ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ, ଆହୁରି ୪ ଦିନ ଏହି 10ଟି ଜିଲ୍ଲାରେ ବର୍ଷା, ଦେଖନ୍ତୁ ଆପଣଙ୍କ ଜିଲା ନାହିଁତ

ଓଡିଶାର ପାଣିପାଗ ବିଭାଗ ଅନୁସାରେ ଓଡିଶାରେ ପୁଣି ଥରେ ଲଘୁଚାପ ସୃଷ୍ଟି ହେଲା ଓ ଏହି କାରଣରୁ ଆଜି ଠାରୁ ଲଗାତର ୪ ଦିନ ପର୍ଯ୍ୟନ୍ତ ବର୍ଷା ହେବ । କହିବାକୁ ଗଲେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି ଓ ଏହି ଲଘୁଚାପର ପ୍ରଭାବ ଭୟଙ୍କର ଅଟେ । ଏହି ଲଘୁଚାପ କାରଣରୁ ଓଡିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଲଗାତାର ବର୍ଷା ହେବ ।

ଓଡିଶାର ପାଣିପାଗ ଭିଭାଗ କାର୍ଯ୍ୟଲୟ ଆସନ୍ତା ୨୪ ଘଣ୍ଟା ପାଇଁ ଦୁଇଟି ଜିଲ୍ଲାକୁ ଅରେଞ୍ଜ ୱାରିଙ୍ଗ ବି ଜାରି କରି ସାରିଛି । ଏହି ଦୁଇଟି ଜିଲ୍ଲା ହେଉଛି ମାଲାକାନଗିରୀ ଓ କୋରାପୁଟ । ଯେଉଁଠି ପ୍ରବଳରୁ ଅତି ପ୍ରବଳର ବର୍ଷା ହେବାର ସମ୍ଭାବନା ଅଛି ।

ଏହା ସହିତ ପାଣିପାଗ ବିଭାଗ କାଲୀ ୮.୩୦ ପର୍ଯ୍ୟନ୍ତ ୧୦ଟି ଜିଲ୍ଲା ପାଇଁ ଇୟେଲୋ ୱାରିଙ୍ଗ ଜାରି କରିଛି । ସେହି ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ପୁରୀ, ଗଜପତି, ଜଗତସିଂହପୁର, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର ଓ ଦେବଗଡ ଅଟେ । ଏହା ସହିତ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମାଛ ଧରାଳିମାନଙ୍କୁ ବି ସମୁଦ୍ର ଭିତରକୁ ଯିବା ପାଇଁ ମନା କରା ଯାଇଛି ।

ଏହା ଛଡା ଆଜି ଓଡିଶାର କେତୋଟି ଜିଲ୍ଲାରେ ବର୍ଷା ମଧ୍ୟ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମଧ୍ୟାହ୍ନରୁ ବର୍ଷା ଲାଗି ରହିଛି । ଗତ କାଲୀ ରାତିରେ ବି କେନ୍ଦ୍ରାପଡାର କେତେକ ସ୍ଥାନରେ ବର୍ଷା ହୋଇଥିଲା । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆଜି ଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଲଗାତାର ବର୍ଷା ହେବ । ବିଭିନ୍ନ ଜିଲ୍ଲାର ନଦୀର ଜଳ ସ୍ତର ବୁଦ୍ଧି ପାଇବା କାରଣରୁ ବନ୍ୟାର ପରିସ୍ଥିତି ବି ସୃଷ୍ଟି ହୋଇପାରେ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।