ଆଜିର ରାଶିଫଳ, 14 ସେପ୍ଟେମ୍ବର 2020, ସୋମବାର, ମହାଦେବଙ୍କ ଆଶୀର୍ବାଦରୁ ଏହି ୪ଟି ରାଶିର ହେବେ ଧନଲାଭ, ରାଗ ଉପରେ କାବୁ ରଖିବା ଜରୁରୀ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୪ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କର ଘରୋଇ ଜୀବନରେ ଅଶାନ୍ତି ଦେଖିବାକୁ ମିଳିବ । ଆପଣଙ୍କ ଜୀବନରେ ଖୁସି ଆସିପାରେ । ପୁରୁଣା ବିଶେଷ ଦିନ ଶେଷ ହେବ । ଘରର ବୟସ୍କ ଲୋକଙ୍କ ଠାରୁ ଆପଣଙ୍କୁ ବଡ ଆଶୀର୍ବାଦ ମିଳିପାରେ । ବେପାରିକ କାରୋବାରରେ ଶୀଘ୍ର ନିଷ୍ପତ୍ତି ନେବେ । ଆଜି ଆପଣଙ୍କର ସମ୍ପତ୍ତି ବାଡି ସମସ୍ୟାର ସମାଧାନ ହୋଇ ପାରେ । ଆର୍ଥିକ ମାମଲାରେ ଅଧିକ ସାବଧାନ ରହିବାକୁ ହେବ । ଅଧିକ ଅତିଥି ଆସିବା କାରଣରୁ ଆପଣଙ୍କ ମନ ଖରାପ ହୋଇ ପାରେ ।

ବୃଷ

ଆଜି ଆପଣଙ୍କୁ ଆର୍ଥିକ କାରୋବାରରେ ସାବଧାନ ରହିବା ଆବଶ୍ୟକ ଅଟେ ନହେଲେ ଅଯୋଥା କୌଣସି କ୍ଷତି ହୋଇ ପାରେ । ଖର୍ଚ ମଧ୍ୟ ବଢିବ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ ଆଘାତ ଲାଗିପାରେ । ଧାନ ପ୍ରାପ୍ତିର ମଧ୍ୟ ଯୋଗ ଅଛି । ଆପଣ ନିଜ ଜୀବନରେ ଆଗକୁ ବଢିବେ । ଆପଣଙ୍କୁ ଆପଣଙ୍କ ସାଥିଙ୍କ ଧ୍ୟାନ ରଖିବାକୁ ପଡିବ । କାମରେ ଆପଣଙ୍କର ମନ ଲାଗିବ । କାମ ପାଇଁ ଆଜିର ଦିନ ବହୁତ ଶୁଭ ଦିନ ହେବ । ଗୋପନୀୟ କଥା କାହା ସହିତ ଶେୟାର କରନ୍ତୁ ନାହିଁ । ଶାନ୍ତ ରୁହନ୍ତୁ ଏବଂ ସମସ୍ତଙ୍କ ସହିତ ସଚ୍ଚୋଟତା ବ୍ୟବହାର କରନ୍ତୁ ।

ମିଥୁନ

ଆଜି ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହିବ । ପାରିବାରିକ ଚିନ୍ତା ଦୂର ହେବ । ଶୁଭ ଖବର ମଧ୍ୟ ମିଳିବ । ସବୁ ପ୍ରକାରର ବିବାଦରୁ ଆପଣ ଦୂରେଇ ରୁହନ୍ତୁ । ଆପଣଙ୍କର ଅତିରିକ୍ତ କାମ କରିବାର କ୍ଷମତା ସେହି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରିବ ଯେଉଁ ମାନଙ୍କର ପ୍ରଦର୍ଶନ ଆପଣଙ୍କ ଠାରୁ କମ ଅଟେ । ଯାତ୍ରା ପାଇଁ ଦିନ ବେଶୀ ଭଲ ନାହିଁ । ଆପଣଙ୍କୁ ଆପଣଙ୍କ ଜୀବନସାଥିଙ୍କ ସହିତ ଖୁସିର ସମୟ ଅତିବାହିତ କରିବା ପାଇଁ ସୁଯୋଗ ମିଳିବ ।

କର୍କଟ

ଆଜି ଆପଣଙ୍କର ବ୍ୟବସାୟୀକ ସ୍ଥାନରେ କାର୍ଯ୍ୟ ଭାର ବଢିବ । ବେପାରରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ଠିକ ସମୟରେ କାମ ପୁରା କରିବେ ଏବଂ ବୟସ୍କଙ୍କ ଦ୍ଵାରା ଆପଣଙ୍କ ଉପରେ ଅଧିକ ଦାୟିତ୍ଵ ଦିଆଯାଇ ପାରେ, କିନ୍ତୁ ଚିନ୍ତା କରନ୍ତୁ ନାହିଁ କାରଣ ଆପଣଙ୍କର ଏହି ପ୍ରତିଭାକୁ ଅନ୍ୟକୁ ଦେଖାଇବା ପାଇଁ ଏକ ସୁଯୋଗ ଅଟେ । ସମ୍ପର୍କରେ ଅହଂକାର ଭାବ ରଖନ୍ତୁ ନାହିଁ ।

ସିଂହ

ଆଜି ବନ୍ଧୁଙ୍କ ଠାରୁ ଖୁସି ଏବଂ ଲାଭ ହେବାର ସମ୍ଭାବନା ଅଛି । ଧୀରେ ଆରମ୍ଭ ପରେ ମଧ୍ୟ କାରୋବାରରେ ଭଲ ଲାଭ ମିଳିବ । ଆଜିର ଦିନ ଆପଣଙ୍କ ରୋମାଣ୍ଟିକ ଜୀବନର ସବୁଠାରୁ କଠିନ ଦିନ ହେବ ଯାହା ଆପଣଙ୍କ ହୃଦୟକୁ ସମ୍ପୂର୍ଣ ଭାବେ ଭାଙ୍ଗି ଦେବ । ଆପଣଙ୍କର ପ୍ରମୋଶନ ହେବାର ଅଧିକ ସମ୍ଭାବନା ଅଛି କିନ୍ତୁ ଏଥିପାଇଁ କିଛି ସମୟ ଲାଗିବ । ଆପଣ ଯାତ୍ରା ମଧ୍ୟ କରି ପାରନ୍ତି । ସନ୍ଧ୍ୟାରେ କୌଣସି ସମ୍ପର୍କୀୟଙ୍କ ସହିତ ଭେଟ ହୋଇ ପାରେ । ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ବହୁତ ବ୍ୟସ୍ତତା ପୂର୍ଣ ରହିବ ।

କନ୍ୟା

ଆପଣଙ୍କୁ ଅଧିକ ଚେଷ୍ଟା ଦ୍ଵାରା ଆଜି ସଫଳତା ମିଳିବ ଏବଂ ଆପଣଙ୍କ ଆୟରେ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଛି । ସ୍ୱାସ୍ଥ୍ୟ ମାଧ୍ୟମ ଧରଣର ରହିବ । ଆପଣଙ୍କୁ ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ ସଠିକ ଭାବରେ କଥା ହେବାର ଆବଶ୍ୟକତା ଅଛି କାରଣ ଟିକେ ଭୁଲ ଝଗଡାର କାରଣ ହୋଇ ପାରେ । ସମ୍ପତ୍ତି ମାମଲାରେ ବହୁତ ଶୀଘ୍ର କିଛି ନିଷ୍ପତ୍ତି ନେବାକୁ ହେବ । ଗୁରୁତ୍ଵପୂର୍ଣ ନିଷ୍ପତ୍ତି ବିଷୟରେ ବଡ ମାନଙ୍କର ପରାମର୍ଶ ନେବା ଲାଭକାରୀ ହେବ । ପ୍ରେମ ଏବଂ ରୋମାନ୍ସ ଆପଣଙ୍କୁ ଖୁସି ରଖିବ ।

ତୁଳା

ଆଜି ଆପଣଙ୍କୁ ଆପଣଙ୍କ ଲକ୍ଷ ପାଇବା ପାଇଁ ଏକ ବହୁତ ଭଲ ସୁଯୋଗ ମିଳିବ । ଆଇନ ମାମଲା ଆଜି ଦିନରେ ଶେଷ ହୋଇ ପାରେ । ବଡ ମାନଙ୍କ ପ୍ରତି ସଂମ୍ମାନ କରିବେ । ଚେଷ୍ଟା ଜାରି ରଖିବା ଦ୍ଵାରା ଆପଣ ନିଜର ଲକ୍ଷ ହାସଲ କରି ପାରିବେ । ବେପାରରେ ଆସୁଥିବା ବାଧା ଦୂର ହେବ । ଯେଉଁ ଲୋକ ମାନଙ୍କ ସହିତ କେବେ ଏବେ ଭେଟ ହୋଇଥାଏ ସେହି ମାନଙ୍କ ସହିତ କଥା ହେବା ଏବଂ ସମ୍ପର୍କ କରିବା ପାଇଁ ଆଜି ଭଲ ଦିନ ଅଟେ । ସାମାଜିକ କାମରେ ଆପଣଙ୍କ ମନ ଲାଗିବ । ଆପଣ ନିଜର ଅଲଗା ଏକ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ ।

ବିଛା

ଆଜି ଆପଣଙ୍କୁ ବେପାର ଏବଂ ବ୍ୟବସାୟରେ ବହୁତ ଧନ ଲାଭ ହେବ । କାରୋବାରରେ ମଧ୍ୟ ବୃଦ୍ଧି ହୋଇ ପାରେ ଯାହାଦ୍ୱାରା ଆପଣଙ୍କୁ ବହୁତ ଧନ ମିଳିବ । ଆପଣ ଶାନ୍ତ ହୋଇ ବିଚାର କରିବେ ଏବଂ ନିଜ କାମ ଉପରେ ଧ୍ୟାନ ଦେବେ । ଅଧିକ ପରିଶ୍ରମ ପରେ ମଧ୍ୟ ଆପଣଙ୍କୁ କମ ସଫଳତା ମିଳିବ । ଆପଣଙ୍କର ରୁଚିରେ ପରିବର୍ତ୍ତନ ହେବ ଏବଂ କାମରେ ନୂଆ ବିଚାର ସହିତ ସରଳତା ଆସିବ । ସମସ୍ୟା ଦୂର ହେବା ଦ୍ଵାରା କାମରେ ଗତି ଆସିବ । କୌଣସି ଦୁର୍ଘଟଣା ନହେଉ ଏହାର ଧ୍ୟାନ ରଖିବାକୁ ପଡିବ ।

ଧନୁ

ଆଜି କୌଣସି ସାଙ୍ଗ ଆପଣଙ୍କ ସହନଶକ୍ତି ଏବଂ ବୁଦ୍ଧି ପରୀକ୍ଷା କରି ପାରନ୍ତି । କାମ ପାଇଁ ଅନ୍ୟ ଜାଗାକୁ ଆପଣଙ୍କୁ ଯିବା ପାଇଁ ପଡିବ । ଆଜିର ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ବାପା ମାଆ ଭାଇ ବନ୍ଧୁଙ୍କ ଭଲ ପାଇବା ଏବଂ ସ୍ନେହ ମିଳିବ । ଘରକୁ ନୂଆ ଗାଡି, ଗହଣା କିମ୍ବା ଟଙ୍କା ଆସିପାରେ । କୌଣସି ବି କାମ କରିବା ପୂର୍ବରୁ ବିଳମ୍ବ କରନ୍ତୁ ନାହିଁ । କିଛି ଲୋକ ପୁରୁଣା କାମ ପ୍ରତି ପୁଣିଥରେ ଉତ୍ସାହିତ ହେବେ କିନ୍ତୁ ଠିକ ସମୟ ଆସିଲେ ସେଥିରେ ସଫଳତା ମିଳିବ ।

ମକର

ଆଜି ଆପଣ ନିଜ କାମକୁ ଠିକ ସମୟ ଭିତରେ କରିବେ । ବୟସ୍କଙ୍କ ବ୍ୟବହାରରେ କମି ଆସିପାରେ । ଆପଣଙ୍କ ଭାଇ ଭାଉଣୀ ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ । ପାଖ ସମ୍ପର୍କୀୟଙ୍କ ସହିତ ଏକ ତର୍କ ହେବାର ସମ୍ଭାବନା ଅଛି । ଜୀବନସାଥିଙ୍କ ସହିତ ହାତରେ ହାତ ମିଶାଇ ଚାଲିବାକୁ ପଡିବ । ଆଜି ଆପଣ ସମସ୍ୟାକୁ ହସି ହସି ସମାଧାନ କରି ପାରିବେ । ଅଧିକ କାମ କାରଣରୁ ଥକା ଅନୁଭବ କରିବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ମିଳିବ ।

କୁମ୍ଭ

ଆଜି କିଛି ଲୋକ ଆପଣଙ୍କ ବିରକ୍ତିର କାରଣ ହୋଇ ପାରନ୍ତି, ସେମାନଙ୍କୁ ଅଣଦେଖା କରନ୍ତୁ ନାହିଁ । ପ୍ରେମର ଶକ୍ତି ଆପଣଙ୍କୁ ଆପଣଙ୍କୁ ଅଡ଼େମ କରିବାର କାରଣ ଦେଇଥାଏ । ଚାକିରି କରିଥିବା ଲୋକ ମାନଙ୍କୁ ସହକର୍ମଚାରି ମାନଙ୍କର ସହଯୋଗ ମିଳିବ । ମନ ବିଚଳିତ ରହିପାରେ । ସ୍ୱାସ୍ଥ୍ୟ ସାଧାରଣ ରହିବ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଭଲ ସଫଳତା ମିଳିବ । କାମରୁ ଧ୍ୟାନ ହଟିବାର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇ ପାରେ ।

ମୀନ

ଆଜି ନିର୍ଦ୍ଧାରିତ କାମ ଶେଷ ନହେବା କାରଣରୁ ନିରାଶ ହୋଇ ପାରନ୍ତି । ଆପଣ ଆପଣଙ୍କ ଜୀବନସାଥିଙ୍କ ଠାରୁ ଅଧିକ ଆଶା କରିବେ ଯେଉଁଥି ପାଇଁସାମାନ୍ୟ ଯୁକ୍ତି ହୋଇ ପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜର ସମୟ ଅଟେ, ଏହି ସମୟ ସେମାନଙ୍କ ଆଗାମୀ ଫଳାଫଳ ପାଇଁ ଭଲ ପ୍ରମାଣିତ ହୋଇ ପାରେ । ଆପଣଙ୍କ ପାଖ ଲୋକଙ୍କ ସ୍ଵାସ୍ଥ୍ୟରେ ସୁଧାର ଦେଖିବାକୁ ମିଳିବ । ପରିବାର ଏବଂ ସମ୍ପତ୍ତି ମାମଲାରେ ସାବଧାନ ରୁହନ୍ତୁ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।