ଦେଖନ୍ତୁ Video – କିପରି କ୍ୟାମେରାରେ କଏଦ ହେଲା ଭୁତ, ସାମନାକୁ ଆସିବା ପରେ ଏବେ ଭୟରେ ଥରୁଛନ୍ତି Rayagada ବାସୀ

ଗୋଟିଏ ଭୁ-ତ ଫଟୋକୁ ନେଇ ଏବେ ରାୟଗଡା ଜିଲ୍ଲାରେ ଖୁବ ଚର୍ଚ୍ଚା ହେଉଛି । ମୋବାଇଲରେ ଉତ୍ତୋଳନ କରାଯାଇ ଥିବା ଏହି ଫଟୋଚିତ୍ରାକୁ ନେଇ ଏବେ ସାରା ରାୟଗଡା ଜିଲ୍ଲା ଉଠୁଛି ପଡୁଛି । ତେବେ ଚାଲନ୍ତୁ ଜାଣିବା କଣ ଏହି ଫଟୋ ପଛର ରହସ୍ୟ ଓ ଏହାକୁ କିଏ ଉଠାଇଛନ୍ତି । ରାୟଗଡ ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ରାମ୍ବୁ ଗ୍ରାମର ଦୁଇ ଯୁବକ ଅନାଦି ରାଲିକା ଓ ଚିନ୍ନା ରାଲିକା ଏମାନେ ଦୁଇ ବନ୍ଧୁ ।

ସେମାନଙ୍କ କହିବା ଅନୁଯାୟୀ ଦିନେ ରାତିରେ ଏମାନେ ଗାଁ କୁ ଫେରୁଥିବା ବେଳେ ଏକା ଗଛ କଡରେ ସେମାନେ ଏହି ଛାୟା ମୂର୍ତ୍ତିକୁ ଦେଖିବାକୁ ପାଇଥିଲେ । ବଣୁଆ ରାସ୍ତା ହୋଇଥିବାରୁ ଟିକେ ଭୟ ଲାଗୁଥିଲା । କିନ୍ତୁ ଯେହେତୁ ସେମାନେ ଦୁଇ ଜଣ ଥିଲେ ତେଣୁ ଭୟ ନକରି ମୋବାଇଲ ବାହାର କରିଥିଲେ ଏହି ଛାୟାମୂର୍ତ୍ତିର ଫଟୋ ଉଠାଇବାକୁ । ଏହି ଜାଗାଟିର ନାମ ହେଉଛି ଆଙ୍କୁଲପଦ । ସେତେବେଳେ ସମୟ ପ୍ରାୟ ରାତି ୯ଟା ହୋଇଥିଲା ଓ ଚାରିଆଡେ ଅନ୍ଧାର ଏବଂ ଶୂନଶାନ ଥିଲା । ସେମାନେ ପ୍ରଥମେ ଭାବିଥିଲେ କେହି ଝିଅ ଗୁଡେଇ ହୋଇ ଏମିତି ଯାଉଛି ।

କିନ୍ତୁ ଏମାନଙ୍କୁ ଦେଖି ଭୂ-ତଟି ଭୟଭୀତ ହୋଇ ଏକ ମହୁଲ ଗଛ ପଛରେ ସନ୍ତର୍ପଣରେ ଲୁଚି ଯାଉଥବା ଭଳି ଦେଖାଯାଉଛି । କିନ୍ତୁ ହଠାତ ସେ କୁଆଡେ ଗାୟବ ହୋଇ ଯାଇଥିଲା ବୋଲି ଏହି ଦୁଇ ଯୁବକ କହିଛନ୍ତି । ଭୁ-ତଟିର କେବଳ ମୁହଁ ଏବଂ ଆଖି ଦେଖା ଯାଉଥିଲା । ତାର ହାତ ଗୋଡ ଦେଖା ଦେଖା ଯାଉ ନଥିବା କଥା କହିଛନ୍ତି ଏହି ଯୁବକମାନେ ।

ଏହାପରେ ଯୁବକ ଦୁଇଜଣ ଗାଁ କୁ ଯାଇ ଏହି ଫଟୋ ସମସ୍ତଙ୍କୁ ଦେଖାଇଥିଲେ । ଆଜିର ବିଜ୍ଞାନ ଯୁଗରେ ଭୂ-ତ-ପ୍ରେ-ତକୁ ଅବିଶ୍ଵାସ କରାଯାଉଥିବା ବେଳେ ଏହି ଗାଁ ଲୋକମାନେ ବିଶ୍ବାସ କରି ଆସୁଛନ୍ତି ଯେ ଏପରି କିଛି ଶକ୍ତି ତାଙ୍କ ଗାଁ ଆଖପାଖରେ ରହିଛି । ତେବେ ହେତୁବାଦୀ ମାନଙ୍କ ମତରେ ଭୂ-ତ-ପ୍ରେ-ତ ବୋଲି କିଛି ନାହିଁ ଏହା କେବଳ ଆମ ମନର ଭ୍ରମ ଅଟେ ।

ତେବେ ଆପଣଙ୍କୁ ଏହି ଫଟୋ ଦେଖି କଣ ମନେ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରିବା ସହ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।