ବୁଧବାରକୁ ପ୍ରଥମ Ind vs NZ ୱାନଡେ, କେଏଲ ରାହୁଲଙ୍କ ସହିତ ୨୦ ବର୍ଷର ଏହି ଓପନର କରିବେ ଡେବ୍ୟୁ!

ଟିମ ଇଣ୍ଡିଆ ଟି ୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୫ – ୦ର ବିଜୟ ହାସଲ କରି ତାଙ୍କର କ୍ଲୀନ ସ୍ୱୀପ କରିଦେଇଛି । କିନ୍ତୁ ଅନ୍ୟ ପଟେ ସିରିଜର ଶେଷ ମ୍ୟାଚରେ ଆଘାତ ଲାଗିବା କାରଣରୁ ଓପନର ରୋହିତ ଶର୍ମା ୱାନଡେ ଓ ଟେସ୍ଟ ସିରିଜରୁ ବାହାରି ଯାଇଛନ୍ତି । ରୋହିତ ବାହାରି ଯିବା ପରେ ବର୍ତ୍ତମାନ ଯୁବ ଓପନର ପୃଥ୍ୱୀ ଶଙ୍କୁ ୱାନଡେରେ ଡେବ୍ୟୁ କରିବା ପାଇଁ ଚାନ୍ସ ମିଳିପାରେ । ପୃଥ୍ୱୀ ଶଙ୍କୁ ଶିଖର ଧବନଙ୍କ ଆଘାତ କାରଣରୁ ବି ୱାନଡେ ଟିମରେ ସାମିଲ କରାଯାଇଛି ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ୱାନଡେ ସିରିଜର ପ୍ରଥମ ମ୍ୟାଚ ବୁଧବାରକୁ ଖେଳାଯିବ । ଓପନର ରୋହିତ ଶର୍ମା ଟି ୨୦ ସିରିଜର ଶେଷ ମ୍ୟାଚରେ ଆଘାତ ପାଇଥିଲେ ଓ ଏହି କାରଣରୁ ସେ ୱାନଡେରେ ଖେଳିବେ ନାହିଁ । ରୋହିତ ଶର୍ମା ସିରିଜରୁ ବାହାରି ଯିବା ପରେ ଯୁବ କ୍ରିକେଟର ପୃଥ୍ୱୀ ଶ, କେଏଲ ରାହୁଲଙ୍କ ସହିତ ଓପନିଂଗ କରି ପାରନ୍ତି ବୋଲି ଆଶା କରାଯାଉଛି । ପୃଥ୍ୱୀ ଇଣ୍ଡିଆ ଏ ତରଫରୁ ନ୍ୟୁଜିଲ୍ୟାଣ୍ଡର ଟୁରରେ ଅଛନ୍ତି ଓ ଧବନଙ୍କୁ ଆଘାତ ଲାଗିବା କାରଣରୁ ବି ତାଙ୍କୁ ୱାଣ୍ଡେ ଟିମରେ ସ୍ଥାନ ଦିଆ ଯାଇଛି ।

ଭାରତୀୟ ଟିମର ଯୁବ ଅତିଥି ଓପନର ପୃଥ୍ୱୀ ଶଙ୍କୁ ୱାନଡେ ରେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଡେବ୍ୟୁ କରିବା ପାଇଁ ଚାନ୍ସ ମିଳିପାରେ । ଶିଖର ଧବନ ଆଘାତ ହେବା ପରେ ୱାନଡେ ଟିମରେ ସ୍ଥାନ ପାଇଥିବା ପୃଥ୍ୱୀଙ୍କ ୱାନଡେ ମ୍ୟାଚ ଖେଳିବାର ସ୍ଵପ୍ନ ପୁରା ହେବାର ଦେଖା ଯାଉଛି । ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ସହିତ ପୃଥ୍ୱୀଙ୍କୁ ଟିମରେ ତୃତୀୟ ଓପନର ରୂପରେ ସାମିଲ କରା ଯାଇଥିଲା । ରୋହିତ ଆଘାତ ପାଇ ସିରିଜରୁ ବାହାର ଯିବା ପରେ ବର୍ତ୍ତମାନ ପୃଥ୍ୱୀ ଓପନିଙ୍ଗ ର ସବୁଠୁ ଭଲ ବିକଳ୍ପ ଅଟନ୍ତି । ୨୦୧୮ରେ ସେ ୱେସ୍ଟଇଣ୍ଡିଜ ବିରୁଦ୍ଧରେ ଟେସ୍ଟ ଡେବ୍ୟୁ କରି ଶତକ ମାରି ଇଣ୍ଟରନ୍ୟାସନାଲ କ୍ୟାରିୟରର ଆରମ୍ଭ କରିଥିଲେ ।

ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଏକ ମ୍ୟାଚରେ ପୃଥ୍ୱୀ ୧୦୦ ଟି ବଲ ରେ ୧୫୦ ରନର ଭଲ ପାରି ଖେଳିଥିଲେ । ଏହି ପାରି କାରଣରୁ ହିଁ ତାଙ୍କୁ ୱାନଡେ ଟିମରେ ଆଘାତ ପ୍ରାପ୍ତ ଧବନଙ୍କ ସ୍ଥାନରେ ଚାନ୍ସ ଦିଆ ଯାଇଛି । ଆପଣଙ୍କୁ କହିଦେଉଛୁ କି ଘରେଲୁ କ୍ରିକେଟରେ ୮ ମାସ ପ୍ରତିବନ୍ଧ ପରେ ଫେରି ସେ ସୈୟଦ ମୁସ୍ତାକ ଅଲୀ ଟ୍ରଫୀରେ ୩ଟି ଅର୍ଦ୍ଧଶତକ କରିଥିଲେ । ଏତିକି ନୁହେଁ ରଣଜୀ ଟ୍ରଫୀରେ ପୃଥ୍ୱୀ ବଡ଼ୌଦା ବିରୁଦ୍ଧରେ ୨ ଶତକ ମାରିଥିଲେ ।