ମିଳିଗଲା ପ୍ରମାଣ, ରାତିସାରା ଏକାଠି ଥିଲେ Babushan ଓ Prakruti, ସକାଳୁ ଏମିତି ଧରିଲେ ସ୍ତ୍ରୀ, ଦେଖନ୍ତୁ video

ପ୍ରକୃତି ମିଶ୍ର ଓ ବାବୁଶାନ କୁଆଡେ ରାତିସାରା ଏକାଠି ଥିଲେ ବୋଲି ଚର୍ଚ୍ଚା ହେଉଛି । ନହେଲେ ଏତେ ସକାଳୁ ସକାଳୁ କାର୍ ଭିତରେ ସେମାନେ କଣ କରୁଥିଲେ । ସେମାନଙ୍କ ପୋଷାକ ଓ ଆବଭାବରୁ ଜଣାପଡୁଛି କି ସେମାନେ ରାତିସାରା ଶୋଇ ନାହାନ୍ତି । ବାବୁଶାନଙ୍କ ଆଖି ଅନିଦ୍ରା ଥିବା ଭଳି ଦେଖା ଯାଉଥିବା ବେଳେ ପ୍ରକୃତି ମିଶ୍ରଙ୍କ ଆଖି ବି ସମାନ ଦେଖାଯାଉଛି । ଏପଟେ ବାବୁଶାନଙ୍କ ପତ୍ନୀ ତୃପ୍ତି ଯେଉଁ ଗେଟ୍ ଅଫରେ ଅଛନ୍ତି ତାଙ୍କୁ ଦେଖି ବି ଲାଗୁଛି ସେ ଯେମିତି ରାତିସାରା ଶୋଇ ନାହାନ୍ତି ।

ସେ ଉଭୟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବା ପାଇଁ ଫଲୋ କରୁଥିଲେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ଷ୍ଟାରମାନେ ଯଦି ଏଭଳି ପରକୀୟା ପ୍ରୀତିରେ ଲିପ୍ତ ରହୁଛନ୍ତି ସାଧାରଣ ଲୋକଙ୍କ ଉପରେ ଏହା କଣ ପ୍ରଭାବ ପକାଇବ । କାରଣ ଉଭୟ ରାତିସାରା ଶୋଇ ନଥିବା ସଫା ସଫା ଜଣାପଡୁଛି । ସ୍ଥାନୀୟ ଲୋକମାନେ ମଧ୍ୟ କହୁଛନ୍ତି କି, ଉଭୟ ନିଶାଶକ୍ତ ଥିବା ଭଳି ଲାଗୁଥିଲେ ।

ବାବୁଶାନଙ୍କ ପତ୍ନୀ ତୃପ୍ତି ମଧ୍ୟ ପ୍ରକୃତିଙ୍କୁ ଟାର୍ଗେଟ କରି ଯାହା ସବୁ କହୁଛନ୍ତି ତାହା ବାବୁଶାନ ଓ ପ୍ରକୃତିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସ୍ପଷ୍ଟ କରିଦେଉଛି । ତିନି ବର୍ଷ ହେବ ପ୍ରକୃତି ଓ ବାବୁଶାନଙ୍କ ମଧ୍ୟରେ ସମ୍ପର୍କ ଥିବା କଥା ସେ କହିଛନ୍ତି । ଆଉ ପ୍ରକୃତି ତାଙ୍କ ଘର ଭାଙ୍ଗିଛନ୍ତି ବୋଲି ସେ ବାରମ୍ବାର କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ଏନେଇ ଅନେକ ଦିନ ଧରି ବାବୁଶାନ ଓ ତାଙ୍କ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଆଉ ଶେଷରେ ଆଜି ପଦାରେ ପଡିଯାଇଛି ବଡ ଘର ବଡ ଗୁମର କଥା । ବାବୁଶାନ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ଥାଇ ମଧ୍ୟ ଉଭୟ ଏଭଳି ସମ୍ପର୍କରେ ରହିବାକୁ ଲୋକେ ଖୁବ୍ ନିନ୍ଦା କରୁଛନ୍ତି ।

ତେବେ କଣ ସତରେ ବାବୁଶାନ ଓ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କ ଅଛି କି ? ନା ବାବୁଶାନଙ୍କ ପତ୍ନୀ ତୃପ୍ତି ଏସବୁକୁ ଏକ ଭୁଲ ଦୃଷ୍ଟିକୋଣରୁ ଦେଖୁଛନ୍ତି ? ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।