Varsha ଙ୍କ ଠାରୁ ଅଲଗା ହେବା ପାଇଁ Anubhab ରଚୁଥିଲେ ଷଡଯନ୍ତ୍ର, ସାମ୍ନାକୁ ଆସିଲା ଏହି ବଡ ପ୍ରମାଣ, ବର୍ଷା କହିଲେ ତୁମେ ମୋ ଠାରୁ ଅଲଗା ହେଲେ…

ବର୍ତ୍ତମାନ ବର୍ଷା ଅନୁଭବଙ୍କ ବିବାଦ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଅନହ୍ୟା ଜଣଙ୍କ ବିରୁଦ୍ଧରେ କହିବାକୁ ପଛେଇ ଯାଉ ନାହାଁନ୍ତି । ସୋସିଆଲ ମିଡିଆରେ ଉଭୟ ଉଭୟଙ୍କ ଉପରେ ଆରୋପ ଲଗାଉଛନ୍ତି । କିନ୍ତୁ ଏହା ମାଧ୍ୟରେ ସାମ୍ନା କୁ ଆସିଛି ବର୍ଷାଙ୍କର ଏକ ଚିଠି ଯେଉଁଥିରେ ଅନୁଭବ କିପରି ଛାଡପତ୍ର ପାଇଁ ଷଡଯନ୍ତ୍ର ରଚୁଛନ୍ତି ତାହା ବିଷୟରେ ବର୍ଷା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

ଏଥିରେ ବର୍ଷା ଉଲ୍ଲେଖ କରିଛନ୍ତି ଯେ ଯଦି ତୁମେ ମୋ ଠାରୁ ଅଲଗା ହେବା ପାଇଁ ଚାହୁଁଚ ତେବେ ମୋ ସହିତ ଆସି କଥା ହୁଅ । ବର୍ଷାଙ୍କ ଚିଠିରୁ ଯାହା ଅନୁମାନ କରାଯାଉଛି ଏହି ବିବାଦ ଆଜିର ନୁହେଁ ଏହା ଅନେକ ଦିନରୁ ଚାଲି ଆସୁଛି । ବର୍ଷା ଏହି ଚିଠିରେ ଉଲ୍ଲେଖ କରିଛନ୍ତି କି ତୁମେ ମୋ ଠାରୁ ଯେତେ ଯେତେ ଦୂରେଇଯିବ ସମସ୍ଯା ସେତେ ସେତେ ବୃଦ୍ଧି ପାଇବ ।

ମୁଁ ଜାଣେ ବହୁତ ଦିନ ହେବ ତୁମେ ମୋ ଠାରୁ ଅଲଗା ହେବା ପାଇଁ ପ୍ଳାନ କରୁଥିଲ । ମତେ ଏ ବିଷୟରେ ପୂର୍ବରୁ ସନ୍ଦେହ ଥିଲା । କିନ୍ତୁ ମତେ କିଛି ନ କହି କେବଳ ଗୋଟିଏ ମେସେଜ ପଠେଇ ଦେଇ ତୁମେ ଏକୁଟିଆ ଏତେ ବଡ ନିସ୍ପତି ନେଇ ପାରିବ ନାହିଁ ।

ଅନୁଭବ, ମୋ ଜୀବନ ଖେଳଘର ନୁହଁ। ମୁଁ ତମ ରିମୋଟ୍ କଂଟ୍ରୋଲର ନୁହେଁ, ଓ ମୋ ଜୀବନ ଉପରେ ଏକୁଟିଆ ନିସ୍ପତି ନେବା ପାଇଁ ତୁମର ଅଧିକାର ନାହିଁ । ଯେତେବେଳେ ଇଚ୍ଛା ହେବ ବାହା ହେବା ପାଇଁ ବାହା ହେଇଯିବ, ଯେତେବେଳେ ମନ କରିବ ଅଲଗା ହେବା ପାଇଁ ଅଲଗା ହେଇଯିବ ।

ଅନ୍ୟ ପକ୍ଷରେ ଅନୁଭବ ମଧ୍ୟ ଏହାର ଉତ୍ତର ଦେଇଛନ୍ତି ଓ କହିଛନ୍ତି କି ଗୋଟିଏ ସ୍ତ୍ରୀ ଯିଏ ନିଜ ସ୍ଵାମୀ ସହିତ ସାରା ଜୀବନ ରହିବାକୁ ଚାହୁଁଛି ସେ କେମିତି ୧୫ କୋଟି କ୍ଷତିପୂରଣ ଓ ମାସିକ ୭୦ ହଜାର ଟଙ୍କା ଦାବି କରିପାରେ । ଖବର ଆନୁସାରେ ବର୍ଷା ଅନୁଭବଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ କରିଥିଲେ ଓ ଏଥି ସହିତ ୧୫ କୋଟି ଟଙ୍କା କ୍ଷତିପୂରଣ ସହିତ ୭୦ ହଜାର ଟଙ୍କା ମାସିକ ଖର୍ଚ୍ଚ ଦାବି କରିଥିଲେ ।

ଏହା ପରେ ଅନୁଭବ ମଧ୍ୟ ଚୁପ ବସି ନଥିଲେ ସେ ବର୍ଷାଙ୍କ ଠାରୁ ଛାଡପତ୍ର ଦାବି କରିଥିଲେ ଓ କହିଥିଲେ କି ବର୍ଷା କେବେ ବି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ରାଜି ନଥିଲେ । ତାଙ୍କୁ କେବେ ବି ସାଂସାରିକ ସୁଖ ମିଳି ନାହିଁ । ତେବେ ଏହି ବିବାଦ କେଉଁ ମୋଡ ନେଉଛି ତାହା ସମୟ ହିଁ କହିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।