ବ୍ୟକ୍ତିଙ୍କ ଠାରେ ଯଦି ଦେଖାଦିଏ ଏହି 5 ଲକ୍ଷଣ, ତ ତାଙ୍କ ଉପରେ ନିଶ୍ଚୟ ରହିଛି ହନୁମାନଙ୍କ କୃପା, ସବୁବେଳେ ରହିଥାନ୍ତି ଖୁସିରେ

ଭଗବାନ ହନୁମାନ ନିଜ ଭକ୍ତ ମାନଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତାଙ୍କୁ କଳିଯୁଗର ଦେବତା ମଧ୍ୟ କୁହାଯାଏ । ସେ ନିଜେ ଶ୍ରୀରାମଙ୍କ ଭକ୍ତ ହୋଇଥିବାରୁ ନିଜ ଭକ୍ତ ମାନଙ୍କ ମନୋସ୍କାମନା ମଧ୍ୟ ଶୀଘ୍ର ବୁଝି ପାରନ୍ତି । ହନୁମାନଙ୍କ ଭକ୍ତମାନେ ଛୋଟବେଳୁ ହିଁ ଅଲଗା ସ୍ୱଭାବର ହୋଇଥାନ୍ତି ଓ ଯେଉଁ ବ୍ୟକ୍ତିଙ୍କ ଠାରେ ଏହି ଖାସ୍ ଲକ୍ଷଣ ସବୁ ଦେଖାଯାଏ ସେମାନଙ୍କ ଉପରେ ହନୁମାନଙ୍କ କୃପା ସର୍ବଦା ରହିଥାଏ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ କଣ ସବୁ ।

ହନୁମାନଙ୍କ ଭକ୍ତମାନେ ଛୋଟବେଳୁ ହିଁ ଟିକେ କ୍ରୋଧୀ ସ୍ୱଭାବର ହୋଇଥାନ୍ତି । କିନ୍ତୁ ଧୀରେ ଧୀରେ ବଡ ହେଉଥିବା ଅବସ୍ଥାରେ ତାଙ୍କ ମନ ହନୁମାନଙ୍କ ଠାରେ ଲାଗିଥାଏ ଓ ତାଙ୍କ କ୍ରୋଧ ମଧ୍ୟ ଧୀରେ ଧୀରେ ଶାନ୍ତ ହୋଇଥାଏ । ହନୁମାନଙ୍କ ଭକ୍ତ ଅନ୍ୟାୟ ଦେଖି କେବେ ବି ଚୁପ ରହି ପାରନ୍ତି ନାହିଁ ଓ ସବୁବେଳେ ତା ବିରୁଦ୍ଧରେ ଠିଆ ହୁଅନ୍ତି । ଭଗବାନ ହନୁମାନଙ୍କ ଭକ୍ତଙ୍କ ଠାରେ ଏହି ଲକ୍ଷଣ ଛୋଟବେଳୁ ହିଁ ଦେଖିବାକୁ ମିଳିଥାଏ । କାରଣ ସ୍ୱୟଂ ହନୁମାନ କେବେ ମଧ୍ୟ ଅନ୍ୟାୟ ସହନ୍ତି ନାହିଁ ।

ଦ୍ଵିତୀୟ ଲକ୍ଷଣଟି ହେଉଛି ଭଗବାନ ହନୁମାନଙ୍କ ଭକ୍ତ ସବୁବେଳେ ନିଜ ଗୁରୁଜନ ଓ ନିଜଠୁ ବଡ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତି । ଏମାନେ କେବେ ମଧ୍ୟ ବୟସ୍କ ଲୋକଙ୍କ ଅପମାନ ହେଉଥିବା ଦେଖି ସହି ପାରନ୍ତି ନାହିଁ । ଆରମ୍ଭରୁ ହିଁ ଗୁରୁଜନଙ୍କ ପ୍ରତି ଏମାନଙ୍କ ମନରେ ସମ୍ମାନ ରହିଥାଏ । ଆଉ ମଧ୍ୟ ଏମାନେ ସ୍ତ୍ରୀ ଲୋକଙ୍କୁ କେବେ ଅସମ୍ମାନ କରନ୍ତି ନାହିଁ । ମହିଳା ମାନଙ୍କ ଇଜ୍ଜତକୁ ସୁରକ୍ଷା ଦେବା ପାଇଁ ଏମାନେ ସବୁବେଳେ ଆଗେଇ ଆସନ୍ତି । ଯେପରି ହନୁମାନ ନିଜେ ମାତା ସୀତାଙ୍କ ପାଇଁ ସବୁ ସମୟରେ ଠିଆ ହୋଇଥିଲେ ସେପରି ତାଙ୍କ ଭକ୍ତ ମଧ୍ୟ କେଉଁ ମହିଳାଙ୍କ ଅସମ୍ମାନ ହେଉଥିବା ଦେଖି ସହ୍ୟ କରି ପାରନ୍ତି ନାହିଁ ।

