ବୃହସ୍ପତି କରିବେ କୁମ୍ଭ ରାଶିରେ ପ୍ରବେଶ, ଏହି 6 ଟି ରାଶିଙ୍କୁ ମିଳିବ ବଡ ଖୁସି ଖବର, ବାକି 6 ଟି ରାଶି ରୁହନ୍ତୁ ସାବଧାନ !

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ସବୁ ସମୟରେ ପରିବର୍ତ୍ତନ ହୁଏ । ଯଦି କୌଣସି ଗ୍ରହ ନିଜର ରାଶି ପରିବର୍ତ୍ତନ କରିଥାଏ ଏହି କାରଣରୁ ସମସ୍ତ ରାଶିର ଲୋକଙ୍କ ଉପରେ କିଛି ନା କିଛି ପ୍ରଭାବ ପଡିଥାଏ । ଜ୍ୟୋତିଷ ଗଣନା ଅନୁସାରେ ଏପ୍ରିଲ ଛ ତାରିଖ ମଙ୍ଗଳବାର  ଦିନ ବୃହସ୍ପତି  ଗ୍ରହ ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ । ବୃହସ୍ପତି କୁମ୍ଭ ରାଶି ସନ୍ଧ୍ୟା ୬ଟା ବାଜି ୧ ମୀନିଟରେ ପ୍ରବେଶ କରିବେ ତେବେ ୧୫ ସେପ୍ଟେମ୍ବର ଯାଏ ଏହି ଅବସ୍ଥାରେ ରହିବେ ।

ଗୁରୁ ରାଶିର ପରିବର୍ତ୍ତନ କାରଣରୁ ସମସ୍ତ ରାଶି ଉପରେ ଶୁଭ ଅଶୁଭ ପ୍ରଭାବ ପଡିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଭଲ ପ୍ରଭାବ ପଡିବ ଓ କେଉଁ ରାଶି ଉପରେ ଖରାପ ପ୍ରଭାବ ପଡିପାରେ ।

ଆସନ୍ତୁ ଜାଣିବା ଗୁରୁଙ୍କ ପ୍ରଭାବ କେଉଁ ରାଶି ଉପରେ ଶୁଭ ରହିବ

ମେଷ ରାଶି

ମେଷ ରାଶିର ଲୋକଙ୍କ ଉପରେ ଗୁରୁ ଗ୍ରହର ପ୍ରଭାବ ଯୋଗୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ଆର୍ଥିକ ବ୍ୟୟ ବଢିବ । ପରିବାର ଲୋକଙ୍କ ସାଥିରେ ହସ ଖୁସିରେ ସମୟ ଅତିବାହିତ କରିବେ । ପାରିବାରିକ ଜୀବନରେ ସୁଖ ଆସିବ ।   ଆପଣଙ୍କ ଚେଷ୍ଟା ସଫଳ ରହିବ । ପ୍ରଭାବଶାଳୀ ଲୋକଙ୍କ ଦ୍ଵାରା ଆପଣଙ୍କ ଭବିଷ୍ୟତ ଆଗକୁ ବଢିବ । ଆପଣଙ୍କ ଭାଗ୍ୟ ସମ୍ପୁର୍ଣ୍ଣ ସାଥ ଦବ । ଆପଣ ଯେଉଁ କାମରେ ହାତ ଦେବେ ସେହି କାମରେ ଅବଶ୍ୟ ସଫଳତା ମିଳିବାର ଯୋଗ ଅଛି  ।

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ଉପରେ ଗୁରୁ ଗ୍ରହର ରାଶି ପରିବର୍ତ୍ତନ ଭଲ ରହିବ । ସାମାଜିକ କ୍ଷେତ୍ରରେ ମାନ ସମାନ ବଢିବ । ଜୀବନସାଥୀ ସହ ଚାଲିଥିବା ମନାନ୍ତର ଶେଷ ହେବ । ଧନ ଲାଭର ଯୋଗ ରହିଛି । ଆପଣ ପିତା ମାତାଙ୍କ ସହିତ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରିବେ । ପ୍ରେମ ଜୀବନରେ ସୁଖ ସମ୍ଭୋଗ ରହିଛି ।

ସିଂହ ରାଶି

ସିଂହ ରାଶିର ଲୋକଙ୍କ ଉପରେ ଗୁରୁ ଗ୍ରହର ଶୁଭ ପ୍ରଭାବ ରହିବ । ସମାଜରେ ମାନ ସମାନ ବଢିବ । ଆର୍ଥିକ ବ୍ୟୟରେ ଉନ୍ନତି ହୋଇପାରେ । ଏହି ସମୟରେ ବିବାହ ପ୍ରସ୍ତାବ ମିଳିପାରେ ଓ ସ୍ଥିର ମଧ୍ୟ ହୋଇପାରେ । ଜୀବନରେ ସୁଖ ମିଳିପାରେ । ବିଭାହିତ ଜୀବନ ସୁଖ ରହିବ । ଆପଣଙ୍କ ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ ।

