Vastu Tips- ଘରେ କ୍ଯାଲେଣ୍ଡର ଲଗାଉଥିଲେ ସାବଧାନ ! ଏମିତି ଭୁଲ ଆଦୌ କରିବେ ନାହିଁ

ନୂଆବର୍ଷ ଆରମ୍ଭ ହେବା ମାତ୍ରେ ଆମେ ଘରକୁ ନୂଆ କ୍ୟାଲେଣ୍ଡର ଆଣିଥାଉ ବା କେହି ବନ୍ଧୁ ପରିଜନ ମଧ୍ୟ ଆମକୁ କ୍ୟାଲେଣ୍ଡର ଉପହାର ଦେଇଥାନ୍ତି । ଅନେକ ସମୟରେ ସେହି କ୍ୟାଲେଣ୍ଡରରେ ଭଗବାନଙ୍କ ଫଟୋ ଥିବାରୁ ବର୍ଷ ଶେଷ ହେଲେ ମଧ୍ୟ ଆମେ ତାହା ଘରେ ରଖିଥାଉ । କିନ୍ତୁ କ୍ୟାଲେଣ୍ଡରକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ଉଲ୍ଲେଖ ରହିଛି । ଯାହା ଆମେ ଜାଣିବା ନିହାତି ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା କ୍ୟାଲେଣ୍ଡରକୁ ନେଇ କେଉଁ ସବୁ ଭୁଲ ଆମେ କରିଥାଉ ଏବଂ ଆଗକୁ ତାହା କରିବା ନାହିଁ।

ଘରେ ପୁରୁଣା କ୍ୟାଲେଣ୍ଡର ରଖିଲେ କଣ ହୋଇଥାଏ ?

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପୁରୁଣା କ୍ୟାଲେଣ୍ଡର ରଖିବା ଦ୍ଵାରା ଆପଣଙ୍କ ଜୀବନରେ ଆସିବାକୁ ସଫଳତା ବହୁତ ପରିମାଣରେ ବାଧା ପ୍ରାପ୍ତ ହୋଇ ଥାଏ । ତେଣୁ ଘରେ କେବେ ହେଲେ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ । ଯଦି କ୍ୟାଲେଣ୍ଡରରେ ଭଗବାନଙ୍କ ଫଟୋ ରହିଛି, ତେବେ ସେହି କ୍ୟାଲଣ୍ଡରକୁ ନଦୀ କିମ୍ବା ପୋଖରୀ ଜଳରେ ଭସାଇ ଦେଇପାରିବେ । ଏହାଦ୍ବାରା ଆପଣଙ୍କ ଭାଗ୍ୟରେ ଉନ୍ନତି ହେବା ସହ ଘରେ ସର୍ବଦା ସୁଖଶାନ୍ତି ବଜାୟ ରହିବ ।

କ୍ୟାଲେଣ୍ଡର କେଉଁ ଦିଗରେ ଲଗାଇଲେ ଶୁଭ କିମ୍ବା ଅଶୁଭ ହୋଇଥାଏ ?

କ୍ୟାଲେଣ୍ଡରକୁ ସବୁବେଳେ ଆପଣଙ୍କ ଘରର ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଘରର ପୂର୍ବ ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ଵାରା ଆପଣଙ୍କ ଜୀବନରେ ସୂର୍ଯ୍ୟଙ୍କର ସ୍ଥିତି ଖୁବ ଭଲ ରହିଥାଏ । ତେଣୁ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ମିଳିଥାଏ । ସେହିପରି ଉତ୍ତର ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ଵାରା ଆପଣଙ୍କ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇ ଥାଏ ।

ଘରର ପଶ୍ଚିମ ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ଵାରା ଅଟକି ରହିଥିବା କାର୍ଯ୍ୟ ଅବଶ୍ୟ ସଫଳ ହୁଏ । କିନ୍ତୁ ଭୁଲରେ ମଧ୍ୟ ଘରର ଦକ୍ଷିଣ ଦିଗରେ ଏହି କ୍ୟାଲେଣ୍ଡର ଲଗାନ୍ତୁ ନାହିଁ । ଏହାଦ୍ବାରା ପ୍ରତ୍ଯେକ କାର୍ଯ୍ୟରେ ବିଫଳତା ମିଳିବା ସହ ପରିବାରରେ ଅଶାନ୍ତି ଲାଗି ରୁହେ ।

କ୍ୟାଲେଣ୍ଡରରେ କେଉଁ ଛବି ରହିବା ଶୁଭ କିମ୍ବା ଅଶୁଭ ହୋଇଥାଏ ?

ଘରକୁ କ୍ୟାଲେଣ୍ଡର ଆଣିବା ବେଳେ ଧ୍ୟାନ ରଖନ୍ତୁ ଯେ, ତାହା ଯେକୌଣସି ରଙ୍ଗର ହୋଇଥାଉ ପଛେ ସେଥିରେ ସବୁଜ ରଙ୍ଗ ଥିବା ଆବଶ୍ୟକ । ଏହାସହ ସେଥିରେ କୌଣସି ହିଂସ୍ର ଜନ୍ତୁଙ୍କର ଛବି ମଧ୍ୟ ରହିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଆପଣଙ୍କ ଘରେ ନକରାତ୍ମକତା ବାସ କରିଥାଏ । କିନ୍ତୁ କ୍ୟାଲେଣ୍ଡରରେ ଭଗବାନଙ୍କ ଛବି ଏବଂ ଯୁଗଳ ପକ୍ଷୀ ମାନଙ୍କର ଛବି ରହିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ତେବେ ବନ୍ଧୁଗଣ ନୂତନ ବର୍ଷରେ ଘରକୁ କ୍ୟାଲେଣ୍ଡର ଆଣିବା ସମୟରେ ଏହି ସବୁ ନିୟମ ପାଳନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟକ ସାବ୍ୟସ୍ତ ହେବ ।