ବୋତଲ ଭିତରେ କେମିତି ରହିଗଲେ Draupadi Murmu, କଣ ପାଇଁ ଏମିତି କରିଲେ ଏହି ବ୍ୟକ୍ତି ଜଣକ, ଦେଖନ୍ତୁ video

ମ୍ୟାଡାମ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇ ଦେଶର ୧୫ତମ ରାଷ୍ଟ୍ରପତି ହୋଇ ପାରିଛନ୍ତି । ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । କିଏ କେତେ ଢଙ୍ଗରେ ବିଭିନ୍ନ ମାଧ୍ୟମରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହାରି ମଧ୍ୟରେ ଜଣେ ସୂକ୍ଷ୍ମ କଳାକାର ଅତ୍ୟନ୍ତ ନିଆରା ଶୈଳୀରେ ଦେଶର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଏକ ବୋତଲ ଭିତରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ ଫ୍ରେମ ରହିଥିବା ଦେଖିବାକୁ ମିଳିଛି । ଏକ ସାରୁ ମୁହଁ ଥିବା ବୋତଲ ଭିତରେ ଏକ ଫଟୋ ଫ୍ରେମ କିପରି ରହିପାରିବ ଏନେଇ ସମସ୍ତେ ଆଗ୍ରହ ଦେଖାଉଛନ୍ତି । ତେବେ ଏହାକୁ ତିଆରି କରିଛନ୍ତି ଏଲିଶ୍ବର ନାମକ ଜଣେ ସୂକ୍ଷ୍ମ କଳାକାର । ସେ ଜଟଣୀ ହାଟବଜାର ନିକଟରେ ଥିବା ଗୋପୀନାଥପୁରର ବାସିନ୍ଦା ଅଟନ୍ତି ।

ଦ୍ରୌପଦୀ ମୁର୍ମୁ ଓଡିଶାର ପ୍ରଥମ ମହିଳା ଭାବେ ଭାରତର ସର୍ବଶ୍ରେଷ୍ଠ ଆସନ ଜିତିଥିବାରୁ ସେ ନିଜ କଳା ମାଧ୍ୟମରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକ ୭୫୦ ମିଲି ବୋତଲ ଭିତରେ ସାଢେ ତିନି ଇଞ୍ଚ ଉଚ୍ଚତା ଓ ସାଢେ ଦୁଇ ଇଞ୍ଚର ଚଉଡା ବିଶିଷ୍ଟ ଏକ ଫଟୋ ଫ୍ରେମକୁ ବୋତଲ ଭିତରେ ରଖିଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ଦ୍ରୌପଦୀ ମୁର୍ମୁ ଦେଶର ଦ୍ଵିତୀୟ ମହିଳା ରାଷ୍ଟ୍ରପତି ଅଟନ୍ତି । ତାଙ୍କ ପୂର୍ବରୁ ଶ୍ରୀମତୀ ପ୍ରତିଭା ପାଟିଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଦ୍ରୌପଦୀ ଏହା ପୂର୍ବରୁ ଦୁଇ ଥର ବିଧାୟକ ରହି ସାରିଥିବା ବେଳେ ବିଜେଡି ଓ ବିଜେପି ମେଣ୍ଟର ମନ୍ତ୍ରୀ ମଧ୍ୟ ଥିଲେ । ଏହାସହ ସେ ଝାଡଖଣ୍ଡ ରାଜ୍ୟର ଗଭର୍ଣ୍ଣର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପିଲାବେଳୁ ଅଭାବ ଅନାଟନକୁ ଖୁବ ପାଖରୁ ଦେଖିଥିବା ଦ୍ରୌପଦୀ ତାଙ୍କ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି ଓ ଅନେକ କିଛି ହରାଇଛନ୍ତି ମଧ୍ୟ । ତାଙ୍କ ସରଳ ଓ ନିଷ୍କପଟ ସ୍ଵଭାବ ହିଁ ତାଙ୍କୁ ଆଜି ଏତେ ଉଚ୍ଚ ଆସନରେ ବସାଇଛି ବୋଲି ତାଙ୍କୁ ଜାଣିଥିବା ଲୋକମାନେ କୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।