ବୁଲି ବୁଲି ସମସ୍ତଙ୍କୁ ହକି ଜର୍ସି ଆଉ ତାରକସି ଉପହାର ଦେଲେ, ହେଲେ କୋଉ ମୁଖ୍ୟମନ୍ତ୍ରୀ ବି ଆସିଲେନି, ସଫଳ ହେଲା ତ ହକି ବିଶ୍ଵକପ ଆୟୋଜନର ଉଦ୍ଦେଶ୍ୟ ?

ଭାରତର ପ୍ରତ୍ଯେକ ରାଜ୍ୟରେ ବୁଲି ବୁଲି ଗୁଆଦିଆ କାର୍ଯ୍ୟକ୍ରମ କରାଗଲା । ଆମ ମନ୍ତ୍ରୀମାନେ କେଉଁ ଗୋଟିଏ ରାଜ୍ୟ ବି ଛାଡି ନାହାନ୍ତି । ବାରବାଟୀରେ ଏତେ ବଡ ଆୟୋଜନ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରାଗଲା । ହେଲେ କୌଣସି ରାଜ୍ୟର ମୁଖିଆଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲାନି । ଆସାମ ଠାରୁ ନେଇ ଗୁଜୁରାଟ ଯାଏଁ ଓ ଦିଲ୍ଲୀରୁ କର୍ଣ୍ଣାଟକ ଯାଏଁ ସବୁ ରାଜ୍ୟ ବୁଲି ବୁଲି କାର୍ଡ ବାଣ୍ଟିଲେ ଆମ ମନ୍ତ୍ରୀମାନେ । କାର୍ଡ ସହ ହକି ର ଜର୍ସି ମଧ୍ୟ ଦେଲେ ।

ହକି ଖେଳ ଦେଖିବାକୁ ଯେମିତି ହେଲେ ଆସିବେ ବୋଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହି ଆସିଲେ ଆମ ନେତାମାନେ । ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ସେମାନଙ୍କ ପାଖରେ ପହଞ୍ଚାଇବା ସହ ତାରକସିରେ ତିଆରି କୋଣାର୍କର ଚକ୍ର ମଧ୍ୟ ସମସ୍ତଙ୍କୁ ଦେଲେ । ହେଲେ ଏତେ ବଡ ଆନ୍ତର୍ଜାତୀୟ ସ୍ତରୀୟ ଆୟୋଜନକୁ କେହି ଜଣେ ହେଲେ ବି ମୁଖ୍ୟମନ୍ତ୍ରୀ ଆସି ନାହାନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ ପାଇଁ ଭେଟ ସୁଦ୍ଧା ହୋଇ ପାରି ନଥିଲା ।

ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରି ଓଡିଶାର କଳା ଓ ସଂସ୍କୃତି ଆଦିକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଆମ ଲକ୍ଷ୍ୟ ଥିଲା । ବାରବାଟୀ ଷ୍ଟାଡିୟମରେ ହକି ବିଶ୍ଵକପ ଓପନିଂ ସେରିମନିକୁ ଭବ୍ୟ ରୂପେ ଆୟୋଜନ କରି ବାଃ ବାଃ ଲୁଟୁଛନ୍ତି ଆମ ସରକାର । ଏହି କାର୍ଯ୍ୟକ୍ରମ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚା କରାଯାଇଛି । ଦିଶା ପାଟନୀଙ୍କ ଠାରୁ ଆରମ୍ଭ କରି ରଣବୀର ସିଂ ଏବଂ ବଲିଉଡର ବଡ ବଡ ସିଙ୍ଗର ମାନେ ମଧ୍ୟକ ଏହି ମଞ୍ଚରେ କଳା ପ୍ରଦର୍ଶନ କଲେ ।

ପ୍ରୀତମ ଦା’ ଙ୍କ ଗୀତ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଛି । କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ । ତେବେ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବ୍ଯତୀତ ଅନ୍ୟ କେଉଁ ବଡ ନେତା ଏହି କାର୍ଯ୍ୟକ୍ରମରେ ନଜର ଆସି ନଥିଲେ । ଏପରିକି ଆମ ରାଜ୍ୟର କ୍ରୀଡା ମନ୍ତ୍ରୀଙ୍କୁ ମଧ୍ୟ ଦେଖିବାକୁ ମିଳି ନଥିଲା । କେବଳ ଆନ୍ତର୍ଜାତୀୟ ହକି ଫେଡେରେସନର ମୁଖ୍ୟ ଓ ଭାରତୀୟ ହକି ଫେଡେରେସନର ସଭାପତି ଦିଲ୍ଲୀପ ତିର୍କୀଙ୍କୁ ସଭାରେ ଦେଖିବାକୁ ମିଳିଥିଲା ।

ଏହି ମ୍ଯାଚ ଆଗାମୀ 17 ଦିନ ଧରି ଚାଲିବ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ନବ ଉଦଘାଟିତ ବୀର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ଯାଚ ଖେଳାଯିବ । ତେବେ ଆଗକୁ ମ୍ଯାଚ ଦେଖିବାକୁ ହୁଏତ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ପାହ୍ୟା ସ୍ତରର କୌଣସି ମନ୍ତ୍ରୀ ଆସି ପାରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।