ମିଳିଲା କି ଆଉ ଏକ ବିପଦ ସଙ୍କେତ ? ଓଡିଶାରେ ଦେଖା ଦେଲେଣି ଧଳା କାଉ, ମାଳିକା ବଚନ ସତ ହେବାରେ ଲାଗିଛି

ଓଡ଼ିଶାକୁ ଆସିଛି ଧଳା କାଉ । ଏହା କେଉଁ ବଡ ବିପଦ ସଙ୍କେତ କି ? ସତ ହେବାରେ ଲାଗିଛି ଗୋଟି ଗୋଟି ବାଣୀ । ସତରେ ମାଡି ଆସୁଛି କି ମହାବିପତ୍ତି ? ଆପଣମାନେ ମାଳ ମାଳ କଳା କାଉ ନିଶ୍ଚୟ ଦେଖିଥିବେ । ହେଲେ ଏବେ ଓଡିଶାରେ ଦେଖା ଦେଇଛି ଧଳା କାଉ । ତଳେ ପଡିଥିବା ଖାଦ୍ୟକୁ ଖୁଣ୍ଟି ଖୁଣ୍ଟି ଖାଉଥିଲା ଏହି ଧଳା କାଉଟି । ତେବେ କୋରାପୁଟ ଜିଲ୍ଲା ଦାମନଯୋଡି ଅଞ୍ଚଳରେ ଏହି ଧଳା କାଉଟି ନଜର ଆସିଛି । ସୂଚନା ଅନୁସାରେ ଦାମନଯୋଡି ସ୍ଥିତ ମାଲୁସନ୍ତା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ।

ଆଲୁବିନା ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ମାଥାଲପୁର ହାଟପଦା ଅଞ୍ଚଳରେ ଏହି ଧଳା କାଉଟିକୁ ଉଡି ବୁଲୁଥିବାର ଦେଖିବାକୁ ମିଳିଛି । ଖାସ କରି ସ୍କୁଲ ପିଲାଙ୍କର ମଧ୍ୟାହ୍ନ ଭୋଜନ ଶେଷ ହେବା ପରେ ତଳେ ପଡିଥିବା ଖାଦ୍ଯକଣିକାକୁ ଧଳା କାଉଟି ଖୁଣ୍ଟି ଖାଉଥିବା ଦେଖା ଯାଇଛି । ତେବେ ଏଥିରେ ବିଶେଷ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ବିଜ୍ଞାନ ଅନୁସାରେ ଧଳା କାଉର ଗୁଣ ମଧ୍ୟ ଠିକ କଳା କାଉ ଭଳି । କେବଳ ଆନୁବଂଶିକ ଦୋଷ କାରଣରୁ କିଛି କାଉଙ୍କ ରଙ୍ଗ ଧଳା ହୋଇଥାଏ ।

ସେଥିପାଇଁ ଦୁନିଆରେ ଏମିତି ଅନେକ ପ୍ରଜାତିର କାଉ ଅଛନ୍ତି ଯେଉଁମାନଙ୍କ ଶରୀରରେ କେଉଁଠି ନା କେଉଁଠି ଧଳା ରଙ୍ଗର ଦାଗ ରହିଥାଏ । କାଉଙ୍କର କଳା ରଙ୍ଗ ହେବାର ପୌରାଣିକ କାହାଣୀ ମଧ୍ୟ ରହିଛି । ସେହି କାହାଣୀ ଅନୁସାରେ କାଉ ପ୍ରଥମେ ଧଳା ରଙ୍ଗର ଥିଲା । ସେତେବେଳେ ଜଣେ ଋଷି ଗୋଟିଏ କାଉକୁ ଅମୃତ ଖୋଜିବାକୁ ଏବଂ ଅମୃତ ବିଷୟରେ ଆସି ସୂଚନା ଦେବାକୁ କହିଥିଲେ । ଏହାସହ କାଉକୁ ଅମୃତ ପାନ କରିବାକୁ ବାରଣ କରି ପଠାଇଥିଲେ ।

କିଛି ବର୍ଷର ପରିଶ୍ରମ ପରେ କାଉଟି ଅମୃତ ପାଇ ଯାଇଥିଲା । ହେଲେ ଏତେ ପରିଶ୍ରମ କରି ଅମୃତ ପାଇଥିବାରୁ କାଉକୁ ଅମୃତ ପିଇବାକୁ ଇଚ୍ଛା ହେଲା । କାଉ ଅମୃତ ପାନ କରି ଋଷିଙ୍କୁ ଆସି ଜଣାଇବା ପରେ ତା’ କଥା ଶୁଣି ଋଷି ରାଗିଗଲେ । ବଚନ ଭାଙ୍ଗି କାଉ ନିଜ ଅପବିତ୍ର ଥଣ୍ଟରେ ପବିତ୍ର ଅମୃତକୁ ଅଇଁଠା କରିଦେବାରୁ ଋଷି ତାକୁ ଅଭିଶାପ ଦେଲେ । ସେ କାଉକୁ କହିଲେ କି, ଲୋକେ ତାକୁ ଘୃଣା କରିବେ ଓ ଅଶୁଭ ବୋଲି ଭାବି ଖରାପ ବ୍ୟବହାର କରିବେ ।

ଋଷି ଏପରି ଅଭିଶାପ ଦେଇ ନିଜ କମଣ୍ଡଳୁରେ ଥିବା କଳା ପାଣିରେ କାଉକୁ ବୁଡାଇ ଦେଲେ । ଯାହା ପରଠାରୁ କାଉ ଧଳାରୁ କଳା ହୋଇ ଯାଇଥିଲା । ପୌରାଣିକ କଥା ଯାହା ହେଉ ନା କାହିଁକି ହେଲେ ଆଜି ମଧ୍ୟ ଧଳା କାଉ ଦେଖିବାକୁ ମିଳନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।