Sonu Sood ଙ୍କୁ ଭଗବାନ ମାଣନ୍ତି ଏହି ବୃଦ୍ଧ, 1450 km ସ୍କୁଟି ଚଲେଇ ଆସିଲେ ଦେଖା କରିବା ପାଇଁ, କିନ୍ତୁ ଦେଖିବା ମାତ୍ରେ ହିଁ କାନ୍ଦିବାକୁ ଲାଗିଲେ, ଜାଣନ୍ତୁ କାହିଁକି ?

ହିରୋ ଦୁଇ ପ୍ରକାରର ହୋଇଥାନ୍ତି । ପ୍ରଥମେ ଯେଉଁମାନେ ପରଦା ଉପରେ ଅଭିନୟ କରନ୍ତି ଓ ଦ୍ଵିତୀୟରେ ଯେଉଁମାନେ ଅସଲ ଜୀବନରେ ହିରୋ ଅଟନ୍ତି । ଅସଲ ଜୀବନରେ ଲୋକଙ୍କୁ ସାହାଜ୍ଯ କରି ସେମାନଙ୍କୁ ସମସ୍ୟାରୁ ଯେଉଁମାନେ ବାହାର କରନ୍ତି ସେମାନଙ୍କୁ ଅସଲ ହିରୋ ବୋଲି କୁହାଯାଏ । ଅଭିନେତା ସୋନୁ ସୁଡ ଜଣେ ଏପରି ହିରୋ ଯାହାଙ୍କ ଉପରେ ଏହି ପ୍ରକାର ହିରୋର ଟ୍ୟାଗ ଲାଗି ସାରିଛି ।

ଏହାର ଫଳସ୍ଵରୂପ କିଛି ଲୋକ ତାଙ୍କୁ ମସିହା ବା ଭଗବାନ ମଧ୍ୟ କହୁଛନ୍ତି । ଦିନକୁ ଦିନ ତାଙ୍କ ଫ୍ୟାନ ଫାଲୋଇଙ୍ଗଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫ୍ୟାନ ମାନେ ସୋନୁଙ୍କ ପାଇଁ ଏପ୍ରକାର ପାଗଳ ହେଉଛନ୍ତି ଯେ ତାଙ୍କୁ ଭେଟିବାକୁ ଅନେକ ହଜାର କିମି ମଧ୍ୟ ଯାତ୍ରା କରି ଆସି ଯାଉଛନ୍ତି । କେହି ଚାଲି ଚାଲି ତ ଆଉ କିଏ ସାଇକେଲ ଚଳାଇ ମଧ୍ୟ ସୋନୁଙ୍କୁ ଭେଟିବାକୁ ଆସୁଛନ୍ତି ।

ସୋନୁ ମଧ୍ୟ ତାଙ୍କ ଫ୍ୟାନଙ୍କ ପ୍ରେମକୁ ସମ୍ମାନ ଦେଇ ତାଙ୍କୁ ଭେଟୁଛନ୍ତି । ନିକଟରେ ସୋନୁ ଙ୍କର ଜଣେ ୭୦ ବର୍ଷୀୟ ଫ୍ୟାନ ତାଙ୍କୁ ଭେଟିବାକୁ ୧୪୫୦ କିମି ବାଟ ସ୍କୁଟି ଚଳାଇ ଆସି ପହଞ୍ଚିଥିଲେ । ଜଣେ ବୟସ୍କ ବ୍ୟକ୍ତି ସ୍କୁଟିରେ ଏତେ ଦୀର୍ଘ ଯାତ୍ରା କରିବା କିଛି ସହଜ କଥା ନୁହେଁ । କିନ୍ତୁ ସୋନୁଙ୍କ ପ୍ରତି ପ୍ରେମ ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମୁମ୍ବାଇ ନେଇ ଆସିଥିଲା । ସୋନୁଙ୍କ ଏହି ଫ୍ୟାନଙ୍କ ନାମ ହେଉଛି ଜାଗ୍ଗମ ରାଜୁ । ସେ ଆନ୍ଧ୍ରପ୍ରଦେଶର ଜଗ୍ଗାମପେଟାର ବାସିନ୍ଦା ଅଟନ୍ତି ଓ ତାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ ।

ଫ୍ୟାନଙ୍କୁ ଭେଟିବା ପାଇଁ ସୋନୁ ମଧ୍ୟ ସମୟ ବାହାର କରି ଆସିଥିଲେ । ସୋନୁଙ୍କୁ ଭେଟିବା ମାତ୍ରେ ତାଙ୍କ ବୟସ୍କ ଫ୍ୟାନଙ୍କ ଆଖି ଭିଜି ଯାଇଥିଲା । ଏମିତି ଲାଗୁଥିଲା ଯେପରି ସେ କେଉଁ ଘନିଷ୍ଠ ବନ୍ଧୁଙ୍କୁ ଅନେକ ବର୍ଷ ପରେ ଭେଟୁଛନ୍ତି । ଜାଗ୍ଗମ ରାଜୁ ସୋନୁଙ୍କୁ କହିଥିଲେ କି ସେ ତାଙ୍କ ଦ୍ଵାରା ଖୁବ ପ୍ରଭାବିତ ହୋଇଛନ୍ତି । ସେ ତାଙ୍କ ପାଇଁ କେଉଁ ଭଗବାନଙ୍କ ଠାରୁ କମ୍ ନୁହନ୍ତି । ସୋନୁଙ୍କୁ ଭେଟିବାର ଖୁବ ଇଚ୍ଛା ଥିବା ବେଳେ ସେ ଦିନେ ନିଷ୍ପତ୍ତି ନେଲେ ଯେ ମୁମ୍ବାଇ ଯାଇ ସୋନୁଙ୍କୁ ଭେଟିବେ ।

୧୪୫୦ କିମି ସ୍କୁଟି ଚଳାଇ ଆସିଥିବା ଏହି ଫ୍ୟାନଙ୍କ ସହ ସୋନୁ ସହୃଦୟ ଭେଟିଲେ ଓ ଦୁହେଁ ଫଟୋ ମଧ୍ୟ ଉଠାଇଥିଲେ । ଏହାପରେ ସୋନୁ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଓ ସ୍କୁଟି ବଦଳରେ ତାଙ୍କୁ ଟ୍ରେନରେ ଘରକୁ ପଠାଇଥିଲେ । ସୋନୁଙ୍କ ଏହିପରି ହୃଦୟବାନ କାର୍ଯ୍ୟ ଦେଖି ଫ୍ୟାନମାନେ ତାଙ୍କୁ ପ୍ରଶଂସାର ସୁଅ ଛୁଟାଇଛନ୍ତି । ସମସ୍ତେ କହୁଛନ୍ତି କି ସୋନୁ ସୁଡ ଜଣେ ରିୟଲ ଲାଇଫ ହିରୋ ଅଟନ୍ତି ।

ସେ ନିଶ୍ଚିତ ରୂପେ ଗରିବଙ୍କ ମସିହା ଅଟନ୍ତି । ଏହାପୂର୍ବରୁ ଆହୁରି ଅନେକ ଫ୍ୟାନ ମଧ୍ୟ ସୋନୁଙ୍କୁ ଭେଟିବାକୁ ଦୂରରୁ ଆସିଛନ୍ତି । ସୋନୁ ସମସ୍ତଙ୍କୁ ସମ୍ମାନପୂର୍ବକ ଭେଟନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ପୋଷ୍ଟ ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।