ହନୁମାନଙ୍କ ଭକ୍ତ ଧନ ସମ୍ପତ୍ତି ଓ ଟଙ୍କା ପଇସାକୁ କେବେ ମଧ୍ୟ ଗୁରୁତ୍ୱ ଦିଅନ୍ତି ନାହିଁ । ଏମାନେ ସବୁବେଳେ ହିଁ ସନ୍ତୁଷ୍ଟ ପ୍ରବୃତ୍ତିର ହୋଇଥାନ୍ତି । ଏମାନଙ୍କ ପାଖରେ ଯେତିକି ଥାଏ ଏମାନେ ସେତିକିରେ ଖୁସି ରୁହନ୍ତି । କେବେ ମଧ୍ୟ ପଇସା ପଛରେ ଭାଗନ୍ତି ନାହିଁ । ବରଂ ହନୁମାନଙ୍କ ପଛରେ ଭାଗି ତାଙ୍କୁ ପ୍ରାପ୍ତ କରିବାକୁ ଇଛା ରଖିଥାନ୍ତି ।

ହନୁମାନଙ୍କ ଭକ୍ତ ଛୋଟବେଳୁ ହିଁ ସକାଳୁ ଶୀଘ୍ର ଉଠିବାକୁ ଭଲ ପାଆନ୍ତି । ଏମାନେ ଶୀଘ୍ର ଉଠି ସ୍ୱଚ୍ଛ ହେବାକୁ ଅଧିକ ପସନ୍ଦ କରନ୍ତି ଓ ତା ପରେ ହନୁମାନଙ୍କ ଭକ୍ତିରେ ଲୀନ ହୋଇଯାନ୍ତି । ସଫା ସୁତୁରା ମାମଲାରେ ଏମାନେ ଟିକେ କଠୋର ଓ ଟିକେ ବି ଅବହେଳା ବରଦାସ୍ତ କରନ୍ତି ନାହିଁ ।

ଏମାନେ ସଦାଚାରୀ ହୋଇଥାନ୍ତି । କୁହାଯାଏ କି ହନୁମାନ କଳିଯୁଗରେ ଶୀଘ୍ର ମନୋସ୍କାମନା ପୂର୍ଣ୍ଣ କରନ୍ତି । କିନ୍ତୁ ତାଙ୍କ ପୂଜା କରୁଥିବା ସମୟରେ ସ୍ୱଚ୍ଛତାର ବିଶେଷ ଧ୍ୟାନ ରଖିବା ଉଚିତ । ଟିକେ ବି ଅପରିଷ୍କାର ଓ ଅପଵିତ୍ରତା ନ ରହିବା ଦରକାର, ପୂଜା କରିବା ସମୟରେ ସମ୍ପୂର୍ଣ୍ଣ ମନ ଧ୍ୟାନ ଦେଇ ତାଙ୍କ ଆରାଧନା କରିବା ଉଚିତ ଓ ସୂର୍ଯ୍ୟସ୍ଥ ପରେ ତାଙ୍କ ପୂଜା କଲେ ହନୁମାନ ବହୁତ ପ୍ରସନ୍ନ ହୁଅନ୍ତି ବୋଲି ତାଙ୍କ ଭକ୍ତମାନେ ଏହିସବୁ ଶୀଘ୍ର ବୁଝିଯାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।