ଦେଖନ୍ତୁ ଭିଡିଓ : ବ୍ରିଜ ଉପରେ କପଲ କରୁଥିଲେ କିସ୍, ଯାହା ହେଇଗଲା ତାଙ୍କ ଶେଷ କିସ୍

ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାଉଥ ଆମେରିକାର ରାଜଧାନୀ ପେରୁ ରୁ ସାମ୍ନାକୁ ଆସୁଛି । ଯେଉଁଠି ଗୋଟିଏ ପ୍ରେମୀ ଯୋଡି ଲିପ –ଲକ କରୁଥିବା ସମୟରେ ପାଖାପାଖି ୫୦ ଫୁଟ ଉଚ୍ଚତାର ପୋଲରୁ ତଳେ ପଡିଗଲେ ଓ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୁର୍ତ୍ୟୁ ହୋଇଗଲା । ବର୍ତ୍ତମାନ ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି । ସୂଚନା ଅନୁସାରେ ଏହି ଦମ୍ପତିଙ୍କର ନାମ ମେବେଥ ଏସପିନୋଜ଼ ଓ ହେକ୍ଟର ବିଦଲ ଅଟେ ।

ମିଳିଥିବା ସୂଚନା ଅନୁସାରେ ଏହି ଦମ୍ପତି ରାଜଧାନୀ ପେରୁ ର କସ୍କୋ ସହର ସ୍ଥିତ ଏକ ନାଇଟକ୍ଲବରୁ ଫେରୁଥିଲେ କି ସେହି ସମୟରେ ଏହି ଦୁର୍ଘଟଣାଟି ହେଲା । କ୍ଲବରୁ ଫେରିବା ସମୟରେ ଏହି ଯୋଡି ଅଳ୍ପ ଦୂରରେ ଥିବା ଏକ ପୋଲ ଉପରେ ଯାଇ ଅଟକିଲେ । ଏହା ପରେ ଏମାନେ ପୋଲର କାନ୍ଥ ଆଡକୁ ଛିଡା ହୋଇଗଲେ ଓ ପରସ୍ପରକୁ କିସ କରିବାକୁ ଲାଗିଲେ ।

ବାଲାନ୍ସ ବିଗିଡିବାରୁ ହେଲା ଦୁର୍ଘଟଣା

୩୪ ବର୍ଷର ମେବେଥ ଏସପିନୋଜ଼ ପୋଲରେ ମେଟାଲ ଦ୍ଵାରା ପ୍ରସ୍ତୁତ ରେଲିଙ୍ଗ ଉପରେ ବସିଗଲେ ଓ ତାଙ୍କ ସହିତ ହେକ୍ଟର ବିଦଲ ବି ଥିଲେ । ରେଲିଙ୍ଗ ଉପରେ ବସିଥିବା ସମୟରେ ମେବେଥକୁ ହେକ୍ଟର ଧରିଥିଲେ । କିନ୍ତୁ ସେହି ସମୟରେ ହିଁ ତାଙ୍କର ବାଲାନ୍ସ ବିଗିଡିଗଲା । ମେବେଥ ଓ ହେକ୍ଟର ପୋଲର ୫୦ ଫୁଟ ତଳକୁ ସିଧା ରାସ୍ତା ଉପରେ ପଡିଲେ । ସିସିଟିଭି ଫୁଟେଜରେ ଜଣା ପଡିଲା କି ଏହି ଦମ୍ପତି ପରସ୍ପରକୁ କିସ କରୁଥିବା ସମୟରେ ପୋଲ ତଳକୁ ଖସି ପଡିଲେ ।

ଏହି ଦୁର୍ଘଟଣାରେ ଯୁବତୀର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଗଲା ଯେତେବେଳେ କି ଯୁବକର ମୁଣ୍ଡରେ ଆଘାତ ଲାଗିଥିଲା । କିନ୍ତୁ ପରେ ହସ୍ପିଟାଲରେ ହେକ୍ଟର ର ମଧ୍ୟ ମୃତ୍ୟୁ ହୋଇଗଲା ।

ପର୍ବତାରୋହୀ ଥିଲେ ଦୁଇ ଜଣ

ରିପୋର୍ଟ ଅନୁସାରେ ଏହି ଦମ୍ପତି ପର୍ବତାରୋହୀ ଥିଲେ ଓ Cusco କ୍ଷେତ୍ରରେ ଦୁଇ ଜଣ ଗାଇଡ ରୂପରେ କାମ କରୁଥିଲେ । କହିଦେଉଛୁ କି Cusco ସାଉଥ ଆମେରିକାର ଏକ ପୁରୁଣା ପର୍ଯଟନ ସ୍ଥଳ ମଧ୍ୟରୁ ଗୋଟିଏ ଅଟେ । ଏଠି ସବୁ ବର୍ଷ ହଜାର ହଜାର ସଂଖ୍ୟାରେ ଲୋକମାନଙ୍କର ଭିଡ ଲାଗିଥାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।