ବ୍ଯବସାୟିକ ଶତ୍ରୁତା ମନ୍ତ୍ରୀ Naba Das ଙ୍କ ହ-ତ୍ୟା-ର ମୁଖ୍ୟ କାରଣ ? କାହିଁକି ଏ ଯାଏଁ ସ୍ପଷ୍ଟ ହେଉନି ନବଙ୍କୁ ଗୁ-ଳି ମା-ରି-ବା-ର ପ୍ରକୃତ କାରଣ ?

ଦିନ ଗଡିବା ସହ ମନ୍ତ୍ରୀ ନବ ଦାସ ହ-ତ୍ୟା-କା-ଣ୍ଡ-କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । 6 ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ଯାଏଁ ହ-ତ୍ୟା-ର କାରଣ ସ୍ପଷ୍ଟ ହୋଇ ନଥିବାରୁ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗିରହିଛି । ଏଥିମଧ୍ୟରୁ ସବୁଠୁ ଆଗରେ ରହିଛି ବ୍ଯବସାୟିକ ଶ-ତ୍ରୁ-ତା । କୋଇଲା ଟ୍ରାନ୍ସପୋର୍ଟିଂ ହିଁ ଏହି ହ-ତ୍ୟା ପଛର ପ୍ରମୁଖ କାରଣ ହୋଇ ଥାଇପାରେ ବୋଲି ଲୋକେ କହୁଛନ୍ତି । ନବ ଦାସ ହୋଟେଲ ବିଜନେସ ଓ ମାଇନିଂ ଟ୍ରାନ୍ସପୋର୍ଟିଂ ଆଦି ଏକାଧିକ ବ୍ୟବସାୟରେ ଆଗଧାଡିରେ ରହିଥିଲେ ।

2019 ନିର୍ବାଚନ ସମୟରେ ନବ ଦାସ ଯେଉଁ ସତ୍ୟପାଠ କରିଥିଲେ ସେଥିରେ ବେଦାନ୍ତ କମ୍ପାନୀରୁ ପାଉଁଶ ନିଷ୍କାସନ ଓ ପରିବହନ, ହିଣ୍ଡଲକୋ ଆଦିତ୍ୟ ବୃଲା କମ୍ପାନୀରୁ କୋଇଲା ପରିବହନ ଆଦି ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଚାଲିଥିଲା । ଏହା ବ୍ଯତୀତ ସୁନ୍ଦରଗଡ ଝାରସୁଗୁଡା ଓ ସମ୍ବଲପୁର ସମେତ ଅନ୍ୟକିଛି ସ୍ଥାନରେ ମଧ୍ୟ ଆହୁରି ଅନେକ ବ୍ୟବସାୟ ଚଳାଇଥିଲେ ନବ ଦାସ । ଖାସ କରି ଖଣି ଗୁଡିକୁ ନେଇ ନବ ଦାସଙ୍କର ସବୁଠୁ ଅଧିକ ବ୍ୟବସାୟ ଚାଲିଥିଲା ।

ନବ ଦାସ ଓ ତାଙ୍କ ସମର୍ଥକ କୋଟି କୋଟି ଟଙ୍କାର କୋଇଲା ଟ୍ରାନ୍ସପୋର୍ଟିଂ କରୁଥିଲେ । ଅନ୍ୟ କୌଣସି ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚାହୁଁଥିଲେ ମଧ୍ୟ ନବ ଦାସ ସେମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଥିଲେ । ତେଣୁ କୋଇଲା ଟ୍ରାନ୍ସପୋର୍ଟିଂ ତାଙ୍କ ହ-ତ୍ୟା-ର ଏକ ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଲୋକେ କଥା ହେଉଛନ୍ତି । ASI ଗୋପାଳଙ୍କୁ ବ୍ୟବହାର କରି କୌଣସି ପ୍ରଭାବଶାଳି ବ୍ୟକ୍ତି ତାଙ୍କୁ ହ-ତ୍ୟା କରି ଥାଇପାରନ୍ତି ।

ଏସବୁ ଦିଗରେ ତଦନ୍ତ କରି ହ-ତ୍ୟା-କା-ଣ୍ଡ ପଛର ସତ୍ୟତା ବାହାର କରିବାକୁ ଦାବି କରିଛନ୍ତି ବିରୋଧୀ । ବ୍ୟବସାୟ ସହ ରାଜନୀତିରେ ମଧ୍ୟ ବେଶ ସଫଳ ଥିଲେ ନବ ଦାସ । 2009ରୁ 2019 ଯାଏଁ ତିନିଥର ବିଧାୟକ ହୋଇଥିଲେ ନବ । ପୂର୍ବରୁ ଦୁଇଥର କଂଗ୍ରେସ ବିଧାୟକ ଥିବାବେଳେ 2019ରେ ବିଜେଡି ତରଫରୁ ନିର୍ବାଚିତ ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ହୋଇଥିଲେ । ମନ୍ତ୍ରୀ ହେବା ପରେ ତାଙ୍କ କ୍ଷମତା ଆହୁରି ବଢି ଯାଇଥିଲା ଏବଂ ନିଜ ବ୍ୟବସାୟକୁ ସେ ଆହୁରି ଆଗକୁ ନେଇ ପାରିଥିଲେ ।

ପଶ୍ଚିମ ଓଡିଶାରେ ନବ ଦାସଙ୍କ ଦବଦବା ବଢିବାରେ ଲାଗିଥିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରା ଯାଇଥିବା ବିରୋଧୀ ଦଳମାନେ ମଧ୍ୟ କହୁଛନ୍ତି । ଝାରସୁଗୁଡା ପୋଲିସ ବିଭାଗରେ କାମ କରିଥିବା ASI ଗୋପାଳ ଦାସଙ୍କୁ ପୂର୍ବରୁ ମଧ୍ୟ ନବ ଦାସଙ୍କ ପାଖେ ପାଖେ ଥିବା ଅନେକ ଥର ଦେଖିବାକୁ ମିଳିଛି ।

ଯଦି ସତରେ ନବ ଦାସଙ୍କ ସହ ତାଙ୍କର ଶ-ତ୍ରୁ-ତା ଥିଲା ତେବେ ସେ ଚାହିଁଥିଲେ ପୂର୍ବରୁ ମଧ୍ୟ ତାଙ୍କୁ ହ-ତ୍ୟା କରି ପାରିଥାନ୍ତେ । ହେଲେ ସେଦିନ ହିଁ ସେ କାହିଁକି ଏଭଳି କଲେ ତାକୁ ନେଇ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।