୧୬ ବର୍ଷର ପିଲାର PUBG ନିଶାରେ ନଖାଇ ନପିଇ ମୃତ୍ୟୁ, ଅନେକ ଘଣ୍ଟା ଧରି ଖେଳୁଥିଲା, ଅଚାନକ…

PUBG ଦୁନିଆର ସବୁଠୁ ଲୋକପ୍ରିୟ ମୋବାଇଲ କିମ୍ବା କମ୍ପ୍ୟୁଟରରେ ଖେଳା ଯାଉ ଥିବା ଏକ ଗେମ ଅଟେ । ଏହା ନିଶାଯୁକ୍ତ ଖେଳ ଅଟେ ଅର୍ଥାତ ଯଦି କୌଣସି ବ୍ୟକ୍ତିକୁ ଏହି ମୋବାଇଲ ଗେମର ନିଶା ଲାଗିଯାଏ ତେବେ ସେ ସବୁବେଳେ କେବଳ ଏହି ଗେମକୁ ଖେଳିଥାଏ ଓ ଏହା ସହିତ ସବୁବେଳେ ଏହି ଗେମ ବିଷୟରେ ଚିନ୍ତା କରିଥାଏ । କିନ୍ତୁ ଏହି ଗେମ ନିଶା ଅଧିକ ସମୟ ପର୍ଯ୍ୟନ୍ତ ରହିଲେ ଏହା ଆପଣଙ୍କ ଜୀବନ ପ୍ରତି ବି ଭୟ ରହିଥାଏ ।

କହିବାକୁ ଗଲେ ବର୍ତ୍ତମାନ ହିଁ ଏମିତି ଏକ ମାମଲା ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି । ଯେଉଁଠି ଗୋଟିଏ ପୁଅକୁ ଏହି ଖେଳରେ ନିଶା ଏତେ ଲାଗିଗଲା କି ସେ କେତେ ଦିନ ପର୍ଯ୍ୟନ୍ତ ନିଜର ଖାଇବା ମଧ୍ୟ ଛାଡି ଦେଲା ।

ମିଳିଥିବା ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର ଏକ ୧୬ ବର୍ଷର ପୁଅ ବହୁତ ଦିନ ପର୍ଯ୍ୟନ୍ତ ଲଗାତାର PUBG ଖେଳିବା ପରେ ତାହାର ମୃତ୍ୟୁ ହୋଇ ଯାଇଛି । ସେ ଖେଳିବାରେ ଏତେ ବ୍ୟସ୍ତ ହୋଇଗଲା କି ସେ ବହୁ ଦିନ ପର୍ଯ୍ୟନ୍ତ ନିଜର ଖାଦ୍ୟ ବି ଛାଡି ଦେଲା । ଏହା ପରେ ବହୁ ଦିନ ପର୍ଯ୍ୟନ୍ତ ଖାଇବା ଛାଡି ଦେବା କାରଣରୁ ସେ ଅସୁସ୍ଥ ମଧ୍ୟ ହୋଇଗଲା । ଏହା ଛଡା ଆପଣଙ୍କୁ କହିଦେଉଛୁ କି ସେ ନିଜର ଭୋଜନ ସହ ପାଣି ପିଇବା ବି ଛାଡି ଦେଇ ଥିଲା ।

ଯେମିତି ହିଁ ତାହାର ପରିବାରକୁ ଏହା ବିଷୟରେ ଜଣା ପଡିଲା, ତେବେ ସେମାନେ ତାକୁ ଏକ ପ୍ରାଇବେଟ ହସ୍ପିଟାଲକୁ ନେଇ ଗଲେ । କିନ୍ତୁ ଅତ୍ୟଧିକ ଜର କାରଣରୁ ତାକୁ ଏକ ସର୍ଜରୀ ମଧ୍ୟ ଦେଇ ବି ଯିବାକୁ ପଡିଲା । କିନ୍ତୁ ତାକୁ ତାହାର ଭାଗ୍ୟର ସାଥ ମିଳିଲା ନାହିଁ ଓ ଶେଷରେ ସୋମବାର ଦିନ ଚିକିତ୍ସା ଚାଲୁଥିବା ସମୟରେ ସେହି ପୁଅର ନିଧନ ହୋଇଗଲା ।

ଆପଣଙ୍କୁ କହିଦେଉଛୁ କି ଏହିଭଳି PUBGର ନିଶା ଲାଗିଯିବା ଖବର ନୂଆ ନୁହେଁ । ଏହା ପୂର୍ବରୁ ବି ଏହିଭଳି ମାମଲା ସାମ୍ନାକୁ ଆସିସାରିଛି । ଜାନୁୟାରୀ ମାସରେ ଗୋଟିଏ ୨୫ ବର୍ଷୀୟ ଯୁବକ ବହୁତ ସମୟ ପର୍ଯ୍ୟନ୍ତ ଏହି ଗେମକୁ ଖେଳୁଥିଲା ଯେଉଁ କାରଣରୁ ତାହାର ବ୍ରେନ ଷ୍ଟ୍ରୋକ ହୋଇଗଲା ଓ ଶେଷରେ ତାହାର ମୃତ୍ୟୁ ବି ହୋଇଗଲା । ପୁଣେରେ ହର୍ଷଲ ମେମନ ଏହି ଗେମକୁ ଏତେ ଖେଳିଲେ କି ଶେଷରେ ସେ ନିଜର ଡାହାଣ ହାତ ଓ ଗୋଡକୁ କ୍ରିୟାଶୀଳ କରି ପାରିଲେ ନାହିଁ ।

ଏହା ପରେ ହସ୍ପିଟାଲକୁ ଯିବା ପରେ ତାଙ୍କୁ ଜଣା ପଡିଲା କି ସେ ଇଂଟ୍ରାକେରେବ୍ରଲ ରକ୍ତସ୍ରାବ ରୋଗରେ ପୀଡିତ ଅଛନ୍ତି ଓ କିଛି ସମୟ ପରେ ତାଙ୍କର ନିଧନ ବି ହୋଇଗଲା । PUBG ଏକ ଲୋକପ୍ରିୟ ଖେଳ ଅଟେ ଓ ଏହା ଅତ୍ୟଧିକ ନିଶାଯୁକ୍ତ ଖେଳ ଅଟେ । କିନ୍ତୁ ଖେଳାଳିମାନଙ୍କୁ ନିଜ ଉପରେ ନିୟନ୍ତ୍ରଣ କରିବାକୁ ପଡିବ । ଅନ୍ୟଥା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଭୟଙ୍କର ହୋଇପାରେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।