ତୁଳା ରାଶି

ତୁଳା ରାଶିର ଲୋକଙ୍କ ପାଇଁ ଗୁରୁ ଗ୍ରହର ରାଶି ପରିବର୍ତ୍ତନ ସାଂସାରିକ ଜୀବନରେ ଭଲ ରହିବ । ବିଭାହିତ ଲୋକଙ୍କ ଜୀବନରେ ଯେଉଁ ସବୁ ସମସ୍ୟା ଚାଲିଛି ସେ ସବୁର ସମାଧାନ ହୋଇପାରିବ । ଘରେ ବନ୍ଧୁମାନଙ୍କ ଆଗମନ ଯୋଗୁ ଗହଳି ଲାଗି ରହିବ ଆର୍ଥିକ ବ୍ୟୟ ବଢିବା ସହିତ ଆପଣଙ୍କ ଭାଗ୍ୟ ଆପଣଙ୍କ ପୁରା ସାଥ ଦବ । ପ୍ରଭାବଶାଳୀ ଲୋକଙ୍କର ମାର୍ଗଦର୍ଶନ ହେବ । ଆପଣଙ୍କ ବ୍ୟକ୍ତିତ୍ବର ବିକାଶ ଘଟିବ । ଆବଶ୍ୟକ ଥିବା ଲୋକଙ୍କର ସହଯୋଗ କରିବେ ।

ମକର ରାଶି

ମକର ରାଶି ଲୋକଙ୍କ ପାଇଁ ଗୁରୁ ଗ୍ରହର ପ୍ରଭାବ ଖୁସି ଆଣିପାରେ । ନିଜ ଚେଷ୍ଠା ଦ୍ଵାରା ସଫଳତା ପାଇପାରିବେ । ନିଜ ଭଲ ସ୍ଵଭାବ ଯୋଗୁ ଲୋକଙ୍କର ହ୍ରୁଦୟକୁ ଜିତିପାରିବେ । ଭାଇ ଭଉଣୀଙ୍କ ସହ ମନାନ୍ତର ଶେଷ ହେବ । ପ୍ରଭାବଶାଳି ଲୋକଙ୍କର ମାର୍ଗ ଦର୍ଶନ ହେବ । ଆପଣ ଆପଣଙ୍କ ଭବିଷ୍ୟତରେ ଉନ୍ନତି ପାଏବେ । ଯେଉଁ ଲୋକ ଚାକିରି ଖୋଜୁଥିବେ ତାଙ୍କୁ ଚାକିରି ମିଳିପାରେ । ଭାଗ୍ୟ ଓ ସମୟ ଆପଣଙ୍କ ପକ୍ଷରେ ଅଛି ।

ମୀନ ରାଶି

ମୀନ ରାଶିର ଲୋକଙ୍କ ଉପରେ ଗୁରୁ ଗ୍ରହର ରାଶି ପରିବର୍ତ୍ତନ ଶୁଭ ହେବ । ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ । ଯାତ୍ରା କରିବା ସମୟରେ କୌଣସି ଲାଭ ମିଳିପାରେ  । ରୋଜଗାର ବଢିବ । ପାରିବାରିକ ବାତାବରଣ ଭଲ ରହିବା । ଆବଶ୍ୟକତା ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିବ । ସାମାଜିକ ସୁରକ୍ଷା ବଢିବ । ବେପାର ବାଣିଜ୍ୟ କରୁଥିବା ଲୋକଙ୍କର ଲାଭ ବଢିବ । ବେପାରରେ କରୁଥିବା ଯୋଜନା ସଫଳ ରହିବ ।

ଆସନ୍ତୁ ଜାଣିବା ବାକି ରାଶିମାନଙ୍କ କେମିତି ରହିବ ସମୟ

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ଗୁରୁ ଗ୍ରହର ପରିବର୍ତ୍ତନ ମିଲଜୁଳା ରହିବ । ପାରିବାରିକ ଜୀବନରେ ଭଲ ପରିବର୍ତ୍ତନ ଆସିବ । ଆର୍ଥିକ  ସ୍ଥିତି ଖରାପ ରହିବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ ନାହି । ଯଦି ଯାତ୍ରା କରିବା ଜରୁରୀ ତେବେ ଗାଡି ଚଳେଇବା ସମୟରେ ଧ୍ୟାନ ରଖିବେ । ଭାଗ୍ୟ ଅପେକ୍ଷା ନିଜ ଚେଷ୍ଠ । ଉପରେ ବିଶ୍ଵାସ କରନ୍ତୁ । ଅଜଣା ଲୋକ ଉପରେ ବିଶ୍ଵାସ କାଲେ ଢୋକ ମିଳିପାରେ ।

କର୍କଟ ରାଶି

କର୍କଟ ରାଶିର ଲୋକଙ୍କ ଉପରେ ଗୁରୁ ଗ୍ରହର ରାଶି ପରିବର୍ତ୍ତନ ମାଧ୍ୟମ ଧରଣର ରହିବ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହିବା  । ସନ୍ତାନ ଯୋଗୁ କୌଣସି କଷ୍ଟର ସାମ୍ନା କରିବାକୁ ପଡିବ । ଧନ ଦେବା ନେବା ସମୟରେ ସାବଧାନ ନ ହେଲେ ଧନ ହାନିର ସମ୍ଭାବନା ରହିଛି । ସାମାଜିକ କ୍ଷେତ୍ରରେ ମାନ ସମାନ ରହିବ । ସାଙ୍ଗସାଥିଙ୍କ ସହ କିଛି ନୂଆ କରିପାରିବେ । ପ୍ରେମ କରୁଥିବା ଲୋକଙ୍କର ସମୟ ଭଲ ରହିବ । । ପ୍ରେମ ସମ୍ବନ୍ଧ  ବୃଦ୍ଧି ହେବ ।

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ  ପାଇଁ ଗୁରୁ ଗ୍ରହର ରାଶି ପରିବର୍ତ୍ତନ ଚିନ୍ତାଜନକ ରହିବ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ପାଇଁ କଠିନ ଚେଷ୍ଠା କଲେ ମଧ୍ୟ ଉଚିତ ଫଳ ପାଇବେ । କାମରେ ବାଧା ସୃଷ୍ଟି ହେବ ତା ପାଇଁ ଆପଣ ଚିନ୍ତିତ  ରହିବେ । ବିଭାହୀତ ଜୀବନ ସାମାନ୍ୟ ରହିବା । ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଜାଣିବାକୁ ଚେଷ୍ଠା କରିବେ । ପ୍ରେମ ଜୀବନରେ ଉଚା ନିଚା ଲାଗି ରହିବ ।

ବିଚ୍ଛା ରାଶି

ବୃଷ ରାଶିର  ଲୋକଙ୍କ ପାଇଁ ଗୁରୁ ଗ୍ରହର ପ୍ରଭାବ ଠିକ ନୁହେଁ । ଅନ୍ୟଥାରେ ଧନ ଖର୍ଚ ହେବ । ସନ୍ତାନ ଯୋଗୁ ସମସ୍ୟା ହୋଏପାରେ । ଧର୍ମ କାରଯରେ ଆଗ୍ରହୀ ହେବେ । ହଟାତ କୌଣସି ଯାତ୍ରାର ଯୋଗ ଅଛି । ଯାତ୍ରା ସମୟରେ ଗାଡି ଚଳାଇବା ସମୟରେ ସତର୍କ ରହିବେ । ଜାଗା କିଣିବା ପାଇଁ ଚିନ୍ତା କରିବେ ।

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ଗୁରୁ ଗ୍ରହର ରାଶି ପରିବର୍ତ୍ତନ ଅଶୁଭ ଅଟେ । ସାନ ଭାଇ ଭଉଣୀଙ୍କ ସହ ଝଗଡା ହୋଇପାରେ । । ପରିବାରରେ କଳହ ହୋଇପାରେ । । ନିଜ ରାଗ ଓ କଥା ଉପରେ ନିୟନ୍ତ୍ରଣ ରଖିବେ । ମାଙ୍କ ଦେହ ଖରାପ ଯୋଗୁ ଆପଣ ଚିନ୍ତିନ୍ତ ରହିବେ । କୌଣସି କାରଣରୁ ଦୂର ସ୍ଥାନକୁ ଯିବାକୁ ପଡିପାରେ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକଙ୍କ ପାଇଁ ଗୁରୁ ଗ୍ରହର ରାଶିର ପରିବର୍ତ୍ତନ ଠିକ ନୁହେଁ  । ଖରଚକୁ ନିୟନ୍ତ୍ରଣ ରଖିବେ । ଧନ ହାନି ଘଟିପାରେ । କାହାଠାରୁ ଧାର କରିବେ ନହିଁ । ସମାଜରେ ମାନ ସମାନ ବଢିବ । ଦାମ୍ପତ୍ୟ ଜୀବନରେ ସୁଖ ଆସିବ । ଜୀବନସାଥି  ଆପଣଙ୍କୁ ବୁଝିବେ । ଦୂର ଜଗାରୁ ଖୁସି ଖବର ମିଳିବ ଯାହା ପାଇଁ ଆପଣଙ୍କ ମନ ଖୁସି ହେବ । ବିଦେଶରେ କାମ କରୁଥିବା ଲୋକଙ୍କୁ ଭଲ ଫଳ ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।