେବା ପରେ ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।