ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।
୧- ତାହା କେଉଁ ଜିନିଷ କାହାକୁ କରିବା ପରେ ଲୋକମାନେ ଗୀତ ଗାଇବାକୁ ଆରମ୍ଭ କରନ୍ତି ?
ଉ: ଜନ୍ମଦିନ କେକ୍ ।
୨- ଫୁଲ ପରି ସେ ଅନେକ ଫୁଲ, ରାତିରେ ଝଲକେ ଦିନରେ ନାହିଁ ?
ଉ: ତାରା ।
୩- ଆବୁ ଆବୁକା ମୋଟା ଚମଡା, ପାଣିରେ ମୋର ଘର, ଭୁଇଁରେ ଶୁଏ ଗୋଡେଇ ଖାଏ, ସଭିଙ୍କ ମନରେ ଡର ?
ଉ: କୁମ୍ଭୀର ।
୪- ତାହା କେଉଁ ଜିନିଷ କାହାକୁ ଝିଅମାନେ କେବଳ ବର୍ଷକୁ ଥରେ କିଣିଥାନ୍ତି ?
ଉ: ରାକ୍ଷୀ ।
୫- ନୂଆ ନୂଆ ଭାରି ଆଦର, ନୂଆରୁ ପୁରୁଣା ହେଲେ ତୁଠ ପଥର ?
ଉ: ନୂଆ କରି ଆସିଥିବା ଲୋକ ପ୍ରଥମେ ଅଧିକ ଆଦର ପାଇଥାଏ ।
୬- ଘରେ ନ ପଶୁଣୁ ବାଜିଲା ଚାଳ, ଆଉ କି ରହିବ ମୁଣ୍ଡରେ ବାଳ ?
ଉ: କାର୍ଯ୍ୟ ଆରମ୍ଭରୁ ବିଘ୍ନ ଦେଖା ଦେବା ।
୭- ଆଶା କରିଥିଲି ତତେ, କାଉକୁ ଯେମିତି କୋଇଲି ଭଣ୍ଡାଏ ସେହିପରି କଲୁ ମତେ ?
ଉ: ସ୍ଵାର୍ଥ ପାଇଁ ଠକି ଦେଇ ଯିବା ।
୮- କଣ ଦାନ ବଢିଥାଏ ଆଉ ସାଇତି ରଖିଲେ କ୍ଷୟ ହୋଇଥାଏ ?
ଉ: ବିଦ୍ୟା ବା ଜ୍ଞାନ ।
୯- ଏମିତି କେଉଁ ଜିନିଷ ଯାହାକୁ ଝିଅମାନେ ଦେଖେଇକି ବୁଲନ୍ତି ଆଉ ପୁଅମାନେ ଲୁଚେଇକି ବୁଲନ୍ତି ?
ଉ: ପର୍ସ ବା Wallet ।
୧୦- ପାଣିରୁ ଜନମ ପାଣି ଛୁଏଁନି, ଛୁଇଁ ଦେଲେ ତାକୁ ମୁଁ ରୁହେନି ?
ଉ: ଲୁଣ ।
୧୧- ହାତ ଅଛି ଗୋଡ ନାହିଁ, ହେଲେ ତା’ର ମଠା ମଣିଷକୁ ଗିଳି ଦେଉଛି ଏ କି ବିଚିତ୍ର କଥା ?
ଉ: ଟି-ସାର୍ଟ ।
୧୨- ଏମିତି ଏକ ସ୍ଥାନ କୁହନ୍ତୁ ଯେଉଁଠି ଧନୀ ହେଉକି ଗରିବ ଗିନା ଧରି ଛିଡା ହୁଅନ୍ତି ?
ଉ: ଗୁପଚୁପ୍ ଷ୍ଟାଣ୍ଡ ।
୧୩- କେତେବେଳେ ପିଏ କଳା, କେତେବେଳେ ପିଏ ନାଲି, ପେଟ ଶୁଖିଗଲେ ତା’ର ଆଉ ନ ପାରଇ ଚାଲି ?
ଉ: କଲମ ।
୧୪- ଗରମ ପାଇଲେ ଆକାଶେ ଉଡେ, ଶେତଳ ପାଇଲେ ତଳକୁ ଖସେ ?
ଉ: ବାଷ୍ପ ।
୧୫- ଟୋକିର ମୁଣ୍ଡ ଲାଣ୍ଡିଆ, ବନ ନଥାଇ ମୁଣ୍ଡିଆ ?
ଉ: ପାହାଡ ।
୧୬- ଗଛ ଲଗେଇଲି ଫଳିବା ପାଇଁ ଫଳ ପାଚିଲା ହେଲେ ଝଡିଲା ନାହିଁ ?
ଉ: ଭେଣ୍ଡି ।
୧୭- କାଦୁଅରେ ଗଡା ପଡା ଆଠ ଗୋଟି ଗୋଡ ତା’ର ଦୁଇ ଗୋଡ ପାଙ୍କୁଡା ?
ଉ: କଙ୍କଡା ।
୧୮- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?
ଉ: ଅନ୍ଧ ଲୋକର ବାଡି ।
୧୯- କେଉଁ ଫଳର ମଞ୍ଜି ନାହିଁ କି ଚୋପା ନାହିଁ ?
ଉ: ତୁତକୋଳି (Mulberry) ।
୨୦- ସ୍ଵାମୀ ସ୍ତ୍ରୀକୁ ଦିଏ କିନ୍ତୁ ସ୍ତ୍ରୀ ସ୍ଵାମୀକୁ ଦିଏ ନାହିଁ, ତାହା କଣ ?
ଉ: କୁଳନାମ/ ସାଙ୍ଗିଆ (Surname) ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।