ଚା’ ପିଇବାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – ଚା ପିଉଥିଲେ ଥରୁଟେ ପଢନ୍ତୁ

ଚା’ ଆମ ଜୀବନରେ ଏପରି ଭାବେ ଯୋଡି ହୋଇ ଯାଇଛି କି ଆମେ ଚାହିଁ କି ମଧ୍ୟ ଏହାକୁ ଦୂରେଇ ପାରିବୁ ନାହିଁ । ଚା’ ପିଇବା ଦ୍ଵାରା ହେଉଥିବା କ୍ଷତିକୁ ତ ସବୁବେଳେ ଲୋକ କୁହନ୍ତି । ଚା’ ଆମ ଶରୀର ପାଇଁ ଯେତେ କ୍ଷତିକାରକ ହୋଇଥାଏ ତା ଠାରୁ ଅଧିକ ଏହା ଆମ ଶରୀର ପାଇଁ ଲାଭକାରୀ ମଧ୍ୟ ହୋଇଥାଏ । କିନ୍ତୁ ଏହା ସେତେବେଳେ ହୋଇପାରିବ ଯେତେବେଳେ ଆମେ ଏହାକୁ କମ ମାତ୍ରାରେ ଓ କମ ଚିନି ପକାଇ ଏହାକୁ ତିଆରି କରିବା ଓ ଦିନରେ ଏହାକୁ କେବଳ ୧ ବା ୨ ଥର ଏହାକୁ ପିଇବା । ତେବେ ଚାଲନ୍ତୁ ଜାଣିବା ଚା’ ପିଇବା ଦ୍ଵାରା ଆମ ଶରୀରକୁ କଣ କଣ ଲାଭ ମିଳିଥାଏ ।

ହାର୍ଟ ପାଇଁ ଲାଭକାରୀ

Image courtesy: Google

ଚା’ ଆମର ହାର୍ଟଚୋକର ସମ୍ଭାବନାକୁ କମ କରିଥାଏ । ଚା ‘ ପିଇବା କାରଣରୁ ଧମନୀ ଚିକଣ ହୋଇଥାଏ ଓ ସେଥିରେ ଜମା ହୋଇଥିବା କୋଲେଷ୍ଟ୍ରୋଲ କମ ହୋଇଥାଏ । ଏଥିପାଇଁ ହାର୍ଟ ରୋଗୀଙ୍କୁ ଦିନରେ ୧ ବା ୨ ଥର ଚା ପିଇବା ଆବଶ୍ୟକ ।

ଯବାନ ରଖିଥାଏ

Image courtesy: Google

ଚା’ ରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଚା’ ବୟସ ବଢିବାରେ ଓ ପ୍ରଦୂଷଣର ପ୍ରଭାବରୁ ଶରୀରକୁ ରକ୍ଷା କରିଥାଏ ।

ହାଡକୁ ମଝବୁତ କରିଥାଏ

Image courtesy: Google

ଚା’ ଆପଣଙ୍କ ହାଡକୁ ମଝବୁତ କରିଥାଏ କେବଳ ଏଥିପାଇଁ ନୁହେଁ କି ଏଥିରେ କ୍ଷୀର ମିଶିଥାଏ ପରନ୍ତୁ ଗୋଟିଏ ଅଧ୍ୟୟନରେ ସେହି ଲୋକଙ୍କର ତୁଳନା ଏକ ସାଥିରେ କରାଯାଇଥିଲା ଯିଏ ଚା’ ୧୦ ବର୍ଷ ଧରି ପିଇ ଆସୁଛନ୍ତି ଓ ଯେଉଁମାନେ ଚା’ ପିଅନ୍ତି ନାହିଁ । ଏହି ଅଧ୍ୟୟନରେ ମିଳିଥିଲା ଯେଉଁମାନେ ଚା’ ପିଅନ୍ତି ତାଙ୍କର ହାଡ ବୟସ, ଅଧିକ ଓଜନ, ଧୂମ୍ରପାନ ଓ ଅନ୍ୟ କାରଣ ପରେ ବି ମଝବୁତ ହୋଇଥାଏ ।

ଦାନ୍ତ ସୁସ୍ଥ ରହେ

Image courtesy: Google

ଦିନରେ ୧ ବା ୨ ଥର କମ ଚିନିର ଚା’ ପିଇବା ଦ୍ଵାରା ଆପଣଙ୍କର ଦାନ୍ତ ମଝବୁତ ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ

Image courtesy: Google

ଚା’ ପିଇବା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ କାରଣ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଥାଏ ଯିଏ ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ କାମ କରିଥାଏ ।

କ୍ୟାନ୍ସର ରୁ ବଞ୍ଚାଇଥାଏ

Image courtesy: Google

ଚା’ କ୍ୟାନ୍ସର ବିରୁଦ୍ଧରେ ଶରୀରକୁ ରକ୍ଷା କରିଥାଏ । କାରଣ ଏଥିରେ ପଲିଫିନାଇଲ ଓ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଏହି ଦୁଇଟିର ପ୍ରଭାବ କାରଣରୁ ଆମ ଶରୀରକୁ କ୍ୟାନ୍ସର ସହିତ ଲଢିବାକୁ ବହୁତ ଶକ୍ତି ମିଳିଥାଏ ।

ଓଜନ କମ କରିଥାଏ

Image courtesy: Google

ଚା’ ପିଇବା ଦ୍ଵାରା ଆପଣଙ୍କ ଶରୀରରେ ମେଟାବୋଲିଜ୍ମ ବଢିଯାଇଥାଏ । ଯଦି ଆପଣ ବ୍ଲାକ ଟି ର ସେବନ କରନ୍ତି ବିନା କ୍ଷୀରରେ ତେବେ ଏହା ଆପଣଙ୍କ କ୍ୟାଲୋରି ବର୍ନ ପ୍ରକ୍ରିୟାକୁ ୨ ରୁ ୩ ଗୁଣ ବଢାଇଦେଇଥାଏ । ଏହାର ସେବନ କରିବା ପରେ ଆପଣ ଅତି କମରେ ଅଧ ଘଣ୍ଟେ ୱାକ ବା ରନିଙ୍ଗ କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଓଜନ କମିବାକୁ ଲାଗିବ ।

Image courtesy: Google

ଏହା ଥିଲା ଚା’ ପିଇବାର କିଛି ଲାଭ କିନ୍ତୁ ଧ୍ୟାନ ରଖିବେ ଏହା ସେତେବେଳେ ସମ୍ଭବ ହେବ ଯେବେ ଆପଣ ଏକ ସୀମିତ ମାତ୍ରାରେ ଚା’ ର ସେବନ କରନ୍ତି । ଆପଣ ଦିନରେ ୧ ବା ୨ କପ ରୁ ଅଧିକ ଚା’ ର ସେବନ କରନ୍ତୁ ନାହିଁ ଓ ଖାଲି ପେଟରେ ଚା’ ପିଅନ୍ତୁ ନାହିଁ କାରଣ ଏମିତି କରିବା ଦ୍ଵାରା ଆପଣଙ୍କୁ ଏସିଡିଟି ର ସମସ୍ୟା ହୋଇପାରେ । ଯଦି ଚା ସମ୍ବଧୀୟ ଏହି ଟିପ୍ସ ଟି ଆପଣଙ୍କୁ ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।