ବର୍ଷର ଶେଷ ଉପଛାୟା ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ହାଣ୍ଡିଛାଡ ସମୟ ଓ ସଂପୂର୍ଣ୍ଣ ବିବରଣୀ

ହିନ୍ଦୁ ପାଞ୍ଜିଅନୁସାରେ ନଭେମ୍ବର ମାସ ୩୦ ତାରିଖ ଦିନ ଚନ୍ଦ୍ରଗ୍ରହଣ ଲାଗିବା । ଏହା ହେଉଛି ଏହି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହା ଶେଷ ଗ୍ରହଣ ହୋଇଥିବାରୁ ଏହାର କିଛି ବିଶେଷ ମହତ୍ତ୍ଵ ରହିଛି । ଚନ୍ଦ୍ର ଗ୍ରହଣ ସମୟରେ କିଛି ନିୟମ ପାଳନ କରାଯାଏ । ଏହି ଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର ଏକ ଚି ଭାଗରେ ଦେଖାଦେବ ।

ଗ୍ରହଣ ସମୟର ସୂତକ ସମୟକୁ ଅଶୁଭ ବୋଲି କୁହାଯାଏ । ଯେତେବେଳେ ଗ୍ରହଣ ଲାଗିଥାଏ ତାକୁ ହିଁ ସୁତକ ସମୟ ବୋଲି କୁହାଯାଏ । ଏହି ସମୟର କିଛି ନିୟମ ରହିଛି ତାହାକୁ ପାଳନ କରିବା ନିହାତି ଆବଶ୍ୟକ । ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ କୌଣସି ଶୁଭକାର୍ଯ୍ୟ, ପୂଜାପାଠ ଆଦି କରାଯାଇନଥାଏ । ବର୍ଷର ଏହି ଚନ୍ଦ୍ର ଗ୍ରହନକୁ ଏକ ଉପଛାୟା ଚନ୍ଦ୍ରଗ୍ରହଣ ବୋଲି କୁହାଯାଇଛି । ଉପଛାୟା ଗ୍ରହଣ ହୋଇଥିବାରୁ ଏଥିରେ ସୁତକ ସମୟ ରହିବ ନାହିଁ ।

ଏହି ଗ୍ରହଣ ର ଆରମ୍ଭ ସମୟ ହେଉଛି ନଭେମ୍ବର ମାସ ୩୦ ତାରିଖ ର ଅପରାହ୍ନ ୧:୦୪ ମିନିଟରୁ ସନ୍ଧ୍ୟା୫:୨୨ମିନିଟ୍ ପର୍ଯ୍ୟନ୍ତ । ଗ୍ରହଣର ମଧ୍ୟ କାଳ ଅର୍ଥାତ୍ ୩: ୧୩ ମିନିଟ୍ ରହିବ । ଗ୍ରହଣ ସମୟରେ କିଛି ଜରୁରୀ ନିୟମ ପାଲନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ ତେବେ ଆସନ୍ତୁ ଜାଣିବା ।

ଗ୍ରହଣ ସମୟରେ ଗର୍ଭବତୀ ମହିଳା କିଛି ଖାଇବା କଥା ନୁହେଁ । ଏହି ସମୟରେ ଗର୍ଭବତୀ ମହିଳା ଘରୁ ବାହାରିବା ମଧ୍ୟ ନିଷେଧ ଅଟେ । ଏହି ସମୟରେ ଦୂରସ୍ଥାନକୁ ଯାତ୍ରା ମଧ୍ୟ କରିବା କଥା ନୁହେଁ । ଏହି ଗ୍ରହଣ ସମୟରେ କଣ କରିବା ଉଚିତ ଆସନ୍ତୁ ଜାଣିବା । ଚନ୍ଦ୍ର ଗ୍ରହଣ ସମୟରେ ଭଗବାନ ଙ୍କୁ ସ୍ମରଣ କରିବା ଉଛିତ । ଗ୍ରହଣ ସମୟରେ ଚନ୍ଦ୍ରମା ପୀଡ଼ିତ ରହିଥାନ୍ତି । ଫଳରେ ଏହି ସମୟରେ ଉର୍ଜା ବାହାରିଥାଏ ତେଣୁ ଏହି ସମୟରେ ଘରେ ରହିବା କଥା